ସକାଳର ଏହି 6ଟି ଅଭ୍ୟାସ ଦାରିଦ୍ର୍ୟତାକୁ ରଖେ ଦୂରେଇ, ଆଜିଠୁ ହିଁ କରିବା ଆରମ୍ଭ କରନ୍ତୁ- Sri Krishna Vani

ପ୍ରତେକ ବ୍ୟକ୍ତି ଯେଉଁ କାମ କରିଥାଏ ତାହା ତାର ଜୀବନ ଉପରେ ପ୍ରଭାବ ପକାଇଥାଏ । ଘର ଗୁରୁଜନ ମାନେ ପରମ୍ପରା ଓ ରୀତିନୀତି ବିଷୟରେ କହିଥାନ୍ତି ଯାହାକୁ ପାଳନ କରିବା ଆମ ପାଇଁ ଭଲ ହୋଇଥାଏ । ଯେଉଁ ଘରେ ନିୟମର ପାଳନ କରାଯାଏ ସେହି ଘରେ ସୁଖ ସମୃଦ୍ଧି ରହିଥାଏ । କିନ୍ତୁ ଯେଉଁ ଘରେ ଏ ସବୁ କିଛି ହୁଏ ନାହି ସେହି ଘରେ କଳହ ଓ ଅସାନ୍ତି ଲାଗି ରହିଥାଏ । ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ମଣିଷ ଜୀବନର ଉଦ୍ଧାର ପାଇଁ କିଛି ମହତ୍ଵପୂର୍ଣ୍ଣ କଥା କହିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ମଣିଷ ଜୀବନରେ କେଉଁ କାମ କରିଲେ ଦରିଦ୍ରତା ରହେ ନାହି ସେହି ବିଷୟରେ ଭଗବାନ ଶ୍ରୀକୃଷ୍ଣ କଣ ନୀତିବାଣୀ ଦେଇଛନ୍ତି ତାହା କହିବାକୁ ଯାଉଛୁ । ୧- ଶାସ୍ତ୍ର ଅନୁସାରେ ପ୍ରତେକ ବ୍ୟକ୍ତିକୁ ବ୍ରଂହ ମୂହୁର୍ତ୍ତରେ ଉଠି ଭଗବାନ ଙ୍କ ନାମ ସ୍ମରଣ କରିବା ଉଚିତ । ଏପରି କରିବା ଦ୍ଵାରା ଦିନ ତମାମ ବ୍ୟକ୍ତିର ଭଲ ରହିଥାଏ । ଏହା କରିବା ଦ୍ଵାରା ବ୍ୟକ୍ତି ମନରେ ସକାରାତ୍ମକ ପ୍ରଭାବ ରହିଥାଏ ।

୨- ଏହା ଛଡା ସକାଳୁ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସହ ସୂର୍ଯ୍ୟ ନମସ୍କାର କରିବା ଉଚିତ । ଏହା କରିବା ଦ୍ଵାରା ମାନସିକ ଶାନ୍ତି ମିଳିବା ସହ ସ୍ୱାସ୍ଥ୍ୟ ଆରୋଗ୍ଯ ରହିଥାଏ । ଜୀବନରେ ଉଶ୍ଚାହ ଆସିଥାଏ । ତେଣୁ ନୀତିଦିନ ସୂର୍ଯ୍ୟ ନମସ୍କାର କରିବା ସହ ଓମ ସୂର୍ଯ୍ୟ ନାରାୟଣ ନମହ ମନ୍ତ୍ର ଜପ କରିବା ଉଚିତ ।

୩- କିଛି ବୃକ୍ଷ ଗୁଡିକରେ ଇଶ୍ଵରଙ୍କ କୃପା ରହିଥାଏ । ହିନ୍ଦୁ ଧର୍ମରେ ଗଛଲତା ଗୁଡିକର ପୂଜା ପାଠ କରାଯାଏ । ତୁଳସୀ ଗଛ ଏମିତି ଏକ ପବିତ୍ର ବୃକ୍ଷ ଯାହା ସମସ୍ତଙ୍କ ଘରେ ରଖିବା ଉଚିତ । ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଗଛ ରହି ନଥାଏ ସେହି ଘରେ ଶ୍ରୀ ହଋଙ୍କ ବାସ ରହିନଥାଏ । ପ୍ରତି ଦିନ ତୁଳସୀ ଗଛରେ ପାଣି ଦେଇ ବୃନ୍ଦାବତୀଙ୍କ ନିକଟରେ ବସିଲେ ମନ ପ୍ରଫୁଲ୍ଲ ରହିଥାଏ ।

୪- ଶାସ୍ତ୍ର ଅନୁସାରେ ପ୍ରତେକ ବ୍ୟକ୍ତି ନିଜ ମଥାରେ କୁଙ୍କୁମ, ହଳଦୀ, ଚନ୍ଦନ ଲଗାଇବା ଉଚିତ ବୋଲି କୁହା ଯାଇଛି । ଯେଉଁ ବ୍ୟକ୍ତି କାମରେ ବାହାରିବା ପୂର୍ବରୁ କୁଙ୍କୁମ ଲଗାଇ ବାହାରେ ସେହି କାମରେ ସେ ସଫଳ ହୋଇଥାଏ ।

୫- ଘରେ ପ୍ରତି ଦିନ ସାତ୍ଵିକ ଭୋଜନର ସେବନ କରିବା ଉଚିତ । ପ୍ରଥମେ ଭଗବାନଙ୍କ ନିକଟରେ ଭୋଗ ଲଗାଇ ପରେ ନିଜେ ଖାଇବା ଉଚିତ । ଏହା ଛଡା ଘରର ପ୍ରଥମ ରୋଟି ଗାଈ ପାଇଁ ବାହାର କରିବା ଉଚିତ । ଏହା ଦ୍ଵାରା ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହେବା ସହ ଦୁଖ କଷ୍ଟର ନିବାରଣ ହୋଇଥାଏ ।

୬- ପ୍ରତିଦିନ ସନ୍ଧ୍ୟାରେ ପୂଜା ଘରେ ଦୀପ ଲଗାଇବା ସହ କିଛି ଭଗବାନଙ୍କ ପୁସ୍ତକର ପାଠ କରିବା ଉଚିତ । ଏହା ଦ୍ଵାରା ଘରେ ସକାରାତ୍ମକ ପ୍ରଭାବ ରହିବା ସହ ପିଲାଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *