ମରିଯିବେ ପଛେ, କିନ୍ତୁ ସକାଳୁ ଏହି କାମ କରିବେ ନାହିଁ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ଦୁନିଆ ରେ ପ୍ରତ୍ୟେକ ବ୍ୟକ୍ତି କୁ ତା’ର କର୍ମ ଅନୁସାରେ ହିଁ ଫଳ ମିଳିଥାଏ । ତେଣୁ ସମସ୍ତ ବ୍ୟକ୍ତି ଙ୍କୁ ସର୍ବଦା ଭଲ କର୍ମ ହିଁ କରିବା ଉଚିତ । ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ କୌଣସି ବ୍ୟକ୍ତି ଜୀବନରେ ବା ବ୍ୟକ୍ତି ର ପରିବାର ଉପରେ ଯଦି ଭବିଷ୍ୟତରେ କିଛି ବିପଦ ଆସିବାର ଥାଏ, ତେବେ କିଛି ସଂକେତ ଦେଖିବାକୁ ମିଳିଥାଏ । ସେହି ସଂକେତ ଗୁଡ଼ିକୁ କେବେବି ଅଣଦେଖା କରିବା ଉଚିତ ନୁହେଁ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ସକାଳୁ ଉଠି କେଉଁ ସବୁ କାର୍ଯ୍ୟ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ କେଉଁ ସବୁ ସଂକେତ ଆମକୁ ବିପଦ ଆସିବା ପୂର୍ବରୁ ଦେଖା ଦେଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ସର୍ବ ପ୍ରଥମେ ପ୍ରତ୍ୟେକ ବ୍ୟକ୍ତି କୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଉଚିତ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସୂର୍ଯ୍ୟାସ୍ତ ପରେ ଉଠିଥାଏ ସେହି ବ୍ୟକ୍ତି ର ଜୀବନରେ କୌଣସି କାର୍ଯ୍ୟ ଭଲରେ ହୋଇନଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି କୁ ସୂର୍ଯୋଦୟ ପୂର୍ବରୁ ଉଠି ନିଜର ନିତ୍ୟକର୍ମ ସାରିବା ଉଚିତ ଏବଂ ଭଗବାନ ଙ୍କ ଧ୍ୟାନ କରିବା ଉଚିତ । ଏହା ସହିତ ସକାଳୁ ଉଠିବା ପରେ ଘରର ସମସ୍ତ ଝରକା କୁ ଖୋଲିବା ଉଚିତ । ଏହାଦ୍ବାରା ସୂର୍ଯ୍ୟ ଙ୍କ କିରଣ ଘର ଭିତରେ ପ୍ରବେଶ କରିଥାଏ ଏବଂ ଏକ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ ଓ ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଏହା ସହିତ ସୂର୍ଯ୍ୟ ଦେବ ଙ୍କୁ ପ୍ରତିଦିନ ତମ୍ବାର ପାତ୍ର ରେ ଜଳ ଅର୍ପଣ କରନ୍ତୁ ।


୨. ବନ୍ଧୁଗଣ ଦ୍ବିତୀୟତଃ ପ୍ରତ୍ୟେକ ବ୍ୟକ୍ତି କୁ ସକାଳୁ ଉଠିବା ପରେ ନିଜର ଘର ଦ୍ୱାର କୁ ସଫା କରିବା ଉଚିତ । ଏହାଦ୍ବାରା ମାତଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି । ସକାଳୁ ଉଠିବା ପରେ ସବୁବେଳେ ଇଶ୍ୱର ଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ନିଜର ସୁଖୀ ଜୀବନ ପାଇଁ ଧନ୍ୟବାଦ ଅର୍ପଣ କରନ୍ତୁ । ଏହା ସହିତ ସକାଳୁ ଉଠି ଚଟାଣ ରେ ଗୋଡ଼ ରଖିବା ପୂର୍ବରୁ ପୃଥିବୀ ମାତା ଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ସକାଳୁ ଉଠିବା ପରେ ସର୍ବ ପ୍ରଥମେ ନିଜର ଦୁଇ ହସ୍ତ ର ପାପୁଲି କୁ ଦର୍ଶନ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ମାତଲକ୍ଷ୍ମୀ, ଦେବୀ ସରସ୍ବତୀ ଓ ଗୋବିନ୍ଦ ଙ୍କ ଦର୍ଶନ ମିଳିଥାଏ ଏବଂ ଆପଣଙ୍କ ଜୀବନ ସୁଖମୟ ହୋଇଥାଏ ।


୩. ବନ୍ଧୁଗଣ ତୃତୀୟତଃ, ପ୍ରତ୍ୟେକ ବ୍ୟକ୍ତି କୁ ଶୋଇବା ସମୟରେ ନିଜ ମୁଖ କୁ ଦକ୍ଷିଣ ଅଥବା ପୂର୍ବ ଦିଗ ଆଡ଼କୁ କରି ଶୋଇବା ଉଚିତ । ଏହାଦ୍ବାରା ବ୍ୟକ୍ତି ର ଆୟୁ ଦୀର୍ଘ ହୋଇଥାଏ । ଯେଉଁ ବ୍ୟକ୍ତି ସକାଳୁ ନିଜର ନିତ୍ୟକର୍ମ ସାରି ସୂର୍ଯ୍ୟ ଦେବ ଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରିଥାଏ, ସେହି ବ୍ୟକ୍ତି ର ମସ୍ତିଷ୍କ ତେଜ ହୋଇଥାଏ ।


୪. ବନ୍ଧୁଗଣ ଚତୁର୍ଥତଃ, ହିନ୍ଦୁ ଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଯେଉଁ ଘର ଅଗଣାରେ ତୁଳସୀ ବୃକ୍ଷ ରହିଥାଏ ସେହି ଘରର ରକ୍ଷା ସ୍ୱୟଂ ଭଗବାନ କରିଥାନ୍ତି । ପ୍ରତ୍ୟେକ ବ୍ୟକ୍ତି କୁ ପ୍ରତିଦିନ ତୁଳସୀ ବୃକ୍ଷ ରେ ଜଳ ଅର୍ପଣ କରି ପୂଜାର୍ଚ୍ଚନା କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଯେଉଁ ବ୍ୟକ୍ତି ବା ତା’ର ପରିବାର ସଦସ୍ୟ ଙ୍କ ଉପରେ ଭବିଷ୍ୟତରେ କୌଣସି ବିପଦ ଆସିବାର ଥାଏ ତେବେ ତାଙ୍କ ଘରେ ଥିବା ତୁଳସୀ ବୃକ୍ଷ ଶୁଖି ଯାଏ । ତୁଳସୀ ବୃକ୍ଷର ଏହି ସଂକେତ ଦ୍ୱାରା ହିଁ ବ୍ୟକ୍ତି ର ଜୀବନରେ ଭବିଷ୍ୟତରେ ଆସିବାକୁ ଥିବା ବିପଦ ର ସୂଚନା ମିଳିଥାଏ । ଯାହା ପ୍ରତି ସଚେତନ ରହିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *