ମୃତ୍ୟୁ ପୂର୍ବ ଦିନ Ruchika Mohanty ଙ୍କ ସହ କ’ଣ କଥା ହୋଇଥିଲେ ସେ ବିଷୟରେ ମୁହଁ ଖୋଲିଲେ ତାଙ୍କ Best Friend… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ BJB କଲେଜର ଛାତ୍ରୀ ରୁଚିକା ମାହାନ୍ତି ୩ ଜଣ ସିନିୟର ଝିଅ ମାନଙ୍କର ରାଗିଙ୍ଗ ସହ୍ୟ ନ କରିପାରି ଆତ୍ମହାତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ତେବେ ସେହି ୩ ଜଣ ସିନିୟର ଝିଅ ମାନେ କିଏ ତାହା ଏ ଯାଏଁ ପୋଲିସ ତଦନ୍ତ କରି ସ୍ପଷ୍ଟ କରି ନାହିଁ । ଦିନକୁ ଦିନ ରୁଚିକାଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ ନେବାରେ ଲାଗିଛି । ବର୍ତ୍ତମାନ ସମୟରେ ରୁଚିକାଙ୍କ ବେଷ୍ଟ ଫ୍ରେଣ୍ଡ ତାଙ୍କର କିଛି ମତ ଦେଇଛନ୍ତି । ରୁଚିକାଙ୍କ ବେଷ୍ଟ ଫ୍ରେଣ୍ଡ କହିଛନ୍ତି କି ସେମାନେ ଦୁହେଁ ବହୁତ ଭଲ ବନ୍ଧୁ ଅଟନ୍ତି ।

ଦୁହେଁ ଦୁହିଁଙ୍କ ମଧ୍ୟରେ ସବୁକିଛି ସେୟାରା ମଧ୍ୟ କରିଥାନ୍ତି ଅନେକ କଥାକୁ ନେଇ । ରୁଚିକା ଏତେ ମାନସିକ ଚାପରେ ରହିଥିଲେ ତାହା ତାଙ୍କର ବେଷ୍ଟ ଫ୍ରେଣ୍ଡ ଜାଣି ପାରିଲେ ନାହିଁ । କାରଣ ସେମାନେ ଯେତେବେଳେ ବି କଥା ହୁଅନ୍ତି ଫୋନ ଦ୍ଵାରା କଥା ହୋଇଥାନ୍ତି ବୋଲି ରୁଚିକାଙ୍କ ବେଷ୍ଟ ଫ୍ରେଣ୍ଡ କହିଛନ୍ତି । ମୃତ୍ୟୁ ପୂର୍ବ ଦିନ ରୁଚିକା ତାଙ୍କ ବନ୍ଧୁଙ୍କୁ ରାତି ପ୍ରାୟ ୭ଟା ସମୟରେ ଫୋନ କରିଥିଲେ ।

ରୁଚିକା ସେଦିନ କିଛି କହି ନାହାଁନ୍ତି । ବେଳେବେଳେ ରୁଚିକା ତାଙ୍କ ବନ୍ଧୁ ଙ୍କୁ କହିଥାନ୍ତି କି ଏଠାରେ ମୋତେ ଭଲ ଲାଗୁ ନାହିଁ । ଏକା ଏକା ଅନୁଭବ ହେଉଛି ବୋଲି ରୁଚିକ ଫୋନ ଦ୍ଵାରା ତାଙ୍କ ବେଷ୍ଟ ଫ୍ରେଣ୍ଡ କୁ କହିଥାନ୍ତି । ଏହା ବ୍ଯତୀତ ଅନ୍ୟ କିଛି କଥା କୁହନ୍ତି ନାହିଁ । ଆହୁରି ମଧ୍ୟ ରୁଚିକାଙ୍କ ବନ୍ଧୁ ତାଙ୍କ ବିଷୟରେ କହିଛନ୍ତି ଯେ ସେ ବହୁତ ଶାନ୍ତ ଶିଷ୍ଟ ଝିଅ କାହାକୁ କିଛି କୁହନ୍ତି ନାହି ।

ତାର ପାଠ ଭଲ ତ ସିଏ ଭଲ ବୋଲି ରୁଚିକା ଙ୍କ ବନ୍ଧୁ କହିଛନ୍ତି । ଏମିତିକି ରୁଚିକା ବହୁତ ମିଶାଣିଆ ପିଲା ଅଟନ୍ତି । ପ୍ରାୟତଃ ବହୁତ ସହଜରେ ସମସ୍ତ ସହ ମିଶି ଯାଇଥାନ୍ତି ରୁଚିକା । ଆହୁରି ମଧ୍ୟ ତାଙ୍କ ବନ୍ଧୁ କହିଛନ୍ତି କି ନ ଜାଣିଥିବା ଲୋକଙ୍କ ସେ ରୁଚିକା ମିଳାମିଶା କରନ୍ତି ନାହିଁ ।

ଯେଉଁ ମାନଙ୍କୁ ରୁଚିକା ଜାଣିଥିବେ ସେମାନଙ୍କ ସହ ବହୁତ ଭଲ ଭାବେ ମିଶିଥାନ୍ତି । କାହା ସହ ଝଗଡା କରିବା ଭଳି ଝିଅ ରୁଚିକା ନୁହନ୍ତି । ବହୁତ ଶାନ୍ତ ଓ ସରଳ ସ୍ଵଭାବର ଝିଅ ଥିଲେ ରୁଚିକା ମହାନ୍ତି । ରୁଚିକାଙ୍କ ମୃତ୍ୟୁ ମାମଲାକୁ ନେଇ ତାଙ୍କ ବେଷ୍ଟ ଫ୍ରେଣ୍ଡ କହିଛନ୍ତି ଏହି ମାମଲାରେ ନିହାତି ଯାଞ୍ଚ କରିବା ଦରକାର ।

ଆଜି ରୁଚିକା ମାନସିକ ଚାପରେ ରହି ଏମିତି ପଦକ୍ଷେପ ନେଇଛନ୍ତି କାଲି ଆଉ କେହି ଏମିତି କରିପାରେ । ଆହୁରି ମଧ୍ୟ ରୁଚିକାଙ୍କ ବନ୍ଧୁ କହିଛନ୍ତି କି କଲଜେ କର୍ତ୍ତୁପକ୍ଷଙ୍କ ଅବହେଳା ପାଇଁ ଆଜି ଏମିତି ପରିସ୍ଥିତି ଦେଖା ଯାଉଛି ଯାହାର କଡାକଡି ଭାବେ ତଦନ୍ତ ହେବା ଉଚିତ । ଯେମିତି ଆଗାମୀ ସମୟରେ ଆଉ କେହି ଏଭଳି ପଦକ୍ଷେପ ନ ନେବେ ।

ବନ୍ଧୁଗଣ ଆପଣ ମାନଙ୍କର ରୁଚିକା ମହାନ୍ତିଙ୍କ ବନ୍ଧୁ କହିଥିବା ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *