ଏହି ଭିଡିଓ ପ୍ରମାଣ ଅଟେ କି ଆଜି ବି ବଞ୍ଚିଛି ମାନବିକତା, ଥରେ ନିଶ୍ଚୟ ଦେଖନ୍ତୁ ଏହି ଭାଇରାଲ Video

ଆଜିକାଲି ମଣିଷ କେବଳ ନିଜ କାର୍ଯ୍ୟ ଓ ନିଜକୁ ହିଁ ସର୍ବପ୍ରଥମେ ପ୍ରାଧାନ୍ୟ ଦେଇଥାଏ । ଅଜଣା ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ବିଶ୍ବାସ କରିବା ଏବେ କଷ୍ଟକର ଅଟେ । ମାନବିକତା ଏହି ଦୁନିଆରେ ନାହିଁ ବୋଲି ଆମେ ଭାବିଥାଉ । କିନ୍ତୁ ଏହି କଥାକୁ ମିଛ ବୋଲି କିଛି ଘଟଣାରୁ ପ୍ରମାଣ ମିଳିଛି । ସେହି ଘଟଣା ସମ୍ଭନ୍ଧ ରେ ଆପଣ ଜାଣିଲେ ଚକିତ ହୋଇଯିବେ । ଏହି ବ୍ୟକ୍ତିମାନେ ମାନବିକତା ସବୁ ସୀମା ଅତିକ୍ରମ କରି ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି । ତେବେ ସେହି ଘଟଣା ଗୁଡିକ ବିସ୍ତାରରେ ଆସନ୍ତୁ ଜାଣିବା ।

ଜୁନ ୨୦୨୦ ରେ ପାକିସ୍ତାନ ର କରାଚିରେ ଏକ ଡେଲିଭରି ବ୍ୟକ୍ତି ଗୋଟିଏ ଘରକୁ ଖାଦ୍ୟ ପାର୍ସଲ ଦେଇ ଫେରିବା ସମୟରେ ୨ ଜଣ ବ୍ୟକ୍ତି ଗାଡ଼ିରେ ଆସି ସେହି ଡେଲିଭରି ବ୍ୟକ୍ତିଠାରୁ କିଛି ଚୋରାଇଲେ ଏହା ପରେ ସେହି ବ୍ୟକ୍ତିସହ କଥା ହେବା ପରେ ଡେଲିଭରି ବ୍ୟକ୍ତି କାନ୍ଦିବାକୁ ଲାଗିଲେ ସେହି ଚୋର ବ୍ୟକ୍ତିମାନେ ତାଙ୍କୁ ତାଙ୍କ ଜିନିଷ ଫେରାଇ ଦେଇ ପଳାଇଲେ । ଏଥିରୁ ଆମେ ଜାଣିଲୁ ବ୍ୟକ୍ତି ଖରାପ ହୋଇ ନଥାଏ ସମୟ ଓ ପରିସ୍ଥିତି ତାକୁ ଖରାପ କରି ଦେଇଥାଏ । ସେହିପରି ଅକ୍ଟୋବର ୪ – ୨୦୨୦ ରେ ମଣିପୁରର ନଦୀର ଇଥାଇ ବନ୍ଧରେ ଏହିପରି ଏକ ଘଟଣା ଘଟିଥିଲା ।

ବଢିଥିବା ନଦୀରେ ଗୋଟିଏ ଛୋଟ ବାଛୁରୀ ଭାସିଯାଉଥିବା ସମୟରେ ଲିସୋର୍ମ ସଞ୍ଜୟ ନମକ ଜଣେ ବ୍ୟକ୍ତି ନିଜ ଜୀବନର ଚିନ୍ତା ନ କରି ନଦୀକୁ ଡେଇଁ ପଡ଼ିଥିଲେ ଓ ବାଛୁରୀଟିକୁ ଉଧାର କରିଥିଲେ । ସେହିପରି ଥାଇଲାଣ୍ଡ ର ୟାଙ୍ଗ ପୋଲିସ ଷ୍ଟେସନରେ ଏକ ବ୍ୟକ୍ତି ଛୁରୀ ଦେଖାଇ ହତ୍ୟା କରିବାର ଧମକ ଦେଉଥିବା ବେଳେ ଅନିରୁଦ୍ଧ ମାଲି ନାମକ ପୋଲିସ ନିଜ ବନ୍ଧୁକ ନ କାଢି ସେହି ବ୍ୟକ୍ତି ସହ କଥା ହେଲେ ।

ଏହା ପରେ ତାଙ୍କୁ ଛୁରୀ ଫିଙ୍ଗିବାକୁ କହିଲେ ତାପରେ ସେ ଯାଇ ସେହି ବ୍ୟକ୍ତିଙ୍କୁ କୋଳାଇନେଲେ ଏହା ପରେ ସେହି ବ୍ୟକ୍ତି ଜଣକ କାନ୍ଦିବାକୁ ଲାଗିଲେ ସେ କହିଲେ ସେ କୌଣସି ଖରାପ କାର୍ଯ୍ୟ କରିବାକୁ ଚାହାନ୍ତିନି କିନ୍ତୁ ୩ ଦିନ ଚୌକିଦାର ଚାକିରିର ପରେ ମଧ୍ୟ ତାଙ୍କୁ ଦରମା ମିଳି ନଥିଲା ।

ତେଣୁ ସେ ବାଧ୍ୟ ହୋଇ ଏହି ପରି ଚୋରି କାର୍ଯ୍ୟ କରୁଥିଲେ । ଅଭିନେତା ବା ଅଭିନେତ୍ରୀ ମାନେ ଯେଉଁଠାରେ ଗୋଟିଏ ଫିଲ୍ମ ହିଟ ହେବାପରେ ସାଧାରଣ ଲୋକମାନଙ୍କୁ ଅଣଦେଖା କରନ୍ତି ସେତେବେଳେ କେଆଉନୁ ନାମକ ଜଣେ ଅଭିନେତା ଯିଏକି ବହୁତ ସୁପର ହିଟ ଫିଲ୍ମ କରିଛନ୍ତି ସେ ଆଜି ବି ଲୋକାଲ ବସ ଓ ଟ୍ରେନ ରେ ଯିବା ଆସିବା କରୁଛନ୍ତି । ଦିନେ ସେ ଟ୍ରେନ ରେ ଯିବା ସମୟରେ ସିଟ ନ ଥିବାରୁ ଜଣେ ନାରୀ ତାଙ୍କ ପାଖରେ ଠିଆ ହେବାରୁ ସେ ନିଜେ ଉଠିଯାଇ ନିଜ ସିଟ ସେହି ନାରୀଙ୍କୁ ଦେଇ ଦେଲେ ।

୨୦୧୫ ମସିହାରେ ଏପରି ଏକ ଘଟଣା ନଜରକୁ ଆସିଥିଲା ଗୋଟେ କୁକୁର ରାସ୍ତା ଗହଳି ଥିବାରୁ ରାସ୍ତା ପାରି ହୋଇପାରୁ ନ ଥିବା ବେଳେ ଏକ ଟ୍ରାଫିକ ପୋଲିସ ନିକଟରେ ଠିଆ ହୋଇଗଲା ସେହି ଟ୍ରାଫିକ ଅଫିସର ଜଣକ କୁକୁରଟି କୁ ତଡି ନ ଦେଇ ଓଲଟା ରାସ୍ତା ପାରି କରିବା ରେ ତାକୁ ସାହାର୍ଯ୍ୟ କରିଥିଲେ । ଏହି ଦୃଶ୍ୟ ଭାରତରେ ନୁହେଁ ଥାଇଲାଣ୍ଡ ଓ ଆମେରିକା ରେ ମଧ୍ୟ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *