ସାବିତ୍ରୀ ବ୍ରତର ପୂଜା କରିବା ପୂର୍ବରୁ ଏହାକୁ ଥରେ ନିଶ୍ଚୟ ଦେଖି ନିଅନ୍ତୁ, ନଚେତ ପରେ ପସ୍ତେଇବେ

ଆଜି ବି ନାରୀମାନେ ସାବିତ୍ରୀ ବ୍ରତ କରିଥାନ୍ତି କିନ୍ତୁ ମା ସାବିତ୍ରୀଙ୍କର ଆରାଧନା କରି ନ ଥାନ୍ତି । ମା ସାବିତ୍ରୀଙ୍କର ୩ଟି ନୟନ, ତାଙ୍କର ବାହନ ଭାବେ ହଂସ, ହାତରେ ଅସ୍ତ୍ର ଶସ୍ତ୍ର ରହିଥାଏ, ବେଦ ଧାରଣ,, ଜପାମାଳୀ, ପାର୍ଶ୍ଵ ଅଙ୍କୁଶ ଧାରଣ କରିଛନ୍ତି, ଆଶୀର୍ବାଦ ମୁଦ୍ରା ରହିଛି । ମା ସାବିତ୍ରୀ ଶୁକ୍ଲା ବସ୍ତ୍ର ଧାରଣ କରିଥାନ୍ତି । ଏହି ସାବିତ୍ରୀ ମାଙ୍କୁ ସାବିତ୍ରୀ ବ୍ରତରେ ପୂଜା କରାଯାଏ । ସାବିତ୍ରୀ ବ୍ରତ ଜ୍ୟଷ୍ଠ ମାସ କୃଷ୍ଣ ପକ୍ଷର ପୂର୍ବ ଦିନ ଏକବାର କରାଯାଏ । ଚତୁର୍ଦ୍ଦଶୀ ତିଥି ଦିନ ସାବିତ୍ରୀ ବ୍ରତ ପୂଜା ଆରମ୍ଭ କାରଜାଏ । ଚତୁର୍ଦସୀ ପର ଦିନ ଅମାବାସ୍ୟା ପାଳନ କରାଯାଏ ।

ତା ପର ଦିନ ସାବିତ୍ରୀ ବ୍ରତ ଶେଷ ହୋଇଥାଏ । ସାବିତ୍ରୀ ବ୍ରତ ୩ଦିନ ପାଳନ କରାଯାଏ । ଅମାବାସ୍ୟାର ପର ଦିନ ପ୍ରତିପଦା କୁହାଯାଏ । ଯଦି ସାବିତ୍ରୀ ବ୍ରତ ୩ ଦିନ ନ ପାଳନ କରିବେ ତେବେ ଯେଉଁ ଦିନ ସାବିତ୍ରି ବ୍ରତ ସେଦିନ ଉପାସନା କରି ଅନ୍ୟ ୨ ଦିନ ମା ସାବିତ୍ରୀଙ୍କୁ ଆରାଧନା କରିବା ଉଚିତ । ପୂଜକ ମାନେ ତ୍ରିସନ୍ଧ୍ୟା କରିଥାନ୍ତି ଯେଉଁଥିରେ ମା ସାବିତ୍ରୀଙ୍କୁ ସ୍ମରଣ କରି ଗାୟତ୍ରୀ ମନ୍ତ୍ର ପାଠ କରିଥାନ୍ତି ।

ମା ସାବିତ୍ରୀଙ୍କୁ ସନ୍ତୁଷ୍ଟ କରିବା ଏତେ ସହଜ ନୁହେଁ । ଗାୟତ୍ରୀ ମନ୍ତ୍ର ଏହି ଦିନ ୧୦ଲକ୍ଷ ଥର ପାଠ କରାଯାଏ । ସାବିତ୍ରୀ ଯେତେବେଳେ ଜନ୍ମ ହେବେ ସେତେବେଳ ତାଙ୍କର ପିତା ଜଣେ ରାଜା ଥିଲେ ଯାହାଙ୍କର ସନ୍ତାନ ହେଉ ନ ଥିଲା । ସେତେବେଳେ ରାଜା ମା ସାବିତ୍ରୀଙ୍କୁ ପୂଜା କରିଲେ ଯିଏ କି ଭଗବାନା ବ୍ରମ୍ହାଙ୍କର ସ୍ତ୍ରୀ ।

ସେହି ସାବିତ୍ରୀ ମାତା ପ୍ରସନ୍ନ ହୋଇ ବାର ଦେବା ପରେ କନ୍ୟା ସନ୍ତାନ ଜନ୍ମ ହେବା ପରେ ତାଙ୍କର ନାମ ରଖାଯାଇଥିଲା ସାବିତ୍ରୀ । ସେହି ସାବିତ୍ରୀ ବିବାହ କରିଲେ ସତ୍ୟବାନଙ୍କୁ । ଏହି ଦିନ ୧୪ ପ୍ରକାରର ଫୁଲ ଫଳରେ ପୂଜା କରାଯାଏ । ଧଳା ରଙ୍ଗର ମଞ୍ଜିରେ ମାଳରେ ମହିଳାମାନେ ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ । ମା ସାବିତ୍ରୀଙ୍କୁ ଘଟ ରେ ସ୍ଥାପନ କରାଯାଇ ପୂଜା କରାଯାଏ ।

କିନ୍ତୁ ଆଜିର ନାରୀମାନେ ହଳଦୀ ଲଗାଇ ମା ସାବିତ୍ରୀଙ୍କ ମୁଖ କରି ପୂଜା କରିଥାନ୍ତି । ଘଟ ସ୍ଥାପନ କରିବା ପରେ ସେହି ଗତ ପରେ ନାଶୀଲଗା ପଇଡ, ଗୁଆ ରଖନ୍ତୁ । ଅନ୍ୟ ଏକ ଘଟ ବା କଳସ ଅଲଗା ବସାଇ ଅନ୍ୟ ଦେବାଦେବୀଙ୍କୁ ଆରାଧନା କରିପାରିବେ । ମା ସାବିତ୍ରୀଙ୍କୁ ବେଦ ମନ୍ତ୍ରରେ ପୂଜା କରାଯାଏ । ମା ଙ୍କୁ ପୂଜା କରିବା ସମୟରେ ମା ସାବିତ୍ରୀଙ୍କୁ ଧ୍ୟାନ କରିବା ଉଚିତ ।

ଏହା ସହ ସ୍ବାମୀଙ୍କର ଦୀର୍ଘ ଆୟୁଷ କାମନା କରିବା ଉଚିତ । ଭାରତ ବର୍ଷରେ ପ୍ରଥମେ ମା ସାବିତ୍ରୀଙ୍କୁ ରାଜା ପୂଜା କରିଥିଲେ ଯାହାଙ୍କର ନାମ ହେଉଛି ଅଶ୍ଵପତି ଓ ତାଙ୍କ ସ୍ତ୍ରୀ ମାଳତୀ । ମାଙ୍କର ପୂଜା ଷୋଡଶ ଉପଚାରରେ କରାଯାଇଥାଏ । ଯେଉଁ ଦେବୀଙ୍କୁ ପୂଜା କରାଯାଏ ତାଙ୍କ ବିଷୟରେ ସଂପୂର୍ଣ୍ଣ ଭାବେ ଜଣାଇବା ଉଚିତ । ତେବେ ଏହା ଥିଲା ସାବିତ୍ରୀ ବ୍ରତର ପୂଜା ବିଧ୍ୟ ବିଷୟରେ ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *