ସରକାରଙ୍କ ନୁଆ କନ୍ୟା ସୁମଙ୍ଗଳା ଯୋଜନା, କେବଳ ଝିଅ ମାନଙ୍କ ପାଇଁ – ୧୫-୧୫ ହଜାର ଟଙ୍କା ମିଳିବ ଝିଅମାନଙ୍କୁ – ଦେଖନ୍ତୁ କେମିତି

ସରକାର ଗୋଟେ ପରେ ଗୋଟେ ନୂଆ ଯୋଜନା ସବୁ ଜାରି କରିବାରେ ଲାଗିଛି । କେତେବେଳେ କୃଶକ ମାନଙ୍କ ପାଇଁ ତ କେତେବେଳେ ଅନ୍ୟ କାହା ପାଇଁ । ତେବେ ଆଜି ଆମେ କଥା ହେବା ସରକାରଙ୍କର ନୂଆ ଏକ ଯୋଜନା ଯାହା ଝିଅ ମାନଙ୍କ ପାଇଁ ଅଟେ । ଚାଲନ୍ତୁ ଜାଣିବା ଏହି ଯୋଜନା ବିଷୟରେ । ଯୋଗୀ ସରକାର ଙ୍କ ତରଫରୁ ଏହି ବଜେଟ୍ ରେ ଘୋଷିତ କନ୍ୟା ସୁମଙ୍ଗଳା ଯୋଜନାର ପ୍ରାରମ୍ଭ ଜାରି କରିଦିଆଯାଇଛି ।

କ୍ୟାବିନେଟ୍ ବୈଠକରେ ଏହାର ମଞ୍ଜୁରୀ ମିଳିସାରିଛି, ଏହି ଯୋଜନା ଦ୍ୱାରା ଝିଅ ମାନଙ୍କୁ ଶିକ୍ଷା ଓ ଭଲ ଭବିଷ୍ୟ ପାଇଁ ଜନ୍ମରୁ ନେଇକରି ସ୍ନାତକ ଶିକ୍ଷା ଗ୍ରହଣ କରିବା ପର୍ଯ୍ୟନ୍ତ ୬ ଟି କିସ୍ତିରେ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ ବୋଲି ଘୋଷଣା କରା ଯାଇଛି । ଗୋଟେ ବର୍ଷର ଟିକା କରଣ ପୁରା ହେଲେ ମିଳିବ ୨୦୦୦ ଟଙ୍କା , ପ୍ରଥମ ଶ୍ରେଣୀରେ ପ୍ରବେଶ ପରେ ୨୦୦୦ ଟଙ୍କା , ଷଷ୍ଠ ଶ୍ରେଣୀରେ ପ୍ରବେଶ ନେଲା ପରେ ୨୦୦୦ ଟଙ୍କା ଆର୍ଥିକ ସହାୟତା ମିଳିବ , ନବମ ଶ୍ରେଣୀରେ ପ୍ରବେଶ କରିବା ପରେ ଝିଅକୁ ୩ ହଜାର ଟଙ୍କା ଆର୍ଥିକ ସହାୟତା ସରକାରଙ୍କ ତରଫରୁ ମିଳିବ , +୨ ପାସ୍ କରିବା ପରେ ସ୍ନାତକ କିମ୍ବା ଦୁଇ ବର୍ଷିୟ ଅବଧି କୋର୍ସରେ ଦାଖିଲ୍ ହେବାପରେ ୫୦୦୦ ଟଙ୍କା ଆର୍ଥିକ ସହାୟତା ମିଳିବ ।

ଏହି ଦସ୍ତାବିଜ ରହିବା ଜରୁରୀ :

କନ୍ୟା ସୁମଙ୍ଗଳା ଯୋଜନାର ଲାଭ ଉଠାଇବା କେବଳ ୟୁପିର ମୂଳ ନିବାସୀ ଝିଅମାନଙ୍କୁ ହିଁ ମିଳିବ, ଏହି ଯୋଜନାରେ ଆଧାର କାର୍ଡ ରହିବା ବହୁତ ଜରୁରୀ, ଆବେଦନ କର୍ତ୍ତା ପାଖରେ ଝିଅର ଜନ୍ମ ପ୍ରମାଣ ପତ୍ର ଥିବା ଜରୁରୀ ଅଟେ , କନ୍ୟା ସୁମଙ୍ଗଳା ଯୋଜନା ପାଇଁ ସ୍କୁଲ୍ ପ୍ରମାଣ ପତ୍ର ଦେବା ଅନିର୍ବାଯ୍ୟ ଅଟେ ।  ଏହି ଯୋଜନାର ପୁରା ସୁଚନା ପଞ୍ଚାୟତ କିମ୍ବା ବ୍ଲକ୍ ଅଫିସ୍ ରେ ମିଳିପାରିବ ।

Leave a Reply

Your email address will not be published. Required fields are marked *