ସାବଧାନ! ହୀରାକୁଦରେ ଖୋଲିଲା 34ଟି ଗେଟ… ମାଡି ଆସୁଛି ବନ୍ୟା, ଏହି ସବୁ ଜିଲାଳକୁ ରେଡ ୱାର୍ଣ୍ଣିଂ

ନମସ୍କାର ବନ୍ଧୁଗଣ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୱେଲମାର୍କ ଲୋ ପ୍ରେସରେ ପରିଣତ ହେଲା ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ ଲଘୁଚାପ । ଏହାର ପ୍ରଭାବରେ ୩୦ ଜିଲାକୁ ଚେତାବନୀ ଜାରି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ୭ ଜିଲ୍ଲା ପୁରୀ, କଟକ, ଜଗସିଙ୍ଘପୁରା, କେନ୍ଦ୍ରାପଡା, ଢେଙ୍କାନାଳ, ଯାଜପୁର, ଭଦ୍ରକକୁ ରେଡ ୱାର୍ନିଙ୍ଗ ଦେଇଛି ପାଣିପାଗ କେନ୍ଦ୍ର । ଏ ସବୁ ଜିଲ୍ଲାରେ ଅଚାନକ ବନ୍ୟା ଆସିପାରେ ।

ତଳୁଆ ଅଞ୍ଚଳ ଜଳମଗ୍ନ ସହ ପାହାଡିଆ ଅଞ୍ଚଳରେ ଭୂ-ସ୍ଖଳନର ଆଶଙ୍କା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ଅରେଞ୍ଜ ଓ ପ୍ରବଳ ବର୍ଷା କାରଣରୁ ୮ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । ଆସନ୍ତା କାଲି ପାଇଁ ୧୦ ଜିଲ୍ଲାକୁ ରେଡ ବାରିଙ୍ଗ, ୧୧ ଜିଲାକୁ ଅରେଞ୍ଜ ଓ ୯ ଜିଲାକୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । ଉପର ମୁଣ୍ଡରେ ବର୍ଷା ପରିମାଣ ବଢିବାରୁ ଜଳ ସ୍ତର ବଢିବାରେ ଆଶଙ୍କା ରହିଛି ।

ଘଣ୍ଟା ପ୍ରତି ୨ରୁ ୩ସେମି ବର୍ଷା ହେବାର ସମ୍ଭାବନା ରହିଛି । କଟକ ଓ ଭୁବନେଶ୍ବରର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମା ହେବାର ଆଶଙ୍କା ରହିଛି । କଟକରେ ବର୍ଷା ଓ ବନ୍ୟା ନେଇ SRCଙ୍କ ରେଡ ୱାର୍ନିଙ୍ଗ ଜାରି ହୋଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ହିରାକୁଦରେ ଜଳଭଣ୍ଡାର ୩୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୬.୫୬ ଫୁଟ । ସହରର ସବୁ ସ୍ଲଇସ ଗେଟ ବନ୍ଦ କରାଯାଇଛି । ମହାନଦୀରେ ମଧ୍ୟମ ଧରଣର ବନ୍ୟ ଆସୁଛି ଯାହା ୯ଲକ୍ଷ ୧୦ ହଜାର କ୍ୟୁସେବେଜ ବନ୍ୟା ଜଳ ପ୍ରବାହିତ ହେଉଛି । ସାରା ଓଡିଶାରେ ବର୍ଷା ବନ୍ୟାର ସ୍ଥିତି ଦେଖାଗଲାଣି କାରଣ ଲଗାତାର ଭାବେ ବର୍ଷା ଜାରି ରହିଛି ।

ସମସ୍ତ ରାଜସ୍ଵ ଅଧିକାରୀ କାର୍ଜ୍ୟାଳୟରେ ଉପସ୍ଥିତ ରହିବେ । ମହାନଦୀ ଓ କାଠଯୋଡିରେ ଜଳସ୍ତର ବୃଦ୍ଧି ପାଇଛି । ମୁଣ୍ଡଳିରେ ପ୍ରବାହିତ ହେଉଛି ୫ଲକ୍ଷ ୩୭ହଜାର କ୍ୟୁସେଜ ଜଳସ୍ତର । ଖଇରମାଳରେ ଏବେ ପ୍ରବାହିତ ହେଉଛି ୯ଲକ୍ଷ ୧୦ ହଜାର କ୍ୟୁସେଜ ବନ୍ୟାଜଳ । ଏଥିପାଇଁ କଟକ, ପୁରୀ, ଖୋର୍ଦ୍ଧା, ଜଗସିଂପୁରକୁ ରେଡ ୱାର୍ନିଙ୍ଗ ଜାରି ହୋଇଛି ।

ମା ଭଟ୍ଟାରିକାଙ୍କ ପିଠା ଜଳସ୍ତରରେ ବୁଡି ସାରିଲାଣି । ଧୀରେ ଧୀରେ ମନ୍ଦିର ବେଢା ଉପରକୁ ଉଠିବାରେ ଲାଗିଛି । ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଶ୍ରଇଛି । ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯାଜପୁର, ଦଶରଥପୂର, କୋରେଇ ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି ।

ଚାଷ ଜମି ବୁଡିବା ସହ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଯାତାୟତରେ ବାଧା ପ୍ରାପ୍ତ ହେବାରେ ଲାଗିଛି । ଗତ ଦୁଇ ଦିନ ଧରି ପୁରୀରେ ବି ଲାଗି ରହିଛି ଲଗାଣ ବର୍ଷା । ହୀରାକୁଦ ୩୪ଟି ଗେଟ ଖୋଲିଛି । ପୁରୀରେ ସ୍ୱଳ୍ପ ଧରଣର ବନ୍ୟା ଆଶଙ୍କା କରାଯାଇଛି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମାତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *