ବାଳ ଖୋଲା କରି ଶୋଉଥିବା ମହିଳାମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Vastu Tips

ଆମ ପୂର୍ବଜ ମାନେ ନିଜର ଯୋଗ୍ୟତା ଓ ବୁଦ୍ଧି ବଳରେ ଅନେକ ଖ୍ଯାତି ଅର୍ଜନ କରିଥିଲେ । ଆମ ପୂର୍ବଜ ମାନେ ନିଜର ଲେଖିଥିବା କଥା ଗୁଡିକ ପୁରାଣ ଓ ବେଦରେ ପ୍ରକାଶ କରିଛନ୍ତି । ଏହି ସବୁ ମଧ୍ୟରେ କେଶକୁ ନେଇ ଅନେକ କଥା ମାନ ଉଲ୍ଲେଖ କରା ଯାଇଛି । ଶାସ୍ତ୍ର ରେ କେଶ କେଉଁ ସମୟରେ କାଟିବା । କେଶର କିପରି ଯତ୍ନ ନେବା ଆଦି ବିଷୟରେ ଲେଖା ଯାଇଛି । ଆଜି ଆମେ ଆପଣ ମାନଙ୍କୁ କେଶ ସହ ଜଡିତ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ବିଶେଷ କରି ମହିଳା ମାନେ ଧ୍ୟାନ ଦେବା ଉଚିତ ।

୧- ହିନ୍ଦୁ ଶାସ୍ତ୍ର ଅନୁସାରେ କେଶ କେବେ ବି ମଙ୍ଗଳବାର, ଶନିବାର ଓ ଗୁରୁବାର ଦିନ କାଟିବା ଉଚିତ ନୁହେଁ । ମଙ୍ଗଳବାର ଦିନ ମଙ୍ଗଳ ଗ୍ରହ ଥିବାରୁ ଏହି ଦିନ କେଶ କାଟିଲେ ଅଶୁଭ ହେବା ସହ ଆୟୁଷ କମ ହୋଇଥାଏ । ଗୁରୁବାର ଦିନ କେଶ କାଟିଲେ ମାନ ସମାନ ହାନି ହେବା ସହ ଧନ ହାନି ହୋଇଥାଏ । ଶନିବାର ଦିନ ଶନିଦେବଙ୍କ ବାର ହୋଇ ଥିବାରୁ ଏହି ଦିନ କେଶ କାଟିଲେ ବହୁତ ଅଶୁଭ ହୋଇଥାଏ । କେଶ କାଟିବା ପାଇଁ ବୁଧବାର, ରବିବାର ଓ ଶୁକ୍ରବାର କୁ ସବୁଠାରୁ ଉତ୍ତମ ମାନା ଯାଇଛି ।

୨- ଶାସ୍ତ୍ର ଅନୁସାରେ ଆମ ଚାରି ପାଖରେ ଏମିତି କିଛି ଅଦୃଶ୍ୟ ରହିଥାଏ ଯାହା ଆମେ ଦେଖିପାରି ନ ଥାଉ । କେବେ ବି ଭୁଲରେ ସନ୍ଧ୍ୟା ସମୟରେ ବା ଅମାବାସ୍ୟା ବା ପୂର୍ଣ୍ଣିମା ବା ରାତ୍ରି ସମୟରେ କେଶ କାଟିବା ବା ଧୋଇବା ଉଚିତ ନୁହେଁ । କାରଣ ଏହି ସମୟରେ ନାକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ । ଭୁଲରେ କୌଣସି ଶୁଭ ବା ପବିତ୍ର ଦିନରେ କେଶ କାଟିବା ଉଚିତ ନୁହେଁ ।

ପ୍ରାଚୀନ କାଳରେ ନାରୀ ମାନଙ୍କର କେଶର ଲମ୍ବାକୁ ତାଙ୍କର ସୌନ୍ଦର୍ଜ୍ୟ ଓ ସୌଭାଗ୍ୟର ପ୍ରତୀକ ବୋଲି ମାନା ଯାଇଛି । ଶାସ୍ତ୍ର ଅନୁସାରେ ନାରୀ ମାନଙ୍କର କେଶ ଅଣ୍ଟା ତଳକୁ ରହିବା ଉଚିତ ନୁହେଁ । ଯଦି ଏପରି ହୋଇଥାଏ ତେବେ କେଶକୁ ବାନ୍ଧିବା ଉଚିତ ଯେମିତି କୁ କେଶ ତଳେ ନ ଲାଗିବ । ମହିଳା ମାନେ ସର୍ବା ନିଜ କେଶକୁ ସଫା ସୁତୁରା ରଖିବା ଉଚିତ । ଏପରି ହେବା ଦ୍ଵାରା ଶୁଭ ଫଳ ମିଳିଥାଏ । ଶାସ୍ତ୍ର ଅନୁସାରେ ମାସିକ ଧର୍ମର ୩ଦିନ ଯାଏଁ କେଶ ଧୋଇବା ଉଚିତ ନୁହେଁ ।

ସୂର୍ଯ୍ୟାସ୍ତ ପରେ ବା ସୂର୍ଯ୍ୟ ଉଦୟ ପରେ କେଶ ଧୋଇବା ଅନୁଚିତ । ଏହା ସହ ରାତିରେ କେଶ ବାନ୍ଧି ଶୋଇବା ଉଚିତ । କାରଣ କେଶ ଖୋଲା କରି ଶୋଇଲେ ଖରାପ ଶକ୍ତିର ପ୍ରଭାବ ପଡିଥାଏ । ଏହା ସହ କେଶ କୁଣ୍ଡାଇଲା ବେଳେ କୌଣସି ଜାଗାରେ କେଶ ଫିଙ୍ଗିବା ଅନୁଚିତ । ଏହା ଦ୍ଵାରା ଖରାପ ଶକ୍ତିର ଅସର ରହିଥାଏ । ତେଣୁ ମହିଳା ମାନଙ୍କୁ ନିଜ କେଶର ଭଲ ଭାବେ ଧ୍ୟାନ ରଖିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *