ଶରଦ ପୂର୍ଣ୍ଣିମାରେ ଏହି ଉପାୟ କରି ମା ଲକ୍ଷ୍ମୀଙ୍କୁ କରନ୍ତୁ ପ୍ରସନ୍ନ, ଏତେ ଧନ ବର୍ଷିବ କି ସମ୍ଭାଳି ପାରିବେନି ଆପଣ  

ବର୍ଷସାରା ଆସୁଥିବା ପୂର୍ଣ୍ଣିମା ମଧ୍ୟରେ ଶରଦ ପୂର୍ଣ୍ଣିମା ବହୁତ ଖାସ ହୋଇଥାଏ । ଶରଦ ପୂର୍ଣ୍ଣିମା ରାତିରେ ଚନ୍ଦ୍ରର ସୌନ୍ଦର୍ଜ୍ୟ ଓ ଆଭା କିଛି ଅଲଗା ଦେଖିବାକୁ ମିଳିଥାଏ । ଶାସ୍ତ୍ରରେ ଶରଦ ପୂର୍ଣ୍ଣିମା ବିଷୟରେ କୁହାଯାଇଚିକି ଏହି ରାତିରେ ଚନ୍ଦର ସୁନ୍ଦରତା ଦେଖିବା ପାଇଁ ଦେବତାଗଣ ପୃଥିବୀ ପୃଷ୍ଠକୁ ଆସିଥାନ୍ତି ।

ଶରଦ ପୂର୍ଣ୍ଣିମାରେ ଏହା ମାନ୍ୟତା ରହିଚିକି ଦେବୀ ଲକ୍ଷ୍ମୀ ଏହିରାତିରେ ପୃଥିବୀ ଉପରେ ଭ୍ରମଣ କରିବାକୁ ଆସିଥାନ୍ତି ଓ ଘରକୁ ଆସି ଦେଖିଥାନ୍ତି କିଏ କିଏ ରାତିରେ ନସୋଇ ଭଗବାନଙ୍କ ନାମ ଜପୁଚି । ସେଥିପାଇଁ ଏହାକୁ କେଜାଗୋରୀ ନାମରେ ମଧ୍ୟ ଜାଣନ୍ତି ।

ମାନ୍ୟତା ରହିଛି ଶରଦ ପୂର୍ଣ୍ଣିମା ରାତିରେ ଯେଉଁ ବ୍ୟକ୍ତି ଶୋଇଥାଏ, ମାତା ଲକ୍ଷ୍ମୀ i ତାଙ୍କ ଘରେ ପ୍ରବେଶ କରିନଥାନ୍ତି । ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ ସବୁ ମନୋକାମନା ପୁରା ହେବା ପାଇଁ କିଛି ଉପାୟ କରାଯାଇଥାଏ । ଶରଦ ପୂର୍ଣ୍ଣିମା ରାତିରେ ଖିରୀ ବନାଯାଇଥାଏ ଓ ଏହି ଖିରୀକୁ ଚନ୍ଦ୍ର ସାମ୍ନାରେ ରଖାଯାଇଥାଏ ରାତିସାରା । କୁହାଯାଏକି ଶରଦ ପୂର୍ଣ୍ଣିମାରେ ଚନ୍ଦ୍ର କିରଣରୁ ଅମୃତ ବରଷିଥାଏ ଓ କ୍ଷୀରୀରେ ଅମୃତ ଅଂସ ମିସିଥାଏ । ଆର୍ଥିକ ସପନ୍ନତା, ସୁଖ ସମୃଦ୍ଧି, ଧାନ ଲାଭ ପାଇଁ ଶରଦ ପୂର୍ଣ୍ଣିମା ରାତିରେ ଜାଗରଣ କରାଯାଇଥାଏ ।

ଶରଦ ପୂର୍ଣ୍ଣିମା ରାତିରେ ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହି ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ନାମ ନେଇ ଶୋଇବା ଉଚିତ । ରାତିରେ ଅନିଦ୍ରା ରହିବା କାରଣରୁ ଏହି ଦିନକୁ କଯୋଗରୀପୂର୍ଣ୍ଣିମା ମଧ୍ୟ କୁହାଯାଏ । ଶରଦ ପୂର୍ଣ୍ଣିମା ରାତିରେ ଖୋଲରେ ରଖିଥିବା ଅମୃତ ତୁଲ୍ୟ  କ୍ଷୀରୀକୁ ପ୍ରସାଦ ଭାବେ ନିଶ୍ଚିତ ଗ୍ରହଣ କରିବା ଉଚିତ । ଶରଦ ପୂର୍ଣ୍ଣିମା ଦିନ ଲକ୍ଷ୍ମୀ ପୂଜା କରିବା ଦ୍ଵାରା ସବୁ କର୍ଜରୁ ମୁକ୍ତି ମିଳିଥାଏ । ସେଥିପାଇଁ ଏହାକୁ କରଜ ମୁକ୍ତି ପୂର୍ଣ୍ଣିମା ମଧ୍ୟ କୁହାଯାଏ ।

ଏହି ରାତ୍ରିରେ ଶ୍ରୀ ଶୁକ୍ତର ପାଠ, କନକ ଧାରା ସ୍ରୋତ, ବିଷ୍ଣୁ ସହସ୍ର ନାମରା ଜପ, ଓ ଭଗବାନ କୃଷ୍ଣଙ୍କ ମଧୁରାଷ୍ଟକରା ପାଠ ଇଷ୍ଟ କାର୍ଯ୍ୟରେ ସିଦ୍ଧ ଦେଇଥାଏ ଓ ସେଇ ଭକ୍ତକୁ କୃଷ୍ଣ ଭଗବାନଙ୍କ ସାନିଧ୍ୟ ମିଳିଥାଏ । ଶରଦ ପୂର୍ଣ୍ଣିମା ରାତିରେ ମା ଲକ୍ଷ୍ମୀଙ୍କର ସ୍ଵାଗତ କରିବା ପାଇଁ ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ସ୍ନାନ କରି ତୁଲସୀ ଭୋଗ, ଦୀପ, ଓ ଜଳ  ଅବଶ୍ୟ ଦିଅନ୍ତୁ । ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହାଛଡା ଶରଦ ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ । ମା ଲକ୍ଷ୍ମୀଙ୍କୁ ସୁପାରି ବହୁତ ପ୍ରିୟା ହୋଇଥାଏ ।

ଶରଦ ପୂର୍ଣ୍ଣିମା ଦିନ ପୂଜା କରିବା ସମୟରେ ସୁପାରି ନିଶ୍ଚିତ ଭାବରେ ରଖିବେ । ପୂଜା ପରେ ସୁପରିରେ ନାଲି ଟାଙ୍ଗର କପଡା ବାନ୍ଧି ଅକ୍ଷତ, ସିନ୍ଦୁର, ଫୁଲ ଦେଇ ପୂଜା କରି ତିଜୋରିରେ ରଖନ୍ତୁ ଧାନର କେବେ କମି ହେବନି । ଶରଦ ପୂର୍ଣ୍ଣିମାରେ ଯେତେବେଳେ ଚାରି ଆଡେ ଚ୍ନଦ୍ରର କିରଣ ବିଛେଇ ହୋଇ ପଡିଥିବା ସେତିକି ବେଳେ ମା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ଵାରା ବ୍ୟକ୍ତିକୁ ଧନ ଲାଭ ହୋଇଥାଏ । ଶରଦ ପୂର୍ଣ୍ଣିମା ଦିନ ହନୁମାନଙ୍କ ପାଖରେ ଚୌମୁଖା ଦୀପ ଜଳାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *