ସୁପ୍ରିମକୋର୍ଟ ଆଜି ଶ୍ରୀମନ୍ଦିର ସଂସ୍କାର ମାମଲା ଉପରେ ରାୟ ଶୁଣାଇବେ

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧୀନରେ ୩ ଜଣିଆ ଖଣ୍ଡପିଠ ଗତ ମଙ୍ଗଳବାର ଶୁଣାଣି କରି ରାୟ ସଂରକ୍ଷିତ କରି ରଖିଥିଲେ । ଆମିକସ୍ କ୍ୟୁରି ରଞ୍ଜିତ କୁମାରଙ୍କ ରିପୋର୍ଟ ଏବଂ ପୁରୀ ଜିଲ୍ଲା ଜଜ୍ ଙ୍କ ସୁପାରିଶ ଅନୁସାରେ ଆଜି କୋର୍ଟ ରାୟ  ଶୁଣାଇବେ ।

ଶ୍ରୀମନ୍ଦିରରେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବରେ ଦର୍ଶନ କରିପାରିବେ ତାହା ଉପରେ ସବୁବେଳେ ପଦକ୍ଷେପ ନିଆ ହେଉଛି ।

ଆଜି ସୁପ୍ରିମକୋର୍ଟ କଣ ରାୟ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ମନ୍ଦିର ଭିତରେ ହେଉଥିବା ରୀତିନୀତିରେ କୋର୍ଟ କୌଣସି ଭାବେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି । ମୃଣାଳିନୀ ପାଢୀ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମୂଳ ମାମଲା ଦାଖଲ କରିଥିଲେ ।

Leave a Reply

Your email address will not be published. Required fields are marked *