ନମସ୍କାର ବନ୍ଧୁଗଣ, ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଲୋକ ମାନଙ୍କର ଗହଳି ଜମିଛି ଆଉ ସେଠାରେ ଟିଫିନ ମଧ୍ୟ ବଣ୍ଟା ଯାଉଛି । କିନ୍ତୁ ଟିଫିନ ପାଇଁ ଲୋକ ଏମାନେ ପାଟି ତୁଣ୍ଡ ମଧ୍ୟ କରୁଛନ୍ତି ଆଉ ଧକ୍କା ମଧ୍ୟ ମାର ମାରି ହେଉଛନ୍ତି । ତେବେ ଏହି ଘଟଣା ଟି ହେଉଛି ପଟ୍ଟାମୁଣ୍ଡାଇ ରେ ଯେଉଁଠି ସ୍ମାର୍ଟ ପାର୍କ ଉଦଘାଟନ ହେଲା ଆଉ ନେତା ମଧ୍ୟ ଆସିଥିଲେ । ଆଉ ନେତାଙ୍କୁ ଦେଖିବା ପାଇଁ ଲୋକ ମାନଙ୍କର ଆସର ମଧ୍ୟ ଜମିଥିଲା । କିନ୍ତୁ ଟିଫିନ ପୁଡିଆ ବଣ୍ଟା ହେବା ବେଳକୁ ଏମିତି ଭିଡ ହେଲା ଯେ ଅଧା ପାଇଲେ ଆଉ ଅଧା ପାଇଲେ ନାହି ।
ଆଉ ତା ପରେ କିଏ ରାଗିକି କଣ କଣ କଥା କହି ଯାଉଛନ୍ତି । ଜଣେ ଭାଇ କହୁଛନ୍ତି ଲୋକେ ଆସିଛନ୍ତି ଏଠାରେ ଖାଇବାକୁ ଖାଇବାକୁ ଦେଉ ନାହାନ୍ତି । ତେବେ ଲୋକ ମାନେ ହାତ ବଢାଇଲା ବେଳକୁ ହିତରେ ଥିବା ଭାଇ ଖାଲି ପେଟି ଦେଖାଉଛନ୍ତି ଆଉ କହୁଛନ୍ତି ପୁଡିଆ ସରି ଯାଇଛି । ଏମିତି ହେଲେ ତ ଲୋକେ ନିଶ୍ଚୟ ରାଗିବେ ସ୍ଵାଭାବିକ କଥା । ଜଣେ ମହିଳା କହିଛନ୍ତି କି ଧକ୍କା ମରା ମାରି ଚାଲିଛି ଲେଡିଜ କୁ ଖାତିର କରୁ ନାହାନ୍ତି କି କେୟାର କରୁ ନାହାନ୍ତି । ତେବେ ମହିଳା ଜଣକ ରାଗି ଆଜି କହିଛନ୍ତି ଆମକୁ ଡାକି କି ଆଣିଛନ୍ତି କିନ୍ତୁ ଖାଇବାକୁ ଦେଉ ନାହାନ୍ତି ।
ଅନ୍ୟ ଜଣେ ମହିଳା କହୁଛନ୍ତି ଭାତ ଡାଲମା କରିଥାନ୍ତେ ଆମେ ସବୁ ଖୁସି ରେ ବସିକି ଖାଇ କି ଯାଇଥାନ୍ତୁ । ସତରେ ନବୀନ ରାଇଜ ରେ ମା ମାଉସୀ ମାନେ ସାମାନ୍ଯ ପୁଡିଆ ପାଇଁ ଡହଳ ବିକଳ ହେବେ ବହୁତ ଦୁଖର ବିଷୟ ଅଟେ । ଆଉ ଜେଣ ମାଉସୀ କହିଛନ୍ତି ବେଲୁନ ଧରି ଗୋଟେ ପୁଡିଆ ଧରି ବାହାରକୁ ଆସିଛନ୍ତି ଆଉ କହୁଛନ୍ତି ଠେଲା ପେଲା କରି ମୁଁ ପୁଡିଆ ନେଇ ଆସିଲି । ତେବେ ଯେଉଁ ମାନେ ପୁରଡିଆ ପାଇଛନ୍ତି ସେମାନେ ଖୁସି ହେଉଛନ୍ତି ଆଉ ଯେଉଁ ମାନେ ପାଉ ନାହାନ୍ତି ସେମାନେ ରାଗରେ ରାଉ ରାଉ ହେଉଛନ୍ତି କହିଲେ କିଛି ଭୁଲ ହେବ ନାହି ।
ସତରେ ଲୋକ ମାନେ ସାମାନ୍ଯ ଟିଫିନ ପୁଡିଆ ପାଇଁ ଏମିତି ମାର ମାରି ଠେଲା ପେଳ ଅହେଉଛନ୍ତି ଯିଏ ଦେଖିବ ସିଏ ହସି ହସି ଗଡିଯିବ । ତେବେ ପାର୍କ ଉଦ୍ଘାଟନ କରିବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ଓ ସାଂସଦ ମାନସ ମୋହରା ସାର ବି ଆସିଛନ୍ତି । ଏତେ ବଡ ବଡ ଲୋକ ଆସିକି ମଧ୍ୟ ଟିଫିନ ସରତେଜ ପଡିଲା ସତରେ ଦୁଖର ବିଷୟ ।
ବିଧାୟକ କହୁଛନ୍ତି ଆମେ ପଟ୍ଟମୁଣ୍ଡାଇ କି ସୁନ୍ଦର ସହର ତିଆରି କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛୁ ସେହି କ୍ରମ ରେ ଆଜି ଗୋଟିଏ ସ୍ମାର୍ଟ ପାର୍କ ଉଦ୍ଘାଟନ ହୋଇଛି ତା ପରେ ଅଡିଟରୀ ଉଦ୍ଘାଟନ ହେବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।