ବନ୍ଧୁଗଣ ଦୁନିଆରେ ଏମିତି କିଛି ନୀତି ନିୟମ ରହିଛି ଯାହା ବାସ୍ତୁ ଶାସ୍ତ୍ର ସହ ଜଡିତ ରହିଛି । ଯାହା କି ମନୁଷ୍ୟ ପାଳନ କରିବା ଉଚିତ । ଆଜି ଆମେ ଜାଣିବା ଏମିତି ଏକ ଅନୁଚିନ୍ତା ବିଷୟରେ ଯାହା ହୁଏ ତ ଆପଣ ମାନେ ପୂର୍ବରୁ ଜାଣି ନ ଥିବେ । 1- ପ୍ରଖର ସୂର୍ଯ୍ୟଙ୍କ କିରଣରେ କେବେ ବି ଅଧିକ ସମୟ ଠିଆ ହେବା ଉଚିତ ନୁହେଁ । ଶବ ଦାହ ବେଳେ ଧୂଆଁ ନାକରେ ବାଜିବା ଅନୁଚିତ । ଏହା ଦ୍ଵାରା ଆୟୁଷ ନଷ୍ଟ ହୋଇଥାଏ ।
2- ରାତିରେ ଦହି ଖାଇବା ଉଚିତ ନୁହେଁ ଓ ଜୀବନରେ କେବେ ବି ମଦ୍ୟପାନ ବା ଧୂମ୍ରପାନ କରିବା ଅନୁଚିତ । ଏହା ଦ୍ଵାରା ଆୟୁଷ କ୍ଷୀଣ ହୋଇଥାଏ ।
3- ଅଧିକ ଦିନ ଯାଏଁ ରାତିରେ ଉଜାଗର ରହିବା ଉଚିତ ନୁହେଁ । ଘରେ କେବେ ବି ଛେଳି ପାଳନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଗରିବୀ ଦେଖା ଦେବା ସହ ଅଭାବ ଅନଟନ ଲାଗି ରୁହେ ।
4- ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯୁକ୍ତି ତର୍କ ବା କଳହ ଲାଗି ରହୁଥିଲେ ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ଅର୍ଥ ଅଭାବ ଦେଖା ଦେବା ସହ ଦାରିଦ୍ରତା ବୃଦ୍ଧି ପାଇଥାଏ ।
5- ଘରକୁ ଆସିଥିବା ଅତିଥିଙ୍କୁ ସତ୍କାର କରିବା ଉଚିତ । ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ଧନଧାନ୍ୟ ପ୍ରାପ୍ତ ହୋଇଥାଏ ଓ ଦେବୀ ଦେବତାଙ୍କ ଆଶୀର୍ବାଦ ମିଳିଥାଏ ।
6- ସ୍ଵାମୀ ସ୍ତ୍ରୀ ଶୋଇବା ଘର ଠିକ ବିପରୀତ ଦିଗରେ ଆଇନା ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ । ଏହା ଦ୍ଵାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ଦୁର୍ବଳ ହୋଇଯାଏ ।
7- ବୁଧବାର ବା ଶୁକ୍ରବାର ଦିନ ନଖ କିମ୍ବା କେଶ କାଟିବା ଉଚିତ ନୁହେଁ । ଏହାଦ୍ବାରା ଆୟୁଷ ବୃଦ୍ଧି ହେବା ସହ ଆତ୍ମ ଶକ୍ତି ବୃଦ୍ଧି ପାଇଥାଏ ।
8- ଦ୍ଵିତୀୟା ଓ ତୃତୀୟା ତିଥିରେ କୌଣସି ସ୍ଥାନକୁ ଯିବା ଦ୍ଵାରା ଯାତ୍ରା ଶୁଭ ହୋଇଥାଏ ଓ କାର୍ଯ୍ୟ ସଫଳ ହୋଇଥାଏ ।
9- ପ୍ରତିପଦା ବା ଚତୁର୍ଥୀ ତିଥିରେ କୌଣସି କାର୍ଯ୍ୟ ରେ ଯାତ୍ରା କରିଲେ କାର୍ଯ୍ୟ ନିଷ୍ଫଳ ହୁଏ ଓ ଅର୍ଥ ହାନି ହୋଇଥାଏ ।
10- ପିତଳ ପାତ୍ରରେ ଭୋଜନ କରିଲେ ଆତ୍ମ ଶାନ୍ତି ପ୍ରାପ୍ତ ହୋଇଥାଏ । ସେହିପରି ତମ୍ବା ପାତ୍ରରେ ଭୋଜନ କରିବା ଦ୍ଵାରା ଶରୀରର କ୍ଳାନ୍ତି ବୃଦ୍ଧି ହୋଇଥାଏ ।
11- କଦଳୀ ପତ୍ରରେ ଭୋଜନ କରିବା ଦ୍ଵାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ଓ ଆୟୁଷ ବୃଦ୍ଧି ହୋଇଥାଏ । ଭୋଜନ, ସ୍ନାନ କରିବା ସମୟରେ କାହାକୁ ନମସ୍କାର କରିବା ଉଚିତ ନୁହେଁ । ଏହା ଦ୍ଵାରା ଦାରିଦ୍ରତା ଦେଖା ଦିଏ ।
12- ପ୍ରତେକ ଦିନ ସକାଳୁ ଉଠିବା ପରେ ଏକ ଲୋଟା ପାଣି ଘର ଆଗରେ ଢାଳିବା ଉଚିତ । ଏହା ଶୁଭ ହେବା ସହ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।