ଶୋଇବା ବେଳେ ଗୋଡ଼ ବ୍ୟଥାର କାରଣ କ’ଣ ? Dr Pradyut Ranjan Bhuyan

ବନ୍ଧୁଗଣ ଅନେକ ସମୟରେ ଖାସ୍ କରି ଶୋଇବା ବେଳେ ଦୁଇ ଗୋଡ ପାଦ ଓ ପେଣ୍ଡାରେ ବିନ୍ଧା ହୋଇଥାଏ । ବିଶ୍ରାମ ନେଉଥିବା ସମୟରେ ସେହି ସବୁ ସ୍ଥାନରେ ଜୋରରେ ବଥା ଅନୁଭୂତ ହୋଇଥାଏ । ଯାହା ଫଳରେ ବ୍ୟକ୍ତି ବହୁତ କଷ୍ଟ ସେଥିପାଇଁ ଭୋଗ କରିଥାନ୍ତି । ତେବେ ଏ ପ୍ରକାର ସମସ୍ଯା ସମ୍ପର୍କରେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଦ୍ଯୁତ ରଞ୍ଜନ ଭୂୟାଁଙ୍କ ଠାରୁ ଜାଣିବା ।

ତେବେ ଡାକ୍ତରଙ୍କ କହିବା ଆଧାରରେ ବିଶ୍ରାମ ନେଉଥିବା ସମୟରେ ଅର୍ଥାତ ଶୋଇବାକୁ ଯାଉଥିବା ସମୟରେ ଯଦି ଗୋଡ ଏବଂ ପେଣ୍ଡାରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ତେବେ ତାହାକୁ ରେସ୍ଟ ଲେସ୍ ସିଣ୍ଡ୍ରୋମ କୁହାଯାଇଥାଏ । ତେବେ ଏହି ପ୍ରୋବ୍ଲେମର ଲକ୍ଷଣ ଗୁଡିକ ହେଉଛି । ଯେତେବେଳେ ବ୍ୟକ୍ତି ଅଧିକ ସମୟ ପର୍ଯ୍ୟନ୍ତ କେଉଁଠାରେ ବସିଯାଇଥାଏ । ବା ଶୋଇଥାଏ । ସେହି ସମୟରେ ଗୋଡରେ ପେନ୍ ଆରମ୍ଭ ହୋଇଥାଏ ।

ତେଣୁ ବ୍ୟକ୍ତି ରେସ୍ଟ ନନେଇ ପାରି ବାଧ୍ୟ ହୋଇ ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ଚଲାବୁଲା କରିଥାଏ । ଏହି ରେସ୍ଟ ଲେସ ସିନ୍ଡ୍ରୋମ ପ୍ରୋବ୍ଲେମ ଯଦି ଜଣେ ବ୍ୟକ୍ତିର ପରିବାରରେ କାହାକୁ ଥାଏ । ତେବେ ସେହି ବ୍ୟକ୍ତିକୁ ମଧ୍ୟ ହେବାର ସମ୍ଭାବନା ଅଧିକ ରହିଥାଏ । ଯେଉଁ ମାନେ ବହୁ ଦିନରୁ କୌଣସି ରୋଗ ପାଇଁ ମେଡ଼ିସିନର ବ୍ୟବହାର କରୁଥାନ୍ତି । ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ପ୍ରୋବ୍ଲେମ ବିଶେଷ ଭାବେ ଦେଖାଯାଇଥାଏ ।

ଗର୍ଭବତୀ ମହିଳାଙ୍କ ଠାରେ ମଧ୍ୟ କିଛି ମାତ୍ରାରେ ଏହି ପ୍ରୋବ୍ଲେମ ଦେଖିବାକୁ ମିଳିଥାଏ । ଶରୀରରେ ଆଇରନର ଅଭାବ ବା ଡୋପାମାଇଁ ନାମକ ଏକ କେମିକାଲରେ ଅସନ୍ତୁଳନ ଘଟିଲେ । ଏହି ପ୍ରୋବ୍ଲେମ ସାଧାରଣତଃ ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ । ତେବେ ଯେଉଁ ଲୋକର ଏହିଭଳି ପ୍ରୋବ୍ଲେମ ରହିଥାଏ । ସେମାନେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜର ଚିକିତ୍ସା କରାଇ ନେବା ଜରୁରୀ ହୋଇଥାଏ ।

ଡାକ୍ତର ସେଠାରେ ତାଙ୍କର କେଉଁ କାରଣ ପାଇଁ ଏହି ରେସ୍ଟ ଲେସ୍ ସିନ୍ଡ୍ରୋମ ସମସ୍ଯା ହେଉଛି । ତାହାକୁ ପ୍ରଥମେ ପରୀକ୍ଷା କରି ବୁଝିଲାପରେ ସେଥିରୁ ତାହାର ଚିକିତ୍ସା କିପରି ଭାବେ କରାଯାଇ ଯନ୍ତ୍ରଣାକୁ ଲାଘବ କରାଯାଇ ପାରିବ । ତାହା ଉପରେ ନିଜର ମତ ରଖିଥାନ୍ତି । ତେବେ ଡାକ୍ତର ବ୍ୟକ୍ତିକୁ ଶୋଇବା ପୂର୍ବରୁ କିଛି ବିଶେଷ ଏକସରସାଇଜ କିମ୍ବା ବଡି ଷ୍ଟ୍ରେଚିଙ୍ଗ କରିବାକୁ କହିଥାନ୍ତି । ଏଥିସହ କିଛି ଲେଗ ମସାଜ ଉପରେ ମଧ୍ୟ ଟିପ୍ସ ଦେଇଥାନ୍ତି ।

ଯଦି ଡାକ୍ତର ଏଥିପାଇଁ କୌଣସି ମେଡ଼ିସିନର ସେବନ କରିବାକୁ ଦେଇଥାନ୍ତି । ତେବେ ଶୋଇବାର 2 ରୁ 3 ଘଣ୍ଟା ପୂର୍ବରୁ ଏହି ମେଡ଼ିସିନର ସେବନ କରିବା ଦ୍ଵାରା ଶୋଇବା ସମୟରେ ବ୍ୟକ୍ତି ଆରାମ ନିଦ୍ରାରେ ଶୋଇପାରେ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ   ସିଣ୍ଡ୍ରୋମ୍‌ ସିଣ୍ଡ୍ରୋମ୍‌ ସିଣ୍ଡ୍ର

Leave a Reply

Your email address will not be published. Required fields are marked *