ସଡକରେ ଥିବା ହଳଦିଆ ଓ ଧଳା ରଙ୍ଗର ରେଖା ପଛର ରହସ୍ୟ ! ୯୯ % ଲୋକ ଜାଣି ନଥିବେ ଏହା ବିଷୟରେ

ଗ୍ରାମରୁ ସହରକୁ ଓ ସହରରୁ ପୌରପାଳିକାକୁ ସଂଯୋଗ କରିବାର ମୁଖ୍ୟ ଜରିଆ ହେଉଛି ସଡକ । ଆପଣ ସଡକରେ ଯାତ୍ରା କରୁଥିବା ସମୟରେ କଣ କେବେ ଧ୍ୟାନ ଦେଇଛନ୍ତି କି ସେଥିରେ ଥିବା ଧଳା ଓ ହଳଦିଆ ରଙ୍ଗର ରେଖା ଉପରେ । ଆପଣ ଜାଣିଛନ୍ତିକି ସଡକରେ କେତେକ ସ୍ଥାନରେ ଗୋଟିଏ ସିଧା ରେଖା ଥାଏ, କେତେକ ସ୍ଥାନରେ ଛାଡି ଛାଡିକି ଥାଏ ଓ କେତେକ ସ୍ଥାନରେ ୨ଟି ରେଖା ସମାନ୍ତର ଭାବେ ଥାଏ । କଣ ଆପଣ କେବେ ଏହା ପଛର ରହସ୍ୟ ଜାଣିବାକୁ ଚେଷ୍ଟା କରିଛନ୍ତି? ଆସନ୍ତୁ ଆଜି ଏହି ବିଷୟରେ ଜାଣିବା ।

–         ସଡକରେ ଥିବା ୨ଟି ସିଧା ହଳଦିଆ ରେଖାର ଅର୍ଥ ହେଉଛି ଆପଣ ନିଜର ପାର୍ଶ୍ଵରେ ଯାତ୍ରା କରନ୍ତୁ, ରେଖାକୁ ଅତିକ୍ରମ କରନ୍ତୁ ନାହିଁ ।

–         ଯଦି ଆପଣ ଦେଖନ୍ତି କି ସଡକରେ ହଳଦିଆ ରେଖା ଛାଡି ଛାଡି ହେଇ ଅଛି ଏହାର ଅର୍ଥ ଆପଣ ହଳଦିଆ ରେଖା ଉପରେ ଯାତ୍ରା କରିପାରିବେ କିନ୍ତୁ ସାବଧାନତାର ସହ ।

–         ସଡକ ଉପରେ ଥିବା ଧଳା ରଙ୍ଗର ରେଖାର ଅର୍ଥ ଆପଣ ନିଜର ପାର୍ଶ୍ଵରେ ଯାତ୍ରା କରନ୍ତୁ, ଅନ୍ୟ ପାର୍ଶ୍ଵକୁ ଯିବା ବାରଣ ଅଟେ ।

–         ସଡକରେ ଛାଡି ଛାଡି ଥିବା ଧଳା ରେଖାର ଅର୍ଥ ଆପଣ ସାବଧାନତାର ସହ ନିଜର ପାର୍ଶ୍ଵ ପରିବର୍ତନ କରିପାରିବେ  କିନ୍ତୁ ଅନ୍ୟ ବାହନକୁ ସଙ୍କେତ ଦେଇ ।

–         ଯଦି ଆପଣଙ୍କୁ ସିଧା ହଳଦିଆ ରେଖା ଦେଖାଯାଏ ତେବେ ଆପଣ ଅନ୍ୟ ବାହନକୁ ଅତିକ୍ରମ କରିପାରିବେ କିନ୍ତୁ ନିଜର ପାର୍ଶ୍ଵ ପରିବର୍ତନ କରିପାରିବେନି । ଏହି ନିୟମ ଅନ୍ୟ ରାଜ୍ୟ ମାନଙ୍କରେ ପରିବର୍ତନ ହେଇଥାଏ ।

–         କେବେ କେବେ ଆପଣ ଦେଖିଥିବେ କି ସଡକର ମଝିରେ ଗୋଟେ  ସିଧା ହଳଦିଆ ରେଖା ଓ ଛାଡି ଛାଡି ଥିବା ହଳଦିଆ ରେଖା ଏକା ସାଙ୍ଗରେ ଥିବେ , ଏହାର ଅର୍ଥ ଯଦି ଆପଣ ଛାଡି ଛାଡି ଥିବା ରେଖା ପାର୍ଶ୍ଵରେ ଯାତ୍ରା କରୁଛନ୍ତି ତେବେ ଆପଣ ଅନ୍ୟ ବାହାନ କୁ ଅତିକ୍ରମ କରିପାରିବେ । ବିପରୀତ ପାର୍ଶ୍ଵରେ ଯାତ୍ରା କରୁଥିଲେ ଆପଣଙ୍କୁ ଅନ୍ୟ ବାହାନକୁ ଅତିକ୍ରମ କରିବାକୁ ଅନୁମତି ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *