ସାବିତ୍ରୀ ବ୍ରତରେ କରୁଛନ୍ତି କି ଏହି ଭୁଲ ! ସ୍ଵାମୀଙ୍କର ହେବ ସର୍ବନାଶ ! Savitri Brata 2024

ବନ୍ଧୁଗଣ ଓଡିଆ ଘରର ମହିଳା ମାନଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ । ଏହି ବ୍ରତରେ ମହିଳା ମାନେ ସେମାନଙ୍କର ସ୍ଵାମୀ ମାନଙ୍କର ଶୁଭ ମନାସି ଓ ଦୀର୍ଘାୟୁ ପାଇଁ ଏହି ସାବିତ୍ରୀ ଓଷା କରିଥାନ୍ତି । କାରଣ ସବୁ ବିବାହିତା ମହିଳା ମାନଙ୍କର ଇଛା ରହିଥାଏ । ଯେ ସେମାନେ ମଧ୍ୟ ମାତା ସାବିତ୍ରୀଙ୍କ ପରି ସବୁଦିନ ସଧବା ହୋଇ ରହିବେ । ସେଥିପାଇଁ ତ ଏହି ବ୍ରତକୁ ଖୁବ ବିଶ୍ବାସ ଓ ନିଷ୍ଠାର ସହ ପାଳନ କରିବାକୁ ପଡିଥାଏ । ତେବେ ଯେଉଁ ମହିଳା ମାନେ ଏହି ବ୍ରତ କରୁଛନ୍ତି । ସେମାନେ ସାବିତ୍ରୀ ବ୍ରତ କରିବା ସମୟରେ କିଛି ମହତ୍ଵପୂର୍ଣ୍ଣ କଥା ଉପରେ ଧ୍ୟାନ ରଖି ପାଳନ କରିବା ଦ୍ଵାରା ତାଙ୍କ ସ୍ଵାମୀ ତଥା ପରିବାରର ମଙ୍ଗଲଳ ହୋଇଥାଏ ।

1- ପ୍ରତ୍ଯେକଟି ବିବାହିତା ମହିଳା ମାନଙ୍କୁ ସାବିତ୍ରୀ ବ୍ରତ ଦିନ ନାଲି ରଙ୍ଗର ଶାଢୀ ପିନ୍ଧିବା ଉଚିତ । କାରଣ ନାଲି ରଙ୍ଗ ହେଉଛି ଶୁଭତାର ପ୍ରତୀକ । ସେଥିପାଇଁ ତ ବିବାହ ପରେ ମହିଳା ମାନେ ନିଜ ମଥାରେ ନାଲି ରଙ୍ଗର ସିନ୍ଦୁର ଧାରଣ କରିଥାନ୍ତି । ତେଣୁ ଏହି ସାବିତ୍ରୀ ବ୍ରତରେ କଳା ରଙ୍ଗର ଶାଢୀ ମହିଳା ମାନେ ପିନ୍ଧିବା ଅନୁଚିତ । ନଚେତ ଏହା ଦ୍ଵାରା ଅଶୁଭ ହୋଇଥାଏ ।
2- ସାବିତ୍ରୀ ଅମାବାସ୍ୟାରେ ହେଉ ଅବା ଅନ୍ୟ କୌଣସି ରାତ୍ରୀ ସମୟରେ ମଧ୍ୟ ବାହାରେ ଲୁଗାପଟା ଧୋଇ ଶୁଖାଇବା ଉଚିତ ନୁହେଁ । ବିଶେଷ କରି ଅମାବାସ୍ୟାର ରାତ୍ରୀକୁ କାଳରାତ୍ରୀ ବୋଲି କୁହାଯାଇଥାଏ । ତେଣୁ ନିଜର କି ନିଜ ସ୍ଵାମୀଙ୍କର ବସ୍ତ୍ରକୁ ରାତି ସମୟରେ ବାହାରେ ଶୁଖାନ୍ତୁ ନାହିଁ । ନଚେତ ଏହା ଦ୍ଵାରା ଅନିଷ୍ଠ ହୋଇଥାଏ ।


3- ସାବିତ୍ରୀ ବ୍ରତ ହେଉ ଅବା କୌଣସି ଓଷାବ୍ରତରେ ହେଉ ସ୍ଵାମୀ ଓ ସ୍ତ୍ରୀ ବିଲକୁଲ ବି ନିଜ ମଧ୍ୟରେ ଶାରୀରିକ ସମ୍ପର୍କ ବନାଇବା ଉଚିତ ନୁହେଁ । ନହେଲେ ଏପରି କାର୍ଯ୍ୟ ଦ୍ଵାରା ସ୍ଵାମୀଙ୍କର ଆୟୁଷ କ୍ଷୀଣ ହୋଇଥାଏ ।
4- ସାବିତ୍ରୀ ଓଷା ଦିନ ନିଜେ କୌଣସି ଜିନିଷକୁ କାଟିବେ ନାହିଁ । କି ନିଜ ସ୍ଵାମୀକୁ ମଧ୍ୟ କୌଣସି ଜିନିଷ କାଟିବାକୁ କି ହାଣିବାକୁ ଦେବେ ନାହିଁ। ଯେମିତି କୌଣସି ବଡ ଗଛ ଇତ୍ୟାଦି ଏଭଳି କିଛି ଜିନିଷକୁ କାଟିବା ସେହି ଦିନ ଅନୁଚିତ ।


5- ସାବିତ୍ରୀ ବ୍ରତ ଦିନରେ ମହିଳା ମାନେ ରନ୍ଧା ଖାଦ୍ୟ ଖାଇବାରୁ ନିଜକୁ ଦୂରେଇ ରଖିବା ଉଚିତ । ଏହି ଦିନ ଅତ୍ୟନ୍ତ ନିଷ୍ଠାର ସହ ଓଷାକୁ ପାଳନ କରିବା ଉଚିତ। ଭୋଗ କରିଥିବା ଫଳମୂଳ, ପଣା ଆଦି ଖାଇପାରିବେ ।
ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଗୋଟିଏ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *