ରୋଷେଇ ଘରେ ଏହି 4ଟି ଜିନିଷ କେବେ ବି ସରିବା ଉଚିତ ନୁହେଁ, ନଚେତ ମା ଲକ୍ଷ୍ମୀ ଘର ଛାଡି ଚାଲି ଯାଇଥାନ୍ତି

ବନ୍ଧୁଗଣ ରୋଷେଇ ଘର ଘରର ପବିତ୍ର ସ୍ଥାନ ହୋଇଥାଏ । କାରଣ ଏଠାରେ ଦେବୀ ଦେବତାଙ୍କ ବାସ ରହିଥାଏ । ରୋଷେଇ ଘରେ ଅର୍ଣ୍ଣ ଓ ଧନ ରୂପରେ ମା ଲକ୍ଷ୍ମୀ ଓ ଅର୍ଣ୍ଣପୂର୍ଣ୍ଣା ଙ୍କ ବାସ ରହିଥାଏ । ପାଣି ରୂପରେ ଜଳ ଦେବତା ବରୁଣ ଦେବତା ଓ ଅଗ୍ନି ଓ ବାୟୁ ଦେବତା ମଧ୍ୟ ବାସ କରିଥାନ୍ତି । ତେଣୁ ରୋଷେଇ ଘର ମନ୍ଦିର ଠାରୁ ମନ ନୁହେଁ । ରୋଷେଇ ଘରେ ଖାଦ୍ଯ ସାମଗ୍ରୀ ରହିଥାଏ ଯେଉଁଥିରୁ ପଜେଟିଭ ଊର୍ଜା ଆସିଥାଏ ।

ଏହି ବସ୍ତୁ ଖାଦ୍ଯର ସ୍ଵାଦ ବଢାଇଥାଏ । ଏହା ସହ ଏହି ବସ୍ତୁ ଗୁଡିକୁ ଧାର୍ମିକ ଓ ଆଧ୍ୟାତ୍ମିକ ଦ୍ରୁଷ୍ଟି ପାଇଁ ଶୁଭ ହୋଇଥାଏ । ଆଜି ଆମେ ଜାଣିବା ରୋଷେଇ ଘରେ କେଉଁ କେଉଁ ଜିନିଷ ସାରିବା ଉଚିତ ନୁହେଁ । 1- ହଳଦୀ : ହଳଦୀ କୁ ଶୁଭ ଓ ପବିତ୍ର ମାନା ଯାଇଥାଏ । ହଳଦୀ ର ବ୍ୟବହାର ପୂଜା ପାଠରେ ବ୍ୟବହାର କରାଯାଇଥାଏ ।

ଘରେ ଯଦି ହଳଦୀ ଗଛ ଥାଏ ତେବେ ପବିତ୍ରତା ରହିଥାଏ । ହଳଦୀରେ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ବୃହସ୍ପତି କମଜୋର ଅଛନ୍ତି ତେବେ ହଳଦୀ ସହ ଜଡିତ ଉପାୟ କରିବାକୁ ହୁଏ । ରୋଷେଇ ଘରେ ସର୍ବଦା ହଳଦୀ ରହିବା ଜରୁରୀ ଅଟେ ।

2- ଲୁଣ : ଲୁଣ ଆମ ଖାଦ୍ଯରେ କେବଳ ସ୍ଵାଦ ବଢାଇଥାଏ ତାହା ନୁହେଁ ବରଂ ଜୀବନରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ । ଲୁଣ 8ଟି ଦିବ୍ୟ ପଦାର୍ଥ ମଧ୍ୟରୁ ଅନ୍ୟତମ ଅଟେ ଯାହା ବୈକୁଣ୍ଠରୁ ପୃଥିବୀ ଲୋକକୁ ଆସିଛି । ନେଗେଟିଭ ଶକ୍ତିକୁ ଦୂର କରିବାର କ୍ଷମତା ଲୁଣ ରେ ରହିଛି । ତେଣୁ ରୋଷେଇ ଘରେ ସର୍ବଦା ଲୁଣ ରହିବା ଜରୁରୀ ଅଟେ । ପାଣିରେ ଲୁଣ ପକାଇ ପୋଛା ମାରିବା ଦ୍ଵାରା ନେଗେଟିଭ ଶକ୍ତି ଦୂର ହୋଇଥାଏ । ଖରାପ ନଜର ଲାଗିଥିଲେ, ବାସ୍ତୁ ଦୋଷ ଥିଲେ କାଚ ପାତ୍ରରେ ଲୁଣ ଭରିକି ରହିବା ଉଚିତ ।

3- ଚାଉଳ : ଚାଉଳ ର ବ୍ୟବହାର ଖାଦ୍ଯ ସହ ପୂଜା ପାଠରେ ମଧ୍ୟ କରାଯାଏ । ପୂଜାରେ ଅଖଣ୍ଡ ଚାଉଳ ରହିବା ଜରୁରୀ ଅଟେ ଯାହାକୁ ଅକ୍ଷତ କୁହାଯାଏ । ଧାର୍ମିକ ଅନୁଷ୍ଠାନରେ ଅକ୍ଷତ ରହିବା ଜରୁରୀ ଅଟେ । ଶୁଭ କାର୍ଯ୍ୟରେ ତିଳକ ଉପରେ ଚାଉଳ ଲଗା ଯାଇଥାଏ । ତେଣୁ ରୋଷେଇ ଘରେ ଚାଉଳ ରହିବା ଜରୁରୀ ଅଟେ ।

4- ଲବଙ୍ଗ, ଗୋଲମରୀଚ, ଶୁଖିଲା ଲଙ୍କା : ଏହି 3ଟି ସାମଗ୍ରୀ ଘରେ ଥିବା ଖରାପ ଶକ୍ତିକୁ ଦୂର କରିଥାଏ । ଔଷଧୀୟ ଗୁଣରେ ଭରପୁର ଏହି 3ଟି ବସ୍ତୁ ମଧ୍ୟରେ ଘରର ନେଗେଟିଭ ଊର୍ଜାକୁ ଘରୁ ବାହାର କରିଥାଏ । ଏହି ବସ୍ତୁ ଗୁଡିକ ଦ୍ଵାରା ରାହୁ କେତୁଙ୍କ କୁ-ଦୃଷ୍ଟିରୁ ରକ୍ଷା ମିଳିଥାଏ ।

ତେଣୁ ରୋଷେଇ ଘରେ ଏହି 3ଟି ବସ୍ତୁ ରହିବା ଜରୁରୀ ଅଟେ । ତେବେ ଏହା ଥିଲା ଅତ୍ୟାବଶ୍ୟକ ବସ୍ତୁ ଯାହା ରୋଷେଇ ଘରେ ରହିବା ଦ୍ଵାରା ଘରେ ଅଶୁଭ ଶକ୍ତି ଦୂରେଇ ରହିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *