ସାବଧାନ ପ୍ଲାଷ୍ଟିକ ନେଇପାରେ ଆପଣଙ୍କ ଜୀବନ, ପ୍ରମାଣର ସହ ଦେଖନ୍ତୁ – ନିଶ୍ଚୟ ପଢନ୍ତୁ ସମ୍ପୂର୍ଣ ଖବର

ବିଜ୍ଞାନ ମଣିଷକୁ କିଛି ବହୁତ ଭଲ ଦେଇଥିବା ବେଳେ କିଛି ଖରାପ ଜିନିଷ ମଧ୍ୟ ଦେଇଛି, ଯାହା ଫଳରେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଇଥାଉ । ତାମଧ୍ୟରୁ ପ୍ଲାଷ୍ଟିକ ଗୋଟେ । ଆମେ ପ୍ଲାଷ୍ଟିକ ସହ ଏତେ ଯୋଡି ହେଇ ଯାଇଛୁ ଯେ ତା ବୀନା ଆମେ କୌଣସି କାମ କରିପାରୁନାହୁଁ , ଏମିତିକି ଆମର ଦୈନଦିନ କାର୍ଯ୍ୟକଳାପରେ ସବୁବେଳେ ବ୍ୟବହୃତ ହେଉଛି ପ୍ଲାଷ୍ଟିକ । କିନ୍ତୁ ଆପଣଙ୍କ ଜୀବନ ନେଇପାରେ ପ୍ଲାଷ୍ଟିକ । ଆସନ୍ତୁ ଜାଣିବା ଏହା ବିଷୟରେ ।

ଘଟଣାଟି ଆମେରିକାର ଫ୍ଲୋରିଡାରେ ଥିବା ବୋକା ରେଟନର ଯେଉଁଠି ଗୋଟେ ଛୋଟ କଇଁଛ ସମୁଦ୍ର କୂଳରେ ଗୁମ୍ବୋ ଲିମ୍ବୋ ନେଚର ସେଣ୍ଟରର ସଦସ୍ୟଙ୍କୁ ମିଳିଥିଲା, କିନ୍ତୁ ବହୁତ ଶୀଘ୍ର ତାହାର ମୃତ୍ୟୁ ଘଟିଥିଲା । ଡାକ୍ତରୀ ପରୀକ୍ଷଣରୁ ଜଣାପଡିଲାଯେ ସେ କଇଁଛ ପେଟରେ ୧୦୪ ଖଣ୍ଡ ପ୍ଲାଷ୍ଟିକ ଥିଲ, ଯାହାକୁ ସମୁଦ୍ରରେ ସେ ନିଜର ଖାଦ୍ଯ ଭାବି ଖାଇଦେଇଥିଲା ।

ଅକ୍ଟୋବର ୦୨ ତାରିଖରେ ଗୁମ୍ବୋ ଲିମ୍ବୋ ନେଚର ସେଣ୍ଟର ଏହି ଘଟଣାକୁ ଟ୍ବିଟରରେ ପୋଷ୍ଟ କରିଥିଲେ ଏବଂ ସମୁଦ୍ରକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ।


ଚିନ୍ତାକରନ୍ତୁ ଯଦି ଏହି ପ୍ଲାଷ୍ଟିକ ଆମ ଶରୀରକୁ ଜୀବ ତେବେ ଆମର ଅବସ୍ଥା କଣ ହେବ । ତେଣୁ ପ୍ଲାଷ୍ଟିକ ବର୍ଜନ କରନ୍ତୁ ଓ ପରିବେଶକୁ ମଧ୍ୟ ପ୍ଲାଷ୍ଟିକ କବଳରୁ ବଞ୍ଚାନ୍ତୁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *