ମହାଭାରତରେ କୁହାଯାଇଛି ସଫଳତାର ରହସ୍ୟ, ସମସ୍ତ ମଣିଷକୁ ପ୍ରତ୍ୟକ ଦିନ କରିବା ଦରକାର ଏହି ଚାରୋଟି କାର୍ଯ୍ୟ

ବ୍ୟକ୍ତି ନିଜ ଜୀବନରେ ସମସ୍ତ ସମସ୍ୟାକୁ ଦୂର କରିବାର କ୍ଷମତା ରଖିଥାଏ । ଯଦି ବ୍ୟକ୍ତି ଚେଷ୍ଟା କରେ ତେବେ ସେ ନିଜ ଜୀବନରେ ବହୁତ ସମସ୍ୟାର ସମଧାନ କରି ପାରିବ । କହିବାକୁ ଗଲେ ମହାଭାରତ ଭାରତର ଏକ ମହାନ ଗ୍ରନ୍ଥ ଅଟେ । ସେଥିରେ ଉଲ୍ଲେଖ କରା ଯାଇଥିବା କଥାକୁ ଯଦି ବ୍ୟକ୍ତି ନିଜ ଜୀବନରେ ଆପଣାଇବ ତେବେ ମନୁଷ୍ୟର ସମସ୍ତ ସମସ୍ୟା ଦୂର ହୋଇଯିବ । ଏହା ମଧ୍ୟରେ ମହାଭାରତରେ ଯେତେବେଳେ ଯୁଧିଷ୍ଠିର ଶ୍ରୀ କୃଷ୍ଣଙ୍କୁ ପଚାରିଲେ କି ଭଗବାନ କେଉଁ କେଉଁ କାର୍ଯ୍ୟ ଏମିତି ଅଛି ଯାହାକୁ ସବୁଦିନ କରିବା ଉଚିତ ।

ଯେଉଁ କାର୍ଯ୍ୟକୁ କରିବା ଦ୍ଵାରା ଆମକୁ ଶାନ୍ତି ପ୍ରାପ୍ତି ହୋଇଥାଏ । ଏହାର ଉତ୍ତରରେ ଶ୍ରୀ କୃଷ୍ଣ କହିଲେ କି ମନୁଷ୍ୟକୁ ନିଜ ଜୀବନରେ ଚାରୋଟି କାର୍ଯ୍ୟକୁ ନିୟମିତ କରିବା ଉଚିତ । ଯଦି ବ୍ୟକ୍ତି ଏହି ଚାରୋଟି କାର୍ଯ୍ୟ ନିଜ ଜୀବନରେ ସାମିଲ କରିଦିଏ ତେବେ ତାହାର ଜୀବନ ସୁଖମୟ ହୋଇଯିବ । ଚାଲନ୍ତୁ ସେହି ବିଷୟରେ ଜାଣିବା ।

ଆସନ୍ତୁ ଜାଣିବା ଏହି ଚାରୋଟି କାର୍ଯ୍ୟ କଣ ଅଟେ

ମନକୁ ଆୟତରେ ରଖିବା

ବ୍ୟକ୍ତି କେଉଁଠି ନା କେଉଁଠି ନିଜର ପରିସ୍ଥିତିକୁ ଖରାପ କରିବାରେ ଓ ସୁଧୀରିବାରେ ନିଜର ହିଁ ହାତ ଥାଏ । କହିବାକୁ ଗଲେ ମନୁଷ୍ୟର ମନ ଅତି ଚଞ୍ଚଳ ଅଟେ । ସେଥିପାଇଁ ସମସ୍ତ ବ୍ୟକ୍ତିକୁ ନିଜର ମନକୁ ନିଜ ଆୟତରେ ରଖିବା ଉଚିତ । ଯଦି ବ୍ୟକ୍ତି ନିଜ ମନକୁ ଆୟତରେ ରଖେ ନାହିଁ ତେବେ ସେ ଭୁଲ ରାସ୍ତାରେ ଚାଲିଯାଏ ।

ଦାନ କରିବା ଉଚିତ

ମହାଭାରତରେ ଭଗବାନ ଶ୍ରୀ କୃଷ୍ଣ କହିଲେ କି ମନୁଷ୍ୟକୁ ନିୟମିତ ରୂପରେ ଦାନ କରିବା ଉଚିତ ଓ ଦରକାରୀ ମନୁଷ୍ୟମାନଙ୍କର ସାହାର୍ଯ୍ୟ କରିବା ଉଚିତ । ବ୍ୟକ୍ତି ଯେତେବେଳେ ଦାନ କରିଥାଏ ତେବେ ତାହାକୁ କୌଣସି ପ୍ରକାରର ଗର୍ବ କରିବା ଉଚିତ ନୁହେଁ । ଯଦି ବ୍ୟକ୍ତି ନିଜ ହୃଦୟର ସହିତ ଦାନ କରିଥାଏ ତେବେ ତାହାର ସମସ୍ତ ପାପ ଦୂର ହୋଇଯାଏ ।

ତପସ୍ୟା କରିବା ଉଚିତ

ଯଦି ଶାସ୍ତ୍ର ଅନୁସାରେ ଦେଖିବା ତେବେ ଶାସ୍ତ୍ରରେ ଏହି କଥା ବିଷୟରେ କୁହାଯାଇଛି କି ତପସ୍ୟା ଦ୍ଵାରା ହିଁ ମନୁଷ୍ୟ ସଫଳ ହୋଇ ପାରିବ । ସେଥିପାଇଁ ସବୁଦିନ ମନୁଷ୍ୟକୁ ନିୟମିତ ରୂପରେ ଭଗବାନଙ୍କର ଧ୍ୟାନ କରିବା ଉଚିତ ଓ ନିଜ ଭୁଲ ପାଇଁ ଭଗବାନଙ୍କ ଠାରୁ କ୍ଷମା ପ୍ରାର୍ଥନା କରିବା ଉଚିତ । ଯଦି ଆପଣ ଏହିଭଳି କରିବେ ତେବେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ ।

 

ସତ କହିବା ଉଚିତ

ଯେଉଁ ମନୁଷ୍ୟ ସତର ସାଥ ଦେଇଥାଏ ଓ ସତର ମାର୍ଗରେ ଚାଲିବାକୁ ପସନ୍ଦ କରିଥାଏ ତାହାର ସମସ୍ତ ପ୍ରକାରର ସମସ୍ୟା ମନକୁ ମନ ଦୂର ହୋଇଯାଏ । ଯଦି ଆପଣ ନିଜ ଜୀବନରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ସବୁବେଳେ ସତ୍ୟର ରାସ୍ତା ହିଁ ଆପଣାନ୍ତୁ ।

 

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *