ଶାରଦୀୟ ନବରାତ୍ରି 2023, ଘରକୁ ନେଇ ଆସନ୍ତୁ ଏହି 5ଟି ଜିନିଷ ହେବ ଧନର ବର୍ଷା….

ବନ୍ଧୁଗଣ ଆରମ୍ଭ ହେବାକୁ ଯାଉଛି ନବରାତ୍ରିର ପାବନ ପର୍ବ । ଅକ୍ଟୋବର 15 ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ଦୂର୍ଗା ପୂଜା । ମା ଦୂର୍ଗା ଙ୍କର ନବରାତ୍ରି ପର୍ବ ଆରମ୍ଭ ହେବାକୁ ଯାଉଛି । ମା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଯେତେ ପୂଜାର୍ଚ୍ଚନା କରିଲେ ମଧ୍ୟ କମ ହୋଇଥାଏ । ତେଣୁ ମା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ସହ କିଛି ଖାସ ଉପାୟ କରିବାକୁ ପଡିଥାଏ ।

ସେହି ଖାସ ଉପାୟ ଗୁଡିକ ଦଶହରା ସରିବା ପୂର୍ବରୁ କରିଲେ ମା ଦୂର୍ଗା ପ୍ରସନ୍ନ ହୋଇଥାନ୍ତି । ମା ଦୂର୍ଗା ଧନ ଉପାର୍ଜନ କରିବାର ସୁଯୋଗ ପ୍ରଦାନ କରିବେ । ଆସନ୍ତୁ ଜାଣିବା କେଉଁ ଜିନିଷ ଦୂର୍ଗା ପୂଜା ପୂର୍ବରୁ ଘରକୁ ଆଣିଲେ ଧନର ବୃଦ୍ଧି ହୋଇଥାଏ । 1- ରୂପାର ପଇସା : ଯଦି ଆପଣଙ୍କ ଘରେ ଗରିବୀ ଦୂର କରିବାକୁ ଚାହୁଁ ଛନ୍ତି ତେବେ ନବରାତ୍ରି ପର୍ବ ଶେଷ ହେବ ପୂର୍ବରୁ ରୂପାର ପଇସା ନିଶ୍ଚୟ ଘରକୁ ଆଣନ୍ତୁ ।

ଏହି ରୂପା ପଇସା ଆଣି କୌଣସି ଦିନ ପବିତ୍ର ମନରେ ପୂଜା କରନ୍ତୁ । ଏହା ପରେ ରୂପା ପଇସାକୁ ଘରର ଆଲମାରି କୁ ରଖନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ବାସ ହେବା ସହ ବିଭିନ୍ନ ଦିଗରୁ ଟଙ୍କା ପଇସାର ଆଗମନ ହୋଇଥାଏ ।

2- କଉଡି : ଆପଣଙ୍କୁ ଯଦି ଧନ ଜନିତ ସମସ୍ୟାର ସାମ୍ନା କରିବାକୁ ପଡୁଥାଏ ତେବେ ଦୂର୍ଗା ପୂଜା ଶେଷ ହେବା ପୂର୍ବରୁ ହଳଦିଆ ବା ଧଳା କଉଡି ଘରକୁ ନିଶ୍ଚୟ ଆଣନ୍ତୁ । ମା ଲକ୍ଷ୍ମୀ ଙ୍କ ପୂଜା କରିବା ସମୟରେ ଏହି କଉଡି କୁ ପୂଜା ସ୍ଥାନରେ ରଖନ୍ତୁ । ନାଲି କପଡାରେ ବାନ୍ଧି କଉଡିକୁ ତାଙ୍କ ରଖୁଥିବା ଜାଗାରେ ରଖନ୍ତୁ ।

3- ମା ଲକ୍ଷ୍ମୀଙ୍କ ଫୋଟୋ : ମା ଲକ୍ଷ୍ମୀ ଓ ଦୂର୍ଗାଙ୍କ କୃପା ପାଇବାକୁ ହେଲେ ନବରାତ୍ରି ସରିବା ପୂର୍ବରୁ ମା ଲକ୍ଷ୍ମୀଙ୍କର ପଦ୍ମ ଫୁଲରେ ବସିଥିବା ଫୋଟୋ କୁ ଘରକୁ ଆଣନ୍ତୁ । ଏହି ଫୋଟୋକୁ ପ୍ରତିଦିନ ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀ ସ୍ଥାୟୀ ଭାବେ ବାସ କରିଥାନ୍ତି ।

4- ଦକ୍ଷିଣାବର୍ତ୍ତୀ ଶଙ୍ଖ : ନବରାତ୍ରି ରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରକୁ ଆଣିବା ଦ୍ଵାରା ଘରେ ମା ଲକ୍ଷ୍ମୀ ଓ କୁବେର ମହାରାଜ ଙ୍କ କୃପା ବର୍ଷା ହୋଇଥାଏ । ଏହି ଶଙ୍ଖ କୁ ଆଣି ପୂଜା ଘରେ ବା ଆଲମାରି ରେ ରଖନ୍ତୁ । ଏହାକୁ କେବେ ଖାଲି ରଖନ୍ତୁ ନାହିଁ । ଏଥିରେ ହଳଦିଆ ଚାଉଳ ରଖିଲେ ଧନର କେବେ ବି ଅଭାବ ରହିବ ନାହିଁ ।

5- ଶ୍ରୀଯନ୍ତ୍ର : ଦୂର୍ଗା ପୂଜା ସରିବା ପୂର୍ବର ଘରକୁ ନେଇ ଆସନ୍ତୁ ଶ୍ରୀଯନ୍ତ୍ର । ନିଜର ପୂଜା ଘରେ ନାଲି କପଡା ଉପରେ ଏହାକୁ ସ୍ଥାନ କରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଓ କୁବେର ମହାରାଜ ସ୍ଥାୟୀ ଭାବେ ଘରେ ନିବାସ କରନ୍ତି । ଏହା ସହ ଧନର ଅଭାବ କେବେ ବି ହୁଏ ନାହିଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *