ସାବଧାନ! ଆପଣଙ୍କ ପ୍ରିୟ ଏହି ପାଞ୍ଚୋଟି ‘ଖାଦ୍ୟ’ ଛଡେଇ ନେଉଛି ଆପଣଙ୍କ ଶରୀର ରୁ କ୍ୟାଲସିୟମ

ଆଜିକାଲି ର ଖରାପ ଲାଇଫ୍ ଷ୍ଟାଇଲ କାରଣରୁ ବୟସ ପୂର୍ବରୁ ଭୟଙ୍କର ରୋଗ ଲୋକଙ୍କୁ ହେଉଛି, ଯେଉଁଥିରେ ମୁଖ୍ୟ ରୂପ ରେ ଆଣ୍ଠୁ ଦରଜ, ଦେହ ବିନ୍ଧା ବିନ୍ଧି ଏବଂ ଅନ୍ୟ ରୋଗ ହେଉଛି ଯାହା ହାଡରେ କ୍ୟାଲସିୟମ କମ ହବାରୁ ହୋଇଥାଏ । କ୍ୟାଲସିୟମ କମିବାର ଏହା ସବୁଠୁ ବଡ କାରଣ ଅଟେ ଆମ ଗଡବଡ ଖାଇବା, ଯାହା ସେବନରେ ହାଡର କ୍ୟାଲସିୟମ କମ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ପଦାର୍ଥ ଖାଇଲେ ଶରୀର ରୁ କ୍ୟାଲସିୟମ କମି ଥାଏ ଏବଂ ହାଡ ଉପରେ ଖରାପ ପ୍ରଭାବ ପଡି ଥାଏ ।

କୋଲ୍ଡ ଡ୍ରିଂକ୍ସ :

କୋଲ୍ଡ ଡ୍ରିଂକ୍ସ ହାଡ ରେ ରହିଥିବା କ୍ୟାଲସିୟମ ଉପରେ ଖରାପ ପ୍ରଭାବ ପକାଇ ଥାଏ, ଡକ୍ଟରମାନଙ୍କ ଅନୁଯାଇ କୋଲ୍ଡ ଡ୍ରିଂକ୍ସ ରେ କାର୍ବନଡାଈଅକ୍ସାଇଡ ଏବଂ ଫସ୍ପୋରସ ଥାଏ ଯାହା ହାଡ କୁ ଫମ୍ପା କରିଥାଏ । ଏହା ଛଡା ଚକଲେଟ ବି ହାଡକୁ ଦୁର୍ବଳ କରିଥାଏ, ଏହାକୁ ଖାଇଲେ ଦେହରେ ସୁଗାର ଏବଂ ଆକ୍ସଲେଟ ମାତ୍ରା ବଢିଯାଇ ଥାଏ ଯାହା ଦ୍ଵାରା କ୍ୟାଲସିୟମ ଦେହରେ ମିଶି ପାରେ ନାହିଁ ଏବଂ ହାଡ ଦୁର୍ବଳ ହୋଇଯାଏ । ଭାବି କରି ଦେଖନ୍ତୁ କଣ ଏହା ଆପଣଙ୍କ ଶରୀର କୁ ଅଜାଣତ ରେ ଯାଉ ନାହଁ, ଏହା ଦେହ ପାଇଁ ଅତ୍ୟନ୍ତ ଖରାପ ଅଟେ ସେଥିପାଇଁ ଏହାର ସେବନ ନକରିବା ଉଚିତ ।

ଲୁଣ:

ଅଧିକ ମାତ୍ରା ରେ ଲୁଣ ଖାଇବା ହାଡ ପାଇଁ ଅତ୍ୟନ୍ତ ଭୟଙ୍କର ଅଟେ, ଲୁଣ ରେ ଯେଉଁ ସୋଡିୟମ ଥାଏ ତାହା ଶରୀର ରେ ଥିବା କ୍ୟାଲସିୟମ କୁ ପରିସ୍ରା ରାସ୍ତା ରୁ ବାହାର କରିଦେଇଥାଏ । ସେଥିପାଇଁ ସମସ୍ତେ ଲୁଣ କମ ଖାଇବା ପାଇଁ କୁହନ୍ତି, ଡକ୍ଟର କେବେ ବି ଲୁଣ ଅଧିକ ଖାଇବା ପାଇଁ କୁହନ୍ତି ନାହିଁ ଯଦି ଆପଣ ଲୁଣ ଥିବା ଜିନିଷ ଅତ୍ୟଧିକ ଖାଉଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଭଲ ନୁହେଁ ଏହା ଆପଣଙ୍କ ହାଡ ପାଇଁ ଭୟଙ୍କର ଅଟେ ।

କଫି :

ଚା ବା କଫି ଦେହ ପାଇଁ ହାନିକାରକ ଅଟେ, କଫି ରେ କ୍ୟାଫେନ ଥାଏ ଯାହା ଦେହ ପାଇଁ ହାନିକାରକ ଅଟେ, ଅତ୍ୟଧିକ କ୍ୟାଫେନ ନେଲେ ହାଡ ଉପରେ ପ୍ରଭାବ ପଡିଥାଏ । ଏହା ଦ୍ଵାରା ଶରୀରେ କ୍ୟାଲସିୟମ ନଷ୍ଟ ହୋଇଥାଏ ।

ପଶୁ ମାଂସ :

 

କେତେକ ଲୋକ ସବୁଦିନ ମାଂସ ଖାଇବା ପସନ୍ଦ କରନ୍ତି, କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ପଶୁ ମାଂସ ରୁ ମିଳୁଥିବା ପ୍ରୋଟିନ ଆମ ପାଇଁ ଘାତକ ଅଟେ । ଡକ୍ଟର ଅନୁଯାଇ ପଶୁ ମାଂସ ପ୍ରୋଟିନ ପାଇଁ ଲାଭକାରୀ ଅଟେ କିନ୍ତୁ ଅତ୍ୟଧିକ ସେବନ ହାଡ ପାଇଁ ହାନିକାରକ ଅଟେ ।

Leave a Reply

Your email address will not be published. Required fields are marked *