ସକାଳୁ ଉଠି କଣ କଲେ ଧନସମ୍ପତ୍ତି ବୃଦ୍ଧି ହୁଏ ! Ajira Anuchinta

ବନ୍ଧୁଗଣ, ଆମ ନୀତିଦିନ ଜୀବନରେ ବହୁତ କିଛି ପରିବର୍ତ୍ତନ ଘଟିଥାଏ । ସାଧାରଣତ ଆମେ ନିଜ ବ୍ୟକ୍ତିଗତ ଜୀବନରେ ବହୁତ ବ୍ୟସ୍ତ ରହୁଥିବାରୁ ଆମ ଶାରୀର ପ୍ରତି ସଠିକ ଧ୍ୟାନ ଦେଇପାରି ନଥାଉ । ଏହା ଫଳରେ ନାନା ପ୍ରକାରର ରୋଗ ଆମକୁ ଘେରି ରହିବା ସହିତ ଶରୀରର ଓଜନ ମଧ୍ୟ ବଢିଥାଏ । ବନ୍ଧୁଗଣ ଆମେ ନିଜର ଠିକ ଭାବେ ଧ୍ୟାନ ନ ରଖିବାରୁ ବହୁତ ସମସ୍ଯା ର ସମୁଖିନ ମଧ୍ୟ ହୋଇଥାଉ । ଶରୀର ଅସୁସ୍ତ ରହିବା କାରଣରୁ ଆମେ ଅନ୍ୟ ଉପରେ ବିରକ୍ତ ମଧ୍ୟ ହୋଇଥାଉ ଏହା ଫଳରେ ସାମ୍ନା ରେ ଥିବା ବ୍ୟକ୍ତି ଜଣଙ୍କ ପାଖରେ ଆମେ ଅପ୍ରିୟ ହୋଇଯାଉ ।

ବନ୍ଧୁଗଣ ଯଦି ଆମେ ସକାଳୁ ଉଠିବା ସହିତ ନିଜର ଖାଦ୍ୟପେୟ ସଠିକ ରଖିବା ତେବେ ଆମକୁ ବହୁତ ସୁଫଳ ମିଳିବ । ଆମ୍ଭେ ଆଜି ଆପଣ ମାନଙ୍କୁ ସକାଳୁ ଉଠିବା ଦ୍ଵାରା କି କି ଉପକାର ମିଳିବ ତାହା ସମ୍ବନ୍ଧରେ ଜଣେଇବାକୁ ଯାଉଛୁ ।

୧- ସକାଳୁ ଉଠିବା ଦ୍ଵାରା ଶରୀର ସତେଜ ରହିଥାଏ, ଯେ କୌଣସି କାମରେ ମନ ଲାଗିଥାଏ । ବ୍ଲଡ଼ସୁଗାର ଏବଂ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇ ରହିଥାଏ ।

୨- ସକାଳୁ ଉଠି ଜଳଖିଆ ଶୀଘ୍ର କଲେ ଶରୀର ଫୁର୍ତ୍ତି ରହିବା ସହିତ ଶରୀର ସୁସ୍ଥ ଏବଂ ନିରୋଗ ରହିଥାଏ ।

୩- ସକାଳୁ ଉଠିବା ଦ୍ଵାରା ପୁରାଦିନ ମନ ପ୍ରଫୁଲିତ ରହିଥାଏ ଏବଂ ଚିନ୍ତାଧାରା ସକାରାତ୍ମକ ହୋଇଥାଏ ।

୪- ସକାଳୁ ଉଠିବା ଦ୍ଵାରା ଯେକୌଣସି କାର୍ଯ୍ୟ କରିବା ପାଇଁ ଅଧିକ ସମୟ ମିଳିଥାଏ ଏବଂ ନିଜ ପାଇଁ ମଧ୍ୟ ଅଧିକ ସମୟ ମିଳିଥାଏ ।

୫- ସକାଳୁ ଉଠିବା ଦ୍ଵାରା ମସ୍ତିସ୍କ ସୁସ୍ଥ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ ଯାହା ଫଳରେ ପ୍ରତ୍ୟକ କାର୍ଯ୍ୟ ଉତ୍ତମ ରୂପେ କରିହୁଏ ।

୬- ସକାଳ ସମୟ ଶରୀର ପାଇଁ ଉତ୍ତମ ହୋଇଥାଏ, ସକାଳୁ କିଛି ସମୟ ବ୍ୟାୟାମ କିମ୍ବା ଯୋଗ ଅଭ୍ଯାସ କରିବା ଦ୍ଵାରା ଶରୀର ଓ ମନ ସୁସ୍ଥ ରହେ ।

୭- ସକାଳୁ ଉଠି ସୂର୍ଯ୍ୟଙ୍କ କଅଁଳିଆ କିରଣରେ କିଛି ସମୟ ବସିବା ଦ୍ଵାରା ହାତ ଏବଂ ଗଣ୍ଠି ଜନିତ ସମସ୍ଯା ଦୂର ହୋଇଥାଏ ।

୮-  ବନ୍ଧୁଗଣ ସକାଳୁ ବାୟୁମଣ୍ଡଳ ରେ ଅମ୍ଳଜାନ ର ପରିମାଣ ଅଧିକ ରହିଥାଏ । ତେଣୁ ସକାଳୁ ଉଠି କିଛି ସମୟ ବାହାରେ କଟାଇଲେ ମସ୍ତିସ୍କ ଉପରେ ଏହାର ଭଲ ପ୍ରଭାବ ପଡିଥାଏ ।

୯- ସକାଳୁ ଉଠିବା ଦ୍ଵାରା ପେଟଜନିତ ରୋଗ ଦୂର ହୋଇଥାଏ ଏବଂ ହଜମ ଶକ୍ତି ବୃଦ୍ଧି ହୋଇଥାଏ ।

୧୦- ସକାଳୁ ଉଠି ବାହାର ତାଜା ପବନରେ ନିଶ୍ଵାସ ନେବାଦ୍ବାରା ଏବଂ କିଛି ସମୟ ବ୍ୟାୟାମ କରିବା ଦ୍ଵାରା ଶରୀରର ସୌନ୍ଦର୍ଜ୍ୟ ବୃଦ୍ଧି ହୋଇଥାଏ ।

୧୧- ଆୟୁର୍ବେଦ ଅନୁସାରେ ଚନ୍ଦ୍ରଙ୍କ ଅମୃତ କିରଣ ଦ୍ଵାରା ସକାଳର ପବନ ଅମୃତ ତୁଲ୍ୟ ହୋଇଥାଏ ଏବଂ ଏହାକୁ ବିରବାୟୁ କୁହାଯାଏ, ଯାହା ଫଳରେ ଶରୀରରେ ଶକ୍ତିର ସଂଚାର ହୋଇଥାଏ ।

୧୨- ସକାଳର ବାୟୁ ଶରୀରରେ ବାଜିବା ଦ୍ଵାରା ଶରୀରରେ ବଳ, ତେଜ, ଫୁର୍ତ୍ତି ଏବଂ କାନ୍ତି ବୃଦ୍ଧି ହୋଇଥାଏ, ଏହା ସହିତ ମନ ଶାନ୍ତ ରହେ ।

୧୩- ସକାଳର ପବନରେ ନିଶ୍ଵାସ ନେବା ଦ୍ଵାରା ଫୁସଫୁସ ସୁସ୍ଥ ଏବଂ ମଜବୁତ ହୋଇଥାଏ, ଏହା ଦ୍ଵାରା ରକ୍ତ ପରିଷ୍କାର ମଧ୍ୟ ହୋଇଥାଏ ।

୧୪- ଯେଉଁ ଲୋକ ପ୍ରତ୍ୟକ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠେ ସେ ଜୀବନରେ ଖୁସି ରହିବା ସହିତ ସମୃଦ୍ଧିଶାଳି ହୋଇଥାଏ ।

୧୫- ସକାଳୁ ଶୀଘ୍ର ଉଠିବା ପାଇଁ ହେଲେ ରାତିରେ କମ ଖାଦ୍ଯ ଖାଇବା ଉଚିତ ଏବଂ ଏହା ସହିତ ୨ ଗ୍ଳାସ ପାଣି ପିଇବା ଆବଶ୍ୟକ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *