ଘରର ଏହି ଏକ ଜିନିଷ ଲୁଚାଇ ରଖନ୍ତୁ ହେବ ଧନର ବର୍ଷା ।

ବନ୍ଧୁଗଣ ଆମେ ଆମେ ଅନେକ ସମୟରେ କିଛି ନା କିଛି ସମସ୍ୟାକୁ ନେଇ ଘେରି ହୋଇ ରହିଥାଉ । କେତେବେଳେ ଆର୍ଥିକ ସମସ୍ଯା ତ ଆଉ କେବେ କର୍ମ କୁ ନେଇ ସମସ୍ୟାରେ ଆମେ ଘେରି ରହିଥାଉ । ଅନେକ ସମୟରେ କାମ ଅଟକି ରହିଯାଏ । ତ ଆଉ କେବେ କର୍ମ କ୍ଷେତ୍ରରେ ଉନ୍ନତି ହୋଇପାରି ନ ଥାଏ । ଜୀବନରେ ଅନେକ ସମସ୍ଯାମାନ ଅଚାନକ ଆସି ଯାଇଥାଏ । ଯାହାର ପଛର କାରଣ ଆମେ ଜାଣିପାରି ନ ଥାଉ ।

ଯଦି ଅନେକ ଚେଷ୍ଟା ପରେ ବି ପରିଶ୍ରମର ମୂଲ୍ୟ ମିଳୁ ନ ଥାଏ ତେବେ ଏହାର କାରଣ ଘରେ ଥିବା କିଛି ଜିନିଷ ହୋଇପାରେ । ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ । 1- ଡଷ୍ଟବିନ : ଘରେ କେବେ ବି ଡଷ୍ଟବିନ କୁ ଖୋଲା ରଖନ୍ତୁ ନାହିଁ । ଖୋଲା ଡଷ୍ଟବିନ ଟି ସଫଳତା ରେ ବାଧକ ସାଜିଥାଏ ।

2- ଆଲମାରି : ଘରେ ରଖାଯାଇଥିବା ଆଲମାରି କେବେ ବି ଖୋଲା ରଖିବା ଉଚିତ ନୁହେଁ । କାରଣ ଖୋଲା ରହିଥିବା ଆଲମାରି ଘରେ ନେଗେଟିଭ ଊର୍ଜା ସୃଷ୍ଟି କରିଥାଏ । ଯାହା ପାଇଁ ଧନ ଜନିତ ସମସ୍ଯା ହୋଇପାରେ । ଏଣୁ ଧ୍ୟାନ ରଖିବେ କେବେ ବି ଆଲମାରି ଖୋଲା ରହିବା ଉଚିତ ନୁହେଁ ।

3- ଘରେ ବୀମ ତଳେ କେବେ ବି ଖଟ ରଖିବା ଉଚିତ ନୁହେଁ । ଯଦି ଗୃହରେ ବିମ ମଝିରେ ଅଛି ବା କୌଣସି ଜାଗାରେ ଅଛି ତେବେ ତାର ତଳେ ଖଟ ରଖନ୍ତୁ ନାହିଁ । ବୀମ ତଳେ ଥିବା ଖଟ ରେ ସୋଉଥିବା ଲୋକଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡିଥାଏ ।

4- ଝାଡୁ : ଘରେ ବ୍ୟବହାର ହେଉଥିବା ଝାଡୁ କୁ କେବେ ବି କାହା ଆଗରୁ ରଖିବା ଉଚିତ ନୁହେଁ । ବିଶେଷ କରି ଝାଡୁ କୁ ରୋଷେଇ ଘରୁ ଦୂରେଇ ରଖିବା ଉଚିତ । ଝାଡୁ ର ବ୍ୟବହାର ପରେ ଏହାକୁ କୌଣସି ସ୍ଥାନରେ ଲୁଚାଇ ରଖିବା ଉଚିତ । ଯେମିତି କାହାର ନଜର ଝାଡୁ ଉପରେ ନ ପଡିବ । ଏପରି କରିବା ଦ୍ଵାରା ଗୃହରେ ଥିବା ଧନ ଜନିତ ସମସ୍ଯା ଦୂର ହେବ ।

5- ଘରେ ରଖାଯାଉଥିବା ଟଙ୍କା ବାକ୍ସ କୁ କେବେ ବି ଖୋଲା ରଖିବା ଉଚିତ ନୁହେଁ । ଯେଉଁ ବସ୍ତୁ ଆଦିରେ ଟଙ୍କା ରଖିବେ ତାହାକୁ କେବେ ବି ଖୋଲା ରଖିବା ଉଚିତ ନୁହେଁ । ଅଶୁଭ ଦ୍ରୁଷ୍ଟି ରୁ ବଞ୍ଚିବା ପାଇଁ ତିଜୋରି ରେ ଚାନ୍ଦି ଜିନିଷ ରଖିବା ଉଚିତ ।

6- ଆଇନା : ବେଡ ରୁମର ଆଇନା ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଖରାପ ପ୍ରଭାବ ପଡିଥାଏ । ଯଦି ଆଇନା ରଖାଯାଏ ତେବେ ଆଇନା ଉପରେ ଏକ କପଡା ଘୋଡାଇ ରଖିବା ଉଚିତ । ଯେମିତି ଆଇନା ରେ ବେଦ ରୁମରେ ଖଟ ଦେଖା ନ ଯାଏ ।

7- ବାଥରୁମ ର କବାଟ : ଆଲମାରି ପରି ବାଥରୁମ ର କବାଟ ମଧ୍ୟ ସଫଳତାକୁ ଅଟକାଇଥାଏ । ବାଥରୁମ କବାଟକୁ ସର୍ବଦା ବନ୍ଦ ରଖିବା ଉଚିତ୍ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *