ଜୀବନରେ ଅନେକ କଠିନ ପରିଶ୍ରମ କଲେ ମଧ୍ୟ ଜୀବନରେ ଥିବା ସମସ୍ୟା ଦୂର ହେଇନଥାଏ । ଏହାକୁ ଦୂର କରିବାର ଭଲ ଉପାୟ ହେଲା ସବୁଦିନ ପ୍ରଭୁଙ୍କୁ ପ୍ରାଥନା କରିବା । ନିଜର ସୁଖ ଏବଂ ଦୁଃଖ ସବୁ କିଛି ପ୍ରଭୁଙ୍କ ନିକଟରେ ଜଣାଇବା । ଏଥିସହ ଭକ୍ତିରେ ସକାଳେ ଓ ସନ୍ଧ୍ୟା ସମୟରେ ପୂଜା କରିବା । ଆପଣ ମାନେ ଆପଣଙ୍କ ଇଷ୍ଟ ଦେବଙ୍କୁ ଧ୍ୟାନରେ ପୂଜା କରନ୍ତୁ । ତାଙ୍କ ପାଖରେ ଗୋଟିଏ ଦୀପ ଲଗେଇ ଧ୍ୟାନର ସହ ପ୍ରାଥନା କରନ୍ତୁ । ଏହାସହିତ ଏହି ମନ୍ତ୍ରର ଜପ କରନ୍ତୁ ।
ଆମ ହିନ୍ଦୁ ଧର୍ମରେ ପୂଜାଅର୍ଚନାରେ ବହୁତ ବିଶ୍ୱାସ କରାଯାଇଥାଏ । ଯାହାକି ମନୁଷ୍ୟ ଜୀବନରେ ବହୁତ ପରିବର୍ତ୍ତନ ଆଣିଥାଏ । ପ୍ରତ୍ୟକ ହିନ୍ଦୁ ଘରେ ସକାଳେ ନିଜ ନିତ୍ୟକର୍ମ ସାରି ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ତାଙ୍କ ଠାରୁ ଏହା କାମନା କରାଯାଏ ଯେ ଘରେ ସବୁବେଳେ ସୁଖ ସମୃଦ୍ଧି ଲାଗିରହୁ । ଆମ ଧର୍ମ ଶାସ୍ତ୍ରରେ ଦୀପ ଲଗାଇବାକୁ ବହୁତ ଶୁଭ ମଧ୍ୟ କୁହାଯାଇଥାଏ ।
କୁହାଯାଏ ଯେ ଘରେ ରହୁଥିବା ସମସ୍ତ ଅନ୍ଧକାର ଦୂର ହୋଇଥାଏ ଓ ପରିବାରର ସଦସ୍ୟଙ୍କ ଜୀବନରେ କେବଳ ହିଁ କେବଳ ଆଲୋକ ଆସିଥାଏ । ଘରେ ଦୀପ ଜଳେଇବା ଦ୍ୱାରା ମଧ୍ୟ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଦୀପ ଲଗାଇବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ ଓ ମାତା ଲକ୍ଷ୍ମୀ ଠାକୁରାଣୀଙ୍କର ମଧ୍ୟ ସ୍ଥାୟୀଭାବେ ବାସ ହୋଇଯାଇଥାଏ । ଏହା ସହିତ ଆମ ଶାସ୍ତ୍ର ଅନୁସାରେ ଘିଅ ଓପଞ୍ଚାମୃତକୁ ମଧ୍ୟ ଅଧିକ ମହତ୍ତ୍ୱ ଦିଆଯାଇଛି ।
ଘିଅ ପଞ୍ଚାମୃତ ମଧ୍ୟରୁ ଗୋଟିଏ ଖାସ ଜିନିଷ । ପ୍ରତ୍ୟକ ହିନ୍ଦୁ ପରିବାରର ଠାକୁର ଘରେ ଘିଅ ଦୀପ ଜଳାଯାଇଥାଏ । ଦୀପ ଜଳାଇବାର ମଧ୍ୟ ଏକ ଉପାୟ ରହିଛି । ଦୀପକୁ ଦେଶୀ ଗାଈ ଘିଅରେ ଜଳେଇବା ଦରକାର । ଏଥିରେ ଆପଣଙ୍କୁ ଭଲ ଫଳ ପ୍ରାପ୍ତି ହୋଇଥାଏ । ଆପଣମାନେ ଘିଅର ଦୀପ ଜଳାଇବା ସହିତ ଏହି ବିଶେଷ ମନ୍ତ୍ରର ଜପ କରିବା ନିହାତି ଦରକାର । ସେହି ମନ୍ତ୍ରଟି ହେଲା
” ସୁଭଂ କରୋତି କଲ୍ୟାଣମ୍,
ଆରୋଗ୍ୟମ ଧନ ସମ୍ପଦା ।
ଶତୃବୃଦ୍ଧି ବିନାଶୟ,
ଦୀପଙ୍ଗଜ୍ୟୋତି ନମସ୍ତୁତେ ” । ।
ଏହି ମନ୍ତ୍ରକୁ ଆପଣ ଦୀପ ଲଗାଇବା ସମୟରେ ଜପ କରିବା ଦରକାର । ଏହାଦ୍ୱାରା ଆପଣଙ୍କୁ ଅନେକ ସଫଳତା ମିଳିବ । ଆପଣ ଯେଉଁ କ୍ଷେତ୍ରରେ ହାତ ଦେବେ ସେ କ୍ଷେତ୍ରରେ ସମସ୍ତ କାର୍ଯ୍ୟ ସଫଳତାର ସହ ହାସଲ କରିବେ । ତେବେ ଆପଣମାନେ ପ୍ରତ୍ୟକ ଦିନ ପୂଜାକଲା ବେଳେ ଏହି ମନ୍ତ୍ରକୁ ନିଶ୍ଚୟ ଜପ କରନ୍ତୁ, ଦେଖିବେ ଆପଣ ସମସ୍ତ କାର୍ଯ୍ୟରେ ଅଦ୍ଭୂତପୂର୍ବ ସଫଳତା ପଇବେ ।
ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ନିଶ୍ଚିତ ରୂପେ ଭଲ ଲାଗିଥିବ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।