Raimohanଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ, “ସାନ ଝିଅ ପାଇଁ ମାନସିକ….” ଦେଖନ୍ତୁ Video

ସେଦିନ ଥିଲା ଜୁନ ମାସ 24 ତାରିଖ । ସମୟ ମଧ୍ୟାହ୍ନ ହେବ । ପ୍ରାଚୀ ବିହାର ସ୍ଥିତ ରାଜମୋହନ ଙ୍କ ବାସ ଭବନ ରୁ ଏକ ଖବର ଆସିଲା । ଯାହା ସମସ୍ତଙ୍କୁ ସ୍ତବ୍ଧ କରି ରଖିଦେଲା । ହଁ ଆଜ୍ଞା ଓଡିଆ ଚଳଚିତ୍ର ଅଭିନେତା ତଥା ଯାତ୍ରା ଅଭିନେତା ବରିଷ୍ଠ ଅଭିନେତା ରାଇମୋହନ ପରିଡା ନିଜ ଜୀବନ ହାରି ଦେଇଛନ୍ତି ଏହି ଖବର ଆସିଥିଲା ଜୁନ 24 ରେ । ଏହି ଖବର ଆସିବା ପରେ ଖବର ଦାତା ମାନେ ମଧ୍ୟ ନିଜକୁ ବିଶ୍ଵାସ କରି ପାରିଲେ ନାହି ।

ଧାଇଁ ଗଲେ ପ୍ରାଚୀ ବିହାର ସ୍ଥିତ ଉଦୟପୁର ଘରକୁ । ଆଉ ସେଠାରେ ଯାହା ଦେଖିଲେ ଘଟଣା ଥିଲା ସତ ।  ହଁ ଅଭିନେତା ରାଇମୋହନ ପରିଡା ନିଜ ଜୀବନ ହାରି ଦେଇ ଥିଲେ । ଦର୍ଶକ ବନ୍ଧୁ ଯାହାଙ୍କର ଡାଇଲଗ ଶୁଣିଲେ 7ରୁ 70 ସଭିଏଁ ଥରି ଉଠୁଥିଲେ କାନ୍ଦୁ ଥିବା ପିଲା ଟା ଚୁପ ହେଉଥିଲା ଆଉ ଗର୍ଭିଣୀ ଗାଈ ବି ବାଟ ଛାଡି ଦେଉଥିଲା ଏଭଳି ଜଣେ ବରିଷ୍ଠ ଖଳନାୟକ ଙ୍କର ଦାମ୍ଭିକ ସ୍ଵର ସବୁ ଦିନ ପାଇଁ ନୀରବ ହୋଇଗଲା ।

ଆଉ ମୋବାଇଲ ୱ୍ହାଟସପ ରେ ନିଜ ଝିଅ ପାଖକୁ ବାଏ ଲେଖି ନିଜ ଜୀବନ ହାରି ଦେଇଥିଲେ ରାଇମୋହନ ପରିଡା । ଜୁନ 24 ପୂର୍ବାହ୍ନ ସାଢେ 11 ଟା ପଳାସୁଣୀ ପ୍ରାଚୀ ବିହାର ଉଦୟପୁର ରେ ଏକ ପ୍ରକାରର ଚାଞ୍ଚଲ୍ୟ ଖେଳିଗଲା ଚଳଚିତ୍ର ଜଗତର ସବୁଠାରୁ ଭୟାନକ ଚେହେରା ରାଇମୋହନ ପରିଡା ଆଉ ନାହାନ୍ତି । ସେ ନିଜ ଜୀବନ ହାରି ଦେଇଛନ୍ତି ।

ନିଜ ଝିଅ ନିଶା ଓ ଉଦିତା ଙ୍କ ମୋବାଇଲ କୁ ବାଏ ବୋଲି ୱ୍ହାଟସପ ରେ ମ୍ଯାସେଜ ଲେଖିଥିଲେ ରାଇମୋହନ । ଆଉ ରାଇମୋହନ ଙ୍କ ଏଭଳି ଅକାଳ ବିୟୋଗରେ ଓଡିଆ ଜଗତ ଓ ଯାତ୍ରା ଜଗତ ପୁରା ସ୍ତବ୍ଧ ହୋଇଗଲା । ଆଉ ସବୁଠାରୁ ବଡ କଥା ହେଉଛି ସେ କାହିଁକି ଜୀବନ ହାରିଲେ ? ତାଙ୍କର କିଛି ପାରିବାରିକ କଳହ ହୋଇଥିଲା କି ତାଙ୍କ ମୃତ୍ୟୁ ପଛରେ କାରଣ କଣ ? ଆଜି ଯାଏଁ ବି ଜଣ ପଡିଲା ନାହି ।

ରାଇମୋହନ ଙ୍କୁ ଭଲ ପାଉଥିବା ଚିହ୍ନି ଥିବା ତାଙ୍କ ମୃତ୍ୟୁର କାରଣ ଖୋଜୁଥିବା ତାଙ୍କ ପ୍ରଶଂସକ ମାନେ 2022 ସରି ଯାଉଛି କିନ୍ତୁ ସତରେ ଜାଣି ପାରିଲେ ନାହି ତାଙ୍କ ପ୍ରିୟ କଳାକାର କାହିଁକି ଜୀବନ ହାରିଲେ । ଯାହା କି ଏହି ଯନ୍ତ୍ରଣା ପ୍ରଶଂସକ ମନରେ ସବୁ ଦିନ ପାଇଁ ରହିଯିବ । କୁହା ଯାଇଛି ସାନ ଝିଅଙ୍କର କୌଣସି ବିବାଦ ପାଇଁ ଥାନା ଦୁଆର ମୁହଁ ମାଡିବା ପର ଠାରୁ ରାଇମୋହନ ପରିଡା ମାନସିକ ସ୍ତର ରେ ଭାଙ୍ଗି ପଡିଥିଲେ ।

ଆଉ ତା ପରେ ଏମିତି ଏକ ନିସ୍ପତି ନେଇଥିଲେ ରାଇମୋହନ ପରିଡା । ଯାହା 2022 ର ଯନ୍ତ୍ରଣା ଦାୟକ ଘଟଣା ହୋଇ ମନେ ରହିବ । ଚାଲିଯାଉଛି 2022 ଆସୁଛି 2023 କିନ୍ତୁ ରାଇମୋହନଙ୍କ ଶେଷ ଶବ୍ଦ ବାଏ ସମସ୍ତଙ୍କର ମନେ ରହିବ । ତା ହେଲେ ବନ୍ଧୁଗଣ ଆପଣଙ୍କୁ ରାଇମୋହନ ପରିଡାଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *