ଶନିବାର, 26 ଅକ୍ଟୋବର 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଗୃହରେ ଶୁଭକାର୍ଯ୍ୟର ଆୟୋଜନ କରି ପାରନ୍ତି । ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ଫଳପାଇବେ । ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ । ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ମହିଳାମାନେ ଉଚିତ ପନ୍ଥା ଗ୍ରହଣ କରିବେ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ହେବ । ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ ।

ବୃଷ

ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇପାରେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । କର୍ମକ୍ଷେତ୍ରରେ ସମୟ ଗୁଡିକ ହସ ଖୁସିରେ ବିତିବ । ବ୍ୟବସାୟରେ ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ ।

ମିଥୁନ

ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁ ବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନ ହେବ । ରାଜକୀୟ ମାମଲାରେ ସଫଳତା ମିଳିବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଦୂରଯାତ୍ରା କରି ମନ ଖୁସି ରହିବ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ରାଜନୀତିରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବା ସହ କୃତକାର୍ଯ୍ୟ ହୋଇ ପ୍ରଶଂସିତ ହେବେ ।

କର୍କଟ

ଜନସମ୍ପର୍କ ସୁଦୃଢ ହେବା ଫଳରେ ଯାହା ଚିନ୍ତା କରିଛନ୍ତି ତାହା ପୂରଣ କରିବାକୁ ଚେଷ୍ଟା ଜାରି ରଖିବେ । ସନ୍ତାନମାନଙ୍କ ପାଇଁ ମାନସିକ ଚିନ୍ତା ଦୂର ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ରାଜନୀତିରେ ପ୍ରତିକୂଳ ପରିସ୍ଥିତି ଦୂରେଇଯିବ ଓ ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ବିଜୟୀ ହେବେ । ଚାକିରୀରେ ଆପଣଙ୍କ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ ।

ସିଂହ

ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ନୂଆ ନିଯୁକ୍ତି ଯୋଗ ଅଛି । ରାଜନୀତିରେ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସ୍ଵନାମ ଅର୍ଜନ କରିପାରିବେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ।

କନ୍ୟା

ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ପରିବାରରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବା ଫଳରେ ଉତ୍ତମ ରୋଜଗାର କରିପାରିବେ । ନୂତନ ସଂସ୍ଥାର ଆୟୋଜନ କରିବେ । କଳେବଳେ କୌଶଳରେ ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ରାଜନୀତିରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧାଭାଜନ ହେଲେମଧ୍ୟ ଅଧସ୍ତନଙ୍କ ଈର୍ଷା ଓ ଅସହିଷ୍ଣୁତାର ଶିକାର ହୋଇ ପାରନ୍ତି ।

ତୁଳା

ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ରାଜନୀତି କ୍ଷେତ୍ରରେ ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ କେତେକ କ୍ଷେତ୍ରରେ ସୁସ୍ଥ ବାତାବରଣ ଜାରି ରହିବ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ବ୍ୟବସାୟରେ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ । ପରିବାରରେ ସୁଖ-ଶାନ୍ତି ଯୋଗେ ସମସ୍ତ ଚିନ୍ତା ଦୂର ହେବ । ସମ୍ମାନର ସହ ଦିନଚର୍ଯ୍ୟା ସମ୍ପାଦନ କରିବେ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ।

ବିଛା

ରାଜନୀତି କ୍ଷେତ୍ରରେ ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରି ପାରନ୍ତି । ବିଦ୍ୟା କ୍ଷେତ୍ରରେ ଆଶାମୁତାବକ ଫଳ ପାଇବେ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପରସ୍ପରକୁ ସାହାଯ୍ୟ କରି ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ ।

ଧନୁ

ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ରାଜନୀତି କ୍ଷେତ୍ରରେ ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ସହଯୋଗ ମିଳିବ । ନୂଆ କାମ ନୂଆ ପ୍ରେରଣା ଦେବ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ । ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚତୁରୀ କଥା କହି କାର୍ଯ୍ୟ ପୂରଣ କରିବେ । ସାଧୁ-ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । ଶତୃ ଓ ବିରୋଧୀମାନେ ପରାସ୍ତ ହେବେ । ବିଦ୍ୟା କ୍ଷେତ୍ରରେ ଆଶାମୁତାବକ ଫଳ ପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସୁସମ୍ପର୍କ ରହିବ । ବୁଦ୍ଧିମାତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।

ମକର

ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ରହି କାର୍ଯ୍ୟ ହାସଲ କରିବେ । ବିଦ୍ୟା କ୍ଷେତ୍ରରେ ମନ ଲାଗିବ । ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ । ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ ।

କୁମ୍ଭ

ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ଵିତ ହେବେ । ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ । ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ଶତୃମାନେ ମଥାନତ କରିବେ । ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତି ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ନିବିଡ ହେବ ।

ମୀନ

ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତିଯୋଗିତାରେ ବିଜୟୀ ହେବେ । ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ । ପାରିବାରିକସ୍ତର ହସ ଖୁସିରେ କଟିବ ଓ ଚିନ୍ତା କରିଥିବା କାମ ଗୁଡିକ ହେବ । ରାଜନୀତି କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆଶାଜନକ ଫଳପ୍ରାପ୍ତି ହେବ । ଆୟବୃଦ୍ଧି, ଋଣମୁକ୍ତି ଓ କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ । ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ ।

Leave a Reply

Your email address will not be published. Required fields are marked *