2023 ବର୍ଷ ରାକ୍ଷୀ ବନ୍ଧନ କେବେ ପଡୁଛି ? ରାକ୍ଷୀ ବନ୍ଧନର ଶୁଭ ମୂହୁର୍ତ୍ତ, ଭଦ୍ରା କାଳ ସମୟ, ଭଦ୍ର କାଳ ସମୟରେ କାହିଁକି ରାକ୍ଷୀ ବନ୍ଧାଯାଏ ନାହିଁ ?

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ରାକ୍ଷୀ ବନ୍ଧନ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ରେ ପାଳନ କରାଯାଏ । ଏହି ବର୍ଷ ପୂର୍ଣ୍ଣିମା ତିଥି 2 ଦିନ ହେବା କାରଣରୁ ରାକ୍ଷୀ ବନ୍ଧନ ଙ୍କର ତାରିଖ ସଠିକ ଭାବେ କିଛି ଲୋକ ଜାଣିପାରୁ ନାହାନ୍ତି । କୁହା ଯାଉଛି କି ଚଳିତ ବର୍ଷ ରାକ୍ଷୀ ବନ୍ଧନ ର ପର୍ବ 2 ଦିନ ପାଳନ କରାଯାଇ ପାରିବ । ତେବେ ଆସନ୍ତୁ ଜାଣିବା ବର୍ଷ 2023 ରେ ରାକ୍ଷୀ ବନ୍ଧନର ସଠିକ ସମୟ, ତାରିଖ, ଭଦ୍ରା କାଳର ସମୟ, ରାକ୍ଷୀ ବାନ୍ଧିବାର ଶୁଭ ସମୟ କଣ ରହିଛି ଏବଂ ଭଦ୍ରା କାଳ ସମୟରେ ରାକ୍ଷୀ କାହିଁକି ବନ୍ଧାଯାଏ ନାହିଁ ?

ରାକ୍ଷୀ ବନ୍ଧନର ଶୁଭ ମୂହୁର୍ତ୍ତ  2023ବର୍ଷ ଅଗଷ୍ଟ 30 ଓ 31 ତାରିଖ ରେ ପାଳନ କରାଯିବ । ପୂର୍ଣ୍ଣିମା ତିଥି ଆରମ୍ଭ ହେବ ଅଗଷ୍ଟ 30 ପ୍ରାତଃ 10″58 ମିନିଟ ରୁ ଓ ପୂର୍ଣ୍ଣିମା ତିଥି ସମାପ୍ତ ହେବ 31 ଅଗଷ୍ଟ ପ୍ରାତଃ 7:05 ମିନିଟ ରେ । ପ୍ରଦୋଷ କାଳ ରାକ୍ଷୀ ବାନ୍ଧିବାର ଶୁଭ ସମୟ ହେଉଛି 31 ଅଗଷ୍ଟ ରାତି 9:01 ମିନିଟ ପରେ । ଭଦ୍ରା କଳାର ସମୟ ଶେଷ ହେବ ରାତି 9:01 ମିନିଟ ରେ ।

ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ 30 ବୁଧବାର ଓ 31 ଅଗଷ୍ଟ ଗୁରୁବାର ଦିନ ପାଳନ କରାଯିବ । ଏହି ବର୍ଷ ରାକ୍ଷୀ ବନ୍ଧନ 22 ଦିନ ପାଲଟି ହେବ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି 31 ଅଗଷ୍ଟ ବୁଧବାର ସକାଳ 10:58 ମିନିଟ ରୁ ଆରମ୍ଭ ହୋଇ 31 ଅଗଷ୍ଟ ଗୁରୁବାର ସକାଳ 7:05 ମିନିଟ ଯାଏଁ ରହିବ । ଶାସ୍ତ୍ର ଅନୁଯାୟୀ ରାକ୍ଷୀ ବନ୍ଧନ ପାଳନ କରିବା ଏପାଇଁ ଦ୍ଵିପହରର ସମୟ ଅତ୍ୟନ୍ତ ଉତ୍ତମ ମାନାଯାଏ ।

ଯଦି ଏହି ସମୟରେ ପ୍ରଦୋଷ କାଳ ରହିଥାଏ ତେବେ ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ । ଅଗଷ୍ଟ 30 ରେ ଭଦ୍ରା କାଳ ସନ୍ଧ୍ୟା ରୁ ରାତି ଯାଏଁ ରହିବ । ତେବେ ଅଗଷ୍ଟ 30 ସନ୍ଧ୍ୟା ପୂର୍ବରୁ ରାକ୍ଷୀ ବନ୍ଧନର ପର୍ବ ପାଳନ କରାଯିବ । 31 ଅଗଷ୍ଟ ରେ ମଧ୍ୟ ରାକ୍ଷୀ ବନ୍ଧନ ପାଳିତ ହେବ । ଧାର୍ମିକ ମାନ୍ୟତା ଅନୁଯାୟୀ ରାକ୍ଷୀ ବନ୍ଧନର ପର୍ବ କେବେ ବି ଭଦ୍ରା କାଳ ସମୟରେ କରିବା ଅନୁଚିତ ।

ଏହାକୁ ଅଶୁଭ ମନାଯାଏ । ଏହି ସମୟରେ ଭାଇଙ୍କୁ ରାକ୍ଷୀ ବାନ୍ଧିବା ଅନୁଚିତ । କୁହାଯାଏ ଲଙ୍କାପତି ରାବଣ ତାଙ୍କ ଭଉଣୀଙ୍କ ପାଖକୁ ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିଥିଲେ । ଏହାର ଠିକ 1 ବର୍ଷ ପରେ ରାବଣ ଙ୍କର ବିନାଶ ହୋଇଥିଲା । ଏହା ସହ ଭଦ୍ରା ଯିଏକି ଶନିଦେବଙ୍କର ଭଉଣୀ ଅଟନ୍ତି ଓ ଭଦ୍ରାକୁ ବ୍ରମ୍ହା ଅଭିଶାପ ଦେଇଥିଲେ ଯିଏ ଭଦ୍ରା କାଳ ସମୟରେ କୌଣସି କାର୍ଯ୍ୟ କରିବ ତାହାର ପରିଣାମ ଅଶୁଭ ହେବ ।

ତେଣୁ ଭଦ୍ରା କାଳ ସମୟରେ ଭାଇ ହାତରେ ଭୁଲରେ ବି ରାକ୍ଷୀ ବାନ୍ଧିବା ଅନୁଚିତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *