ଆମ ହିନ୍ଦୁ ଧର୍ମରେ ସନ୍ଧ୍ୟା ଆରତୀର ବିଶେଷ ସ୍ଥାନ ହୋଇଥାଏ, ଆମ ହିନ୍ଦୁ ଡ଼ିଏଚଆରଏମ ଅନୁଯାଇ ସନ୍ଧ୍ୟା ସମୟ ଭଗବାନ ଘରେ ବାସ କରନ୍ତି, ତେବେ ଶାସ୍ତ୍ର ଅନୁଯାଇ ସନ୍ଧ୍ୟା ସମୟ ପାଇଁ ବହୁତ ଗୁଡେ ନିୟମ କରା ଯାଇଛି ଆଜି କାଲୀ ଲୋକ ଏହାକୁ ଭୁଲି ଗଲେଣି ଯାହା ଫଳ ସ୍ୱରୂପ ତାଙ୍କୁ ବହୁତ ସମସ୍ଯା ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ସନ୍ଧ୍ୟା ସମୟରେ କଲେ ଘରେ ଭଗବାନ ବାସ କରନ୍ତି ନାହିଁ ।
୧. ଭୋଜନ :
ସନ୍ଧ୍ୟା ସମୟରେ କେବେ ବି ଭୋଜନ କରିବା ବା କୌଣସି ଜିନିଷ ସେବନ କରିବା ଉଚିତ ନୁହ, ସନ୍ଧ୍ୟା ସମୟରେ ଭୋଜନ କଲେ ଆପଣଙ୍କ ଘର ଅଇଁଠା ବା ଆପଣ ଅଇଁଠା ହୋଇଥାନ୍ତି ଓ ଆପଣାଙ୍କ ଘର ପ୍ରସାଦ ଭଗବାନ ଗ୍ରହଣ କରନ୍ତି ନାହିଁ ।
ସେଥିପାଇଁ ସନ୍ଧ୍ୟା ସମୟରେ କୌଣସି ଜିନିଷ ସେବନ କରିବା ଉଚିତ ନୁହ, ଏହା ଛଡା ସନ୍ଧ୍ୟା ସମୟରେ ପ୍ରାୟତଃ ଲୋକ ବାହାର ଖାଦ୍ଯ ସେବନ କରିଥାନ୍ତି, ବାହାର ଖାଦ୍ଯ ଖାଇବା ଦ୍ଵାରା ଆପଣଙ୍କ ପେଟ ମଧ୍ୟ ଖରାପ ହୋଇଥାଏ ଓ ଆପଣଙ୍କ ସାମାନ୍ଯ ଜୀବନରେ ଅସୁବିଧା ଆସିଥାଏ ।
୨. ସୟନ କରିବା :
ସନ୍ଧ୍ୟା ସମୟରେ ଭୁଲରେ ବି ସୟନ କରନ୍ତୁ ନାହିଁ, ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ଅଛି ଓ ଆପଣଙ୍କୁ ଡକ୍ଟର ବେଡ ରେସ୍ଟ କହିଛନ୍ତି ତେବେ ଆପଣ ସୋଇ ରୁହନ୍ତୁ କିନ୍ତୁ ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଓ ଆପଣ ଭଲ ଭାବରେ ଚଲା ବୁଲା କରି ପାରୁଛନ୍ତି ତେବେ ଭୁଲରେ ବି ସନ୍ଧ୍ୟାରେ ସୁଅନ୍ତୁ ନାହିଁ, ଏହି ଭଳି ସ୍ଵଭାବ ପାଇଁ ମାତା ଲକ୍ଷ୍ମୀ ଘର ଛାଡି ଚାଲି ଯାନ୍ତି ।
୩. ପାଠ ପଢିବା :
ବହୁତ ଲୋକ ଏହା କହିଥାନ୍ତି ଯେ ସନ୍ଧ୍ୟା ସମୟରେ ପଢିବା ଉଚିତ କିନ୍ତୁ, ଶାସ୍ତ୍ର ଅନୁଯାଇ ସନ୍ଧ୍ୟା ସମୟରେ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ ଯଦି ଆପଣ ସନ୍ଧ୍ୟାରେ ଛୁଆଙ୍କୁ ପ୍ରାର୍ଥନା କରିବା ଶିଖେଇବେ ତେବେ ସେ ମଧ୍ୟ ଏହି ସଂସ୍କାର ଶିଖିବେ ଓ ସନ୍ଧ୍ୟା ସମୟ ଗାଡି ଗଲା ପରେ ଆପଣ ଛୁଆଙ୍କୁ ପାଠ ପଢାନ୍ତୁ, ଛୁଆ ଭଗବାନଙ୍କ ରୂପ ହୋଇଥାନ୍ତି, ସେଥିପାଇଁ ଭୁଲରେ ବି ସନ୍ଧ୍ୟାରେ ଛୁଆଙ୍କୁ ବାଡାନ୍ତୁ ନାହିଁ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ ଓ ଭଗବାନ ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି ।
୪. ଝୁଣା :
ବହୁତ ଲୋକଙ୍କର ଏହା ଭାବନା ହୋଇଥାଏ ଯେ ସନ୍ଧ୍ୟା ସମୟରେ ଝୁଣା ଦବା ଉଚିତ ନୁହ କିନ୍ତୁ ଏହା ଶାସ୍ତ୍ର ଅନୁଯାଇ ଉଚିତ ଆପଣ ସନ୍ଧ୍ୟା ସମୟରେ ଝୁଣା ଦିଅନ୍ତୁ କିନ୍ତୁ ସନ୍ଧ୍ୟା ପୂଜା ସାରିଲା ପରେ ଭଗବାନଙ୍କୁ ଗୋଟେ ଭଲ କପଡାରେ ପରଦା ଦିଅନ୍ତୁ ଯେମିତି ଆପଣଙ୍କୁ ଆରାମ କରିବା ଆବଶ୍ୟକ ସେମିତି ଭଗବାନଙ୍କୁ ମଧ୍ୟ ପରଦା ଲଗାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।