ଏହି କାରଣ ପାଇଁ ସାବିତ୍ରୀ ଓଷା କରିବା ପୂର୍ବରୁ ସ୍ତ୍ରୀଙ୍କୁ ମାରିଦେଲେ ସ୍ଵାମୀ, କାରଣ ଜାଣି ଉଡିବ ହୋସ… ଦେଖନ୍ତୁ କଣ କହୁଛନ୍ତି ଝିଅର ମା’

ରାତି ପାହିଲେ ସ୍ଵାମୀ ପାଇଁ କରିଥାନ୍ତେ ସାବିତ୍ରୀ ବ୍ରତ । ଏମିତି ସାରା ଦିନ ଉପବାସ ରହି ଠାକୁରଙ୍କ ପାଖରେ କେତେ କଣ ମନାସିଥାନ୍ତି ସ୍ତ୍ରୀ ମାନେ ସ୍ବାମୀଙ୍କ ପାଇଁ । ସ୍ବାମୀଙ୍କ ସହ ଖୁସିରେ ଘର ସଂସାର କରିବାକୁ ଅନେକ ପ୍ରାର୍ଥନା ମଧ୍ୟ କରିଥାନ୍ତି ନିଶ୍ଚୟ କିନ୍ତୁ ସବୁ ସ୍ଵପ୍ନ ଅଧା ରହିଗଲା । ଏ ଧୋକାବାଜ ସ୍ଵାମୀ ସ୍ତ୍ରୀର ମନ କଥା ବୁଝିପାରିଲା ନାହି । ସାମାନ୍ଯ ଯୌତୁକ ପାଇଁ ସ୍ତ୍ରୀର ନେଇଗଲା ଜୀବନ । ସାତ ଜନ୍ମ ପାଇଁ ସାଥି ହେବା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗୋଟେ ଜନ୍ମ ପାଇଁ ହେଲା ନାହି । ଟଙ୍କା ପାଇଁ ସ୍ତ୍ରୀର ଜୀବନ ନେଇଗଲା ଧୋକାବାଜ ସ୍ଵାମୀ । ଏମିତି ସଙ୍ଗିନ ଅଭିଯୋଗ ଆସିଛି ରାଜଧାନୀରୁ ।

ରାଜଧାନୀରେ ଅଭାବନୀୟ କାଣ୍ଡ ଯୌତୁକ ପାଇଁ ସାବିତ୍ରୀଙ୍କୁ ସତ୍ୟବାନ ଓ ପରିବାର ଲୋକ ମିଳିମିଶି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏ ନେଇ ନବ ବିବାହିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଖଣ୍ଡଗିରୀ ଥାନାରେ ମମାଳା ରୁଜୁ କରାଇଛନ୍ତି । ଗତ ଏପ୍ରିଲ ୨୮ ରେ ଭଦ୍ରକ ତେହେଡି ଅଞ୍ଚଳର ରାଧାକାନ୍ତ ନାୟକ ତାଙ୍କ ଝିଅ ପ୍ରଭାପତୀଙ୍କୁ ଭୁବନେଶ୍ଵର ସରକାନ୍ତରା ର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କ ସହ ବାଘର କରାଇଥିଲେ ।

ଗତ ୨୯ ରେ ଝିଅ ବାପଘର ଲୋକ ଝିଅ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ । ପର ଦିନ ଝିଅ ଘର ଲୋକେ ଝିଅର ଶାଶୁଘରକୁ ଆସିବା ବେଳକୁ ଶାଶୁଘର ଲୋକେ ମସାଣି ନେଇଥିବା ଖବର ପାଇଥିଲେ । ତେବେ ଶାଶୁଘର ଲୋକେ ଝିଅର ବାପଘର ଆସିବା ଯାଏଁ କଣ ପାଇଁ ଅପେକ୍ଷା କରିଲେ ନାହି  ।

ଏ ନେଇ ମନରେ ସନ୍ଦେହ ଉପୁଜିବାରୁ ଓ ପୂର୍ବ ରୁ ଝିଅକୁ ଯୌତୁକ ନେଇ ନିର୍ଯାତନା ଦିଆ ଯାଇଥିବା ଜାଣି ଥିବାରୁ ଖଣ୍ଡଗିରୀ ଥାନାରେ କେସ ଦେଇଛନ୍ତି ନବ ବଧୂଙ୍କ ମା ମାଧବୀ । ସେପଟେ ବାପା କହୁଛନ୍ତି ମୋ ଝିଅ କେବେ ଆତ୍ମହତ୍ୟା କରିପାରିବ ନାହି ବରଂ ତାକୁ ମାରି ଦିଆଯାଇଛି ।

ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ନବ ଦମ୍ପତି ଦୁହେଁ ପରସ୍ପରକୁ ଧରି ଫୋଟୋ ସୁଟ କରିଛନ୍ତି । ଘରର ବାରଣ୍ଡାର ପାହାଚ ପାଖରେ କେମିତି ବସି ଫୋଟୋ ଉଠାଇଛନ୍ତି ନବ ଦମ୍ପତି । ଖାଲି ଏତିକି ନୁହେଁ ବାହାଘର ଫୋଟୋ କେତେ ସୁନ୍ଦର ହୋଇଛି ଉଭୟଙ୍କର । କିନ୍ତୁ ଏବେ ପ୍ରଭାପତି ନିଜେ ଫୋଟୋ ହୋଇ ଯାଇଛନ୍ତି ।

ତେବେ ସାମାନ୍ଯ ଯୌତୁକ ପାଇଁ ନିଜ ସ୍ତ୍ରୀ ଙ୍କୁ ଏମିତି ମାରିଦେବା ଏଇ ସ୍ଥାନୀୟ ଅଞ୍ଚଳ ରେ ଏବେ ବେଶ ଚର୍ଚ୍ଚା ଚଳାଇଛି । କିନ୍ତୁ ଏ ନେଇ କ୍ୟାମେରା ଆଗରେ ମୁହଁ ଖୋଲି ନାହନ୍ତି ଶାଶୁଘର ଲୋକେ । ତେବେ ପ୍ରଭାପତିଙ୍କ ବାପା ମା କହିଛନ୍ତି ତାଙ୍କ ଝିଅକୁ ଶାଶୁଘର ଲୋକେ ମିଶି ମାରି ଦେଇଛନ୍ତି । ଏମିତିକି ତାଙ୍କ ଝିଅର ଶେଷ ଦର୍ଶନ ମଧ୍ୟ କରାଇ ଦେଇ ନାହାନ୍ତି ପ୍ରକାଶଙ୍କ ଘର ଲୋକେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *