ଏହି ବଲୀଉଡ ତାରକା ମାନେ ନିଜ ମା ଠାରୁ ବେସି ସାବତ ମା କୁ ଭଲପାଆନ୍ତି – କେବେ ବି କରନ୍ତି ନାହିଁ ଭେଦ ଭାବ

ଦୁନିଆରେ ରେ ସବୁଠୁ ବଡ ମା ଅଟେ । ମା’ର ଜାଗା ଏହି ଦୁନିଆର କେହିବି ନେଇ ପାରିବେନି । ମାର ମମତାରେ ସବୁବେଳେ ରହିବା କଥା । ମା ନିଜେ ସବୁ ଦୁଃଖ ସାହିନିଏ କିନ୍ତୁ ନିଜ ପିଲା ପ୍ରତି କିଛି ବି ଦୁଃଖ ଆସିବାକୁ ଦିଏନି । ମା ତ ମା ଅଟେ ସିଏ ନିଜ ମା ହେଉ କି ସାବତ ମା ହେଉ । ବେଳେ ଏମିତି ବି ହୁଏ କିଛି ପିଲା ସାବତ ମା କୁ ମା ବୋଲି ଭାବନ୍ତି ନାହିଁ ଆଉ ବେଳେ ବେଳେ କିଛି ସାବତ ମା ନିଜ ପିଲାଙ୍କୁ ଭଲପାଆନ୍ତି କିନ୍ତୁ ପର ପିଲାଙ୍କୁ ଭାଲଆପାନ୍ତି ନାହିଁ ।

ଆପଣ ବେଳେବେଳେ ଦେଖିଥିବେ କି ଶୁଣିଥିବେ କିଛି ସାବତ ମା – ପୁଅ ଭିତରେ ସମ୍ପର୍କ ଭଲ ନଥାଏ ।

ଆମକୁ କିଛି ବଲୀଉଡ ତାରାକା ମାନେ ଶିଖେଇ ଦିଅନ୍ତି କି ଆମେ ଆମ ସାବତ ମାଙ୍କ ସହିତ କେଉଁ ଭଳି ବ୍ୟବହାର କରିବା କଥା, ବଲୀଉଡରେ ଏମିତି ବହୁତ ତାରକା ମାନେ ଅଛନ୍ତି ଯେଉଁ ମାନେ ନିଜ ମା ଏବଂ ସାବତ ମା କୁ ବହୁତ ସମ୍ମାନ ଦିଅନ୍ତି । ଆଜି ଆମେ ଆପଣଙ୍କୁ ଏଭଳି ବଲୀଉଡ ତାରକା ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ନିଜ ମାଠୁ ବେସି ସାବତ ମାଙ୍କୁ ଭଲପାଆନ୍ତି ।

ସାରା ଅଲ୍ଲୀ ଖାନ

ଲଗାତାର ୨ ଟା ହିଟ ଫିଲ୍ମ ପରେ ସାରା ଅଲି ଖାନ ବଲୀଉଡର ଜଣେ ଭଲ ଅଭିନେତ୍ରୀ ବନିଯାଇଛନ୍ତି । କିଛି ଦିନ ପୂର୍ବରୁ ସାରଙ୍କ ପ୍ରଥମ ଫିଲ୍ମ କେଦାରନାଥ ସୁପରହିଟ ହୋଇଥିଲା , ଏହା ପରେ ତାଙ୍କର ଦ୍ରୁତୀୟ ଫିଲ୍ମ ସିଂବା ମୁକ୍ତିଲାଭ କରିଥିଲା ଆଉ ଦେଖୁ ଦେଖୁ କିଛି ଦିନ ଭିତରେ ୩୦୦ କୋଟି ଟପି ଯାଇଥିଲା । ଯେମିତି ଆମେ ସବୁ ଜାଣିଛୁ ସାରା ଅଲି ଖାନ ସେଫ ଓ ଅମୃତା ଙ୍କ ଝିଅ କିନ୍ତୁ ସେ ସବୁ ବେଳେ ତାଙ୍କ ସାବତ ମା କରିନାଙ୍କ ସହିତ ରୁହନ୍ତି । ସାରା କରିନାଙ୍କୁ ବହୁତ ସମାନ୍ନ ଦିଅନ୍ତି , କରିନା ମଧ୍ୟ ସାରାଙ୍କୁ ବହୁତ ଭଲପାନ୍ତି ।

ସନୀ ଦେଓଲ

ସନୀ ଦେଓଲ ବଲୀଉଡ ଦୁନିଆର ବହୁତ ବଡ ସୁପରଷ୍ଟାର ରହିଆସିଛନ୍ତି । ସେ ତାଙ୍କ ସମୟରେ ବହୁତ ହିଟ ଫିଲ୍ମ କରିଆସିଛନ୍ତି । ସନୀ ଦେଓଲ ମଧ୍ୟ ହେମାମାଳିନୀଙ୍କୁ ନିଜ ମା ଭଳି ସମ୍ମାନ ଦିଅନ୍ତି । ସନି ଦେଓଲଙ୍କ ସାଥିରେ ହେମାମାଲିନୀ ବହୁତ କମ ଦେଖା ଯାନ୍ତି କିନ୍ତୁ ଏହାର ମତଲବ ଏହା ନୁହେଁ କି ୨ ଜଣ ପରସ୍ପର କୁ ଭଲପାଆନ୍ତି ନାହିଁ । ହେମାମାଲିନୀଙ୍କ ଯେବେ ଦୁର୍ଘଟଣା ହେଲା ସର୍ବ ପ୍ରଥମେ ସନି ଦେଓଲ ତାଙ୍କୁ ଦେଖିବା ପାଇଁ ହସ୍ପିଟାଲ ଯାଇଥିଲେ , ଏଥିରୁ ଜଣାପଡେ ଯେ ସନି ଦେଓଲ ତାଙ୍କ ସାବତ ମାଙ୍କୁ କେତେ ଭଲପାନ୍ତି ।

ସାହିଦ କପୁର

ସାହିଦ ଏମିତି ଏକ କଳାକାର ଯିଏ ତାଙ୍କ ନୁର୍ତ୍ୟ ଏବଂ ଅଭିନୟ ପାଇଁ ଜଣାଯାନ୍ତି । ସାହିଦ ତାଙ୍କ ଜୀବନରେ ବହୁତ ଭଲ ଅଭିନୟ କରିକି ଅନେକ ଫିଲ୍ମ କୁ ହିଟ କରେଇଛନ୍ତି। ଯେମିତି ଆମେ ଜାଣିଛୁ ସାହିଦଙ୍କ ପିତା ପଙ୍କଜ କପୁର ୨ ଟି ବିବାହ କରିଥିଲେ । ସୁପ୍ରିୟା ପାଠକଙ୍କୁ ସାହିଦ କେବେ ବି ସାବତ ମା ବୋଲି ଭବିନାହାନ୍ତି । ସେ ତାଙ୍କ ସାବତ ମାଙ୍କୁ ନିଜ ମା ବୋଲି ଭାବିକି ବହୁତ ଭଲପାନ୍ତି ।

ସଲମାନ ଖାନ

ସଲମାନ ବଲୀଉଡର ଏକ ନାମିଦାମୀ କଳାକାର , ସେ ତାଙ୍କ ଜୀବନରେ ବହୁତ ହିଟ ଫିଲ୍ମ କରିଛନ୍ତି । ସଲମାନ ବଲୀଉଡର ଏକମାତ୍ର କଳାକାର ଯିଏ ତାଙ୍କ ଜୀବନରେ ବହୁତ ଗରିବ ଲୋକ ସାହାଯ୍ୟ କରିଛନ୍ତି । ସଲମାନ ସାହାଯ୍ୟ କରିବାରେ ସବୁବେଳେ ଆଗରେ ରହିଥାନ୍ତି । ସଲମାନ ନିଜ ପରିବାର କୁ ବହୁତ ଭଲପାନ୍ତି ।

ସଲମାନ ନିଜ ଭାଇ ଓ ଭଉଣୀଙ୍କୁ ବହୁତ ଭଲପାନ୍ତି କିନ୍ତୁ ତାଙ୍କ ଠାରୁ ବେସି ସେ ତାଙ୍କ ୨ ଜଣ ମା ଙ୍କୁ ଭଲପାନ୍ତି । ସଲମାନ ନିଜ ମା ଙ୍କୁ ତ ଭଲପାନ୍ତି କିନ୍ତୁ ତା ଠାରୁ ବେସି ସେ ତାଙ୍କ ସାବତ ମା ହେଲେନଙ୍କୁ ବେସି ଭଲପାନ୍ତି । ସଲମାନ ତାଙ୍କ ୨ ଜଣ ମାଙ୍କୁ ବହୁତ ଭଲ ସମାନ୍ନ ଦିଅନ୍ତି ।

Leave a Reply

Your email address will not be published. Required fields are marked *