ଶହୀଦ ବିକାଶ ପ୍ରଜାପତ : ତ୍ରିରଙ୍ଗାରେ ଘୋଡା ହୋଇ ଆସିଥିଲେ 23 ବର୍ଷୀୟ ବାହାଦୁର ପୁଅ, କେହି ଅଟକେଇ ପାରିନଥିଲେ ଆଖିର ଲୁହ

ହନୁମାନଗଡ, ରାଜସ୍ଥାନର ହନୁମାନଗଡ ଭାଦରା ଇଲାକାର ଗାଁ ଯୋଗିବାଲା ର 23ବର୍ଷୀୟ ବାହାଦୁର ଫଉଜି ପୁଅ ତ୍ରିରଙ୍ଗାରେ ଘୋରା ହୋଇ ଘରେ ପହଞ୍ଚିଥିଲେ । ଗମଗୀନ ମାହୋଲରେ ରାଜକୀୟ ସମ୍ମାନରେ ତାଙ୍କୁ ଅନ୍ତିମ ବିଦାୟ ଦିଆଗଲା । ସୂଚନା ଅନୁଯାୟୀ, ଭାରତୀୟ ସେନାର 322 ବଟାଲିୟନ ର ଜୱାନ୍ ବିକାଶ ପ୍ରଜାପତଙ୍କୁ ଯୋଗିବାଲା ଗାଁରେ ଗାର୍ଡ ଅଫ ଅନର ସହିତ ଅନ୍ତିମ ବିଦାୟ ଦିଆଗଲା । ସେ ସେନାରେ ଜିଶିଓର ଡ୍ରାଇଭର ପଦରେ କାର୍ଯ୍ୟରତ ଥିଲେ, ତାଙ୍କ ମୃତ୍ୟୁ ଡିଉଟିରେ ଥିବା ବେଳେ ହାର୍ଟ ଅଟାକରେ ହେଇଥିଲା ।

ତାଙ୍କ ମୃତ୍ୟୁ ଶିବରାତ୍ରି ଦିନ ମେରଠରେ ହୋଇଥିଲା ।

ତାଙ୍କ ଗାଁକୁ ରବିବାର ଦିନ ଶବଯାତ୍ରା ହୋଇଥିଲା, ସେଥିରେ ଜନପ୍ରତିନିଧିମାନେ, ପ୍ରଶାସନିକ ଅଧିକାରୀ, ସହରର କିଛି ଲୋକ ମଧ୍ୟ ଭାଗନେଇଥିଲେ । ଶିବରାତ୍ରି ଦିନ ରାତିରେ ମଧ୍ୟ ସେ ଘର ଖାଇବା ଖାଇଥିଲେ । ସେ ପୁଣି ଯେତେବେଳେ ନିଜ ଅଧିକାରୀମାନଙ୍କୁ ଶିବରାତ୍ରି ପୁଣି ଦର୍ଶନ ପାଇଁ ନେବାକୁ ଗଲାବେଳେ ହଟାତ ହାର୍ଟ ଅଟାକ ହେବାରୁ ସେ ତଳେ ପଡିଗଲେ । ମୁଣ୍ଡରେ ଆଘାତ ଲାଗିଥିଲା । କ୍ୟାମ୍ପର ଆର୍ମି ହସ୍ପିଟାଲ ନେବାରୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ରବିବାର ସକାଳୁ ତାଙ୍କ ଶବ ଯେବେ ତାଙ୍କ ନିଜ ଗାଁରେ ଲଗାଗଲା ତ ସାରା ଗାଁରେ ଚହଳ ସୃଷ୍ଟି ହେଇଗଲା । ଅନ୍ତିମ ସଂସ୍କାର ରେ ତାଙ୍କ ବଟାଲିୟନ ର ୧୦ ଜୱାନ ଉପରକୁ ପବନରେ ରାଉଣ୍ଡ ଫାୟର କରି ତାଙ୍କୁ ଗାର୍ଡ ଅଫ ଅନର ଦେଇଥିଲେ । ଶବଯାତ୍ରା ରେ ଉପଖଣ୍ଡ ଅଧିକାରୀ ମୁକେଶ ବାରେଠ, DSP ରାଜୀବ ପରିହାର, ଯୋଗିବାଲାର ପୂର୍ବ ସରପଞ୍ଚ ସେରସିଂହ ଗୋସ୍ୱାମୀଙ୍କ ସହିତ ଗାଁର ସମସ୍ତ ଲୋକ ମଧ୍ୟ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *