ଆପଣ ଯଦି ତାଙ୍କ ସ୍ତ୍ରୀ ହୋଇଥାନ୍ତେ, ତା’ହେଲେ କିଛି ଫରକ ପଡିଥାନ୍ତା କିନ୍ତୁ ଏଠି…. ଏଇ ଝିଅଟି Dipika ଓ Dineshକୁ ଯାହା କହୁଛନ୍ତି ଶୁଣି ଆପଣ ବି ଅକରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଦିନେଶ ଓ ଦୀପିକାଙ୍କ ପ୍ରେମ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯାହାକୁ ନେଇ ଦୁହେଁ ବିବାଦ ଘେରରେ ଅଛନ୍ତି । ଜଣେ ଯୁବତୀ ଏ ନେଇ ମୁହଁ ଖୋଲିଛନ୍ତି ଆଉ କହିଛନ୍ତି ତୁମେ ନାରୀକୁ ରାସ୍ତାରେ ଯେଜେଭଳି ଅପଦସ୍ତ କରୁଛ ଖରାପ ଭାଷା କହୁଛ ତାକୁ ଟଣା ଓଟରା କହୁଛ ସେଟା ଭୁଲ ମ୍ଯାସେଜ ଯାଉନି ସମାଜକୁ । ଆଗକୁ ଯୁବତୀ କହୁଛନ୍ତି କିଛି ମାନେ ନାହି ଆଜ୍ଞା ଯଦି ଆପଣ ତାଙ୍କର ସ୍ତ୍ରୀ ହୋଇଥାନ୍ତେ ତେବେ ଘର ଆଗରେ ବସିଥିଲେ ତାହା ଗ୍ରହଣୀୟ ହୋଇଥାନ୍ତା ଆପଣ ଲିଭିଙ୍ଗରେ ଥିଲେ ଆପଣ ସ୍ଵାମୀ ସ୍ତ୍ରୀ ନ ଥିଲେ ।

ଆଗକୁ ଯୁବତୀ କହୁଛନ୍ତି ଏଠାରେ ଯେବେ ଲିଭିଙ୍ଗ ଜଷ୍ଟିଫାଏ ନାହି କାହିଁ ସମାଜକୁ ଗୋଟେ ଭୁଲ ମ୍ଯାସେଜ ଦେଉଛନ୍ତି । ଦୀପିକାଙ୍କୁ ନେଇ ସାହି ଲୋକେ କହୁଛନ୍ତି ସମାଜ ପାଇଁ ଭୁଲ ମ୍ଯାସେଜ ଦେଉଛି କିନ୍ତୁ ସାହି ଲୋକେ ରାସ୍ତାରେ ଗୋଟେ ନାରୀକୁ ଯେମିତି ଅପମାନ କରୁଛ ଭାଷା କହୁଛ ସେଟା କଣ ସମାଜକୁ ଭୁଲ ମ୍ଯାସେଜ ଯାଉ ନାହି ବୋଲି ଯୁବତୀ ଜଣକ କହିଛନ୍ତି । ଯଦୁଇ ଦୀପିକା ଦିନେଶଙ୍କ ଘରେ ଆଗରେ ବସି ଭୁଲ କରୁଛନ୍ତି ତେବେ ତାଙ୍କୁ ଅପମାନ କରୁଥିବା ବି ସାହି ଲୋକଙ୍କର ଭୁଲ ଅଛି ।

ଯୁବତୀ ଆଗକୁ କହିଛନ୍ତି ମୋତେ କାହିଁ ଲାଗୁ ନାହି ଏହି ମାମଲାର ସମାଧାନ କୋର୍ଟ ବ ଥାନାରେ ହେବ କାରଣ ପିଲା ବଡ ହୋଇଯିବ ତା ପରେ ସେ ଅପମାନ ପାଇବ । ସବୁଠାରୁ ଭଲ କଥା ହେବ ଦିନେଶ ଓ ଦୀପିକାଙ୍କୁ ପରସ୍ପର କାଉନ୍ସିଲିଙ୍ଗ ଦରକାର । ଦୀପିକା ଓ ଦିନେଶ ଦୁହେଁ ଜାଣି ନାହାନ୍ତି ତାଙ୍କୁ କଣ ଦରକାର ପୁରା ଖେଚେଡୀ ହୋଇ ସାରିଲାଣି ଦୁହିଙ୍କର ସମ୍ପର୍କ କୁ ନେଇ ବୋଲି ଯୁବତୀ କହିଛନ୍ତି । ସବୁଠାରୁ ବଡ କଥା ହେଉଛି ପିଲାର ଦାୟିତ୍ଵ ଏବେ କିଏ ନେବ ? କାରଣ ଭୁଲ ଉଭୟ ଦିନେଶ ଓ ଦୀପିକା କରିଛନ୍ତି ସେ ପିଲାର କିଛି ଭୁଲ ନାହି ।

କାଲିକୁ ସେ ପିଲା କେଉଁ ସଂସ୍କାର ନେଇ ବଢିବ ତା ବାପା କିଏ ପଚାରିଲେ ପିଲାଟି କଣ ଉତ୍ତର ଦେବ ବୋଲି ଯୁବତୀ ପ୍ରତିକ୍ରିୟା ରଖିଛନ୍ତି । ଶେଷରେ ଯୁବତୀ ଜଣକ ହାତ ଯୋଡି ଅନୁରୋଧ କରିଛନ୍ତି ଆଉ କହିଛନ୍ତି ସେ ପିଲାର ଭବିଷ୍ୟତ ନଷ୍ଟ କରନ୍ତୁ ନାହି । ଯେଉଁ ଭଳି ଭାବେ ଦିନେଶ ଓ ଦୀପିକା ତଳ ସ୍ତରକୁ ଖସି ଗଲେଣି କିନ୍ତୁ ପିଲାର ଜୀବନ ନଷ୍ଟ କରନ୍ତୁ ନାହି । କଥାରେ ଅଛି ନାରୀ ହି ନାରୀର ଶତ୍ରୁ ଯାହା ଏହି ଘଟଣାରେ ପ୍ରମାଣ ହୋଇ ସାରିଛି ।

ଯଦି ଦିନେଶ ଙ୍କ ମା ଏଭଳି କରିପାରୁଛନ୍ତି ଯେମିତିକି ଦୀପିକା ଙ୍କ ଉପରକୁ ଗରମ ପାଣି ଢାଳିବା, ତାଙ୍କ ତଣ୍ଟି ଚିପିବାକୁ ଉଦ୍ୟମ କରିବା ଏ ସବୁ କିଛି ନିନ୍ଦନୀୟ କଥା । କାରଣ ଦିନେଶ ଙ୍କ ମା ବୁଝିବା ଦରକାର ତାଙ୍କର ବି ଗୋଟେ ଝିଅ ଥିବା । ସେ ଜଣେ ନାରୀ ହୋଇ ଅନ୍ୟ ନାରୀ ସହ ଏମିତି କେମିତି କରି ପାରୁଛନ୍ତି ବୋଲି ଯୁବତୀ ପ୍ରତିକ୍ରିୟା ରଖିଛନ୍ତି । ବନ୍ଧୁଗଣ ଆପଣଙ୍କର ଯୁବତୀ ରଖିଥିବା ପ୍ରତିକ୍ରିୟା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *