ସକାଳୁ ସକାଳୁ Babushanଙ୍କୁ ଭିଡିଓ କଲରେ ଜନ୍ମଦିନର ୱିସ କଲେ ପୁଅ ଗୁଆନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜି ହେଉଛି ସୁପର ଷ୍ଟାର ବାବୁସାନ ମହାନ୍ତିଙ୍କ ଜନ୍ମ ଦିନ । ତେବେ ସବୁଠାରୁ ଖୁସି ଖବର ହେଉଛି ଆଜି ସକାଳୁ ନିଜ ବାପାଙ୍କ ଜନ୍ମ ଦିନରେ ଭିଡିଓ କଲ କରି ୱିସ କରିଛନ୍ତି ପୁଅ ଗୁହାନ । ନିଜର କୁନି କୁନି ସ୍ଵର ରେ କହିଛନ୍ତି ବାପା ହାପି ବର୍ଥଡେ । ବାପା ବାବୁସାନଙ୍କର ନିଦ ଆଜି ପୁଅ ଗୁହାନର ୱିସ ରେ ହିଁ ଭାଙ୍ଗି ଯାଇଛି । ଭିଡିଓ ରେ ପୁଅର ୱିସ ଶୁଣିବା ପରେ ବାପା ବାବୁସାନ ବେଶ ଖୁସି ଥିବାର ନଜର ଆସିଛନ୍ତି । ଆଉ ଉତ୍ତର ରେ ପୁଅ କୁ କହିଛନ୍ତି ଥ୍ଯାଙ୍କ ୟୁ ବେଟା ।

ଆଜି ତୁମେ ଆସିଲେ ବହୁତ ମଜା କରିବା ଆଉ ଏକା ସହ କେକ କାଟିବା ବୋଲି ପୁଅ କୁ କହିଛନ୍ତି ବାବୁସାନ । ଭିଡିଓ କଲ ରେ ଏମିତି କିଛି ବାର୍ତ୍ତାଳାପ ହୋଇଛି ବାପା ପୁଅ ଭିତରେ । ଚେନ୍ନାଇ ରୁ ଫେରିବା ପରେ ବାବୁସାନ ନିଜ ପୁଅ ଙ୍କୁ ଦେଖି ନ ଥିଲେ । ସେ ତାଙ୍କ ପୁଅ କୁ ବହୁତ ଭଲ ପାଇଥାନ୍ତି । ଯାହା ଖାଲି ଭିଡିଓ କଲ ରେ ହିଁ ଦେଖିଛନ୍ତି । ତେବେ ଆଜି ନିଜ ପୁଅ କୁ ଦେଖିବେ ବୋଲି ବାବୁସାନ କହିଛନ୍ତି ।

ଆଜି ଘରକୁ ଆସିବେ ପୁଅ ଗୁହାନ ଆଉ ସ୍ତ୍ରୀ ତୃପ୍ତି । ଆଉ ତା ପରେ ପୁରା ପରିବାର ସହ ମିଶି କେକ କାଟି ଜନ୍ମ ଦିନ ସେଲିବ୍ରେସନ କରିବେ ବାବୁସାନ ବୋଲି ନିଜେ କହିଛନ୍ତି । ପ୍ରକୃତି-ତୃପ୍ତି-ବାବୁସାନ ଙ୍କ ମଧ୍ୟରେ କଳି ପରେ ଆଜି ଗୋଟିଏ ଭଲ ଦିନ ଆସିଛି ଯେତେବେଳେ ଆଜି ପୁରା ପରିବାର ସହ ମିଶି କେକ କାଟିବେ ବାବୁସାନ । ତେବେ ଏଥିରେ ସାମିଲ ରହିବେ ତୃପ୍ତି ଓ ପୁଅ ଗୁହାନ ।

ଯଦି ସେମାନେ ନ ଆସନ୍ତି ତେବେ ବାବୁସାନ ନିଜେ ତାଙ୍କ ପାଖକୁ ଯିବେ ବୋଲି ଆଜି ସକାଳୁ ପ୍ରତିକ୍ରିୟା ଦେଇଛନ୍ତି । ତୃପ୍ତି ଙ୍କ ଘରକୁ ଯାଇ ସେଠାରେ କେକ କାଟିବେ ନିଜର ଜନ୍ମ ଦିନ ସେଲିବ୍ରେଟ କରିବେ ବୋଲି ବାବୁସାନ କହିଛନ୍ତି । ସେପଟେ ଆଜି ବାବୁସାନଙ୍କର ଜନ୍ମ ଦିନ ଥିବା ବେଳେ ସେ କେମିତି ଓ କେଉଁଠି ସେଲିବ୍ରେସନ କରିବେ ସେ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ବେସ ଆଗ୍ରହ ରହିଛି ଜାଣିବାକୁ ।

ଏହା ସହ ସ୍ତ୍ରୀ ଓ ପୁଅ କୁ ଭେଟିବେ କି ନାହି ଏ ନେଇ ଲୋକ ମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି । ଏହି ସବୁ ପ୍ରଶ୍ନ ର ଉତ୍ତର ଦେବକାଉ ଯାଇଛି ବାବୁସାନ କହିଛନ୍ତି ସେ ନିଶ୍ଚିନ୍ତ ସ୍ତ୍ରୀ ଓ ପୁଅଙ୍କୁ ଆଜି ଭେଟ କରିବା ସହ ଠିକ ସମୟ ଆସିଲେ ଠିକ କଥା କହିବେ ବୋଲି ଗଣ ମାଧ୍ୟମ ଆଗରେ ପୁଣି ସେହି କଥାକୁ ଦୋହରାଇଛନ୍ତି । ତେବେ ପୋଲିସର ଜେରା ପରେ ଗଣ ମାଧ୍ୟମକୁ ସବୁ କିଛି କହିବେ ବୋଲି ବାବୁସାନ କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ବାବୁସାନ ଓ ତାଙ୍କ ଗୁହାନ ମଧ୍ୟରେ ହୋଇଥିବା ଏଭଳି ସୁନ୍ଦର ଓ ହୃଦୟ ସ୍ପର୍ଶୀ ବାର୍ତ୍ତାଳାପ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *