ଏହି କଳିଯୁଗରେ ବି ଭଗବାନ ସାକ୍ଷାତ ନିଜ ଭକ୍ତକୁ ଆସି ସାହାଯ୍ୟ କରିଥିବାର ଏକ ବିରଳ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ନିଜ ଝିଅର ବାହାଘର ପାଇଁ ଗୋଟେ ଗରିବ ଚାଷୀ ପାଞ୍ଚ ଶହ ଟଙ୍କା ଉଧାର ନେଇଥିଲା । ତା ଝିଅର ବାହାଘର ପରେ ଗରିବ ଚାଷୀ ଜଣଙ୍କ ସବୁ ଉଧାରି ପଇସା ସୁଧ ସମେତ ସୁଜି ଦେଇଥିଲା । କିନ୍ତୁ ଯାହାଠାରୁ ସେ ଉଧାର ଆଣିଥିଲା ସେହି ସେଠ ମନରେ ପାପ ଆସିଲା ଓ ସେ ଭବିଲା ଚାଷୀଟି ଅଶିକ୍ଷିତ ଅଟେ ଏବଂ ସେ ତା ଠାରୁ ଲୁଟିବା ପାଇଁ ଯୋଜନା କଲା ।
କିନ୍ତୁ ଗରିବ କୃଷକ ଜଣଙ୍କ କହିଲା ମୁଁ ଆପଣଙ୍କର ସବୁ ପଇସା ସୁଝିଦେଲି । ଏହି କଥାରେ ସେଠ ରାଗିଗଲା ଓ କୋର୍ଟ ଦ୍ୱାରା ତା ଉପରେ ଏକ ମୁକଦ୍ଧମା ରୁଜ୍ଜୁ କରିଦେଲା । ଯେବେ କୋର୍ଟରେ ହାଜିର୍ ହେଲା ଜର୍ଜ କହିଲେ ଆପଣ କହୁଛନ୍ତି କି ସବୁ ପଇସା ସୁଝି ଦେଇଛନ୍ତି ହେଲେ ଆପଣଙ୍କ ପାଖରେ କିଏ ସାକ୍ଷୀ ଅଛି ? କିନ୍ତୁ ଗାଁର କୌଣସି ବ୍ୟକ୍ତି ଆସି ସେହି ଗରିବ ଚାଷୀ ସପକ୍ଷରେ ସାକ୍ଷୀ ଦେଲେ ନାହିଁ । ସେ କହିଲା କି ମୋର ସାକ୍ଷୀ ତ ବିହାରୀ ଲାଲ୍ ଅଟେ ।
ବିହାରୀ ଲାଲ କେଉଁଠି ରହୁଛି ପଚରା ଯିବାରୁ ଚାଷୀ କହିଲା କି ସେ ବୃନ୍ଦାବନରେ ରହୁଛନ୍ତି । କୋର୍ଟର ଜଣେ ବ୍ୟକ୍ତି ବୃନ୍ଦାବନ ବିହାରୀ ପାଖରେ ପହଞ୍ଚିଥିଲା ଓ ସାଇକେଲ୍ ରେ ପଚାରି ପଚାରି ବୁଲୁଥିଲା କିନ୍ତୁ କେହି ଜାଣି ନଥିଲେ ବିହାରୀ ଲାଲ କେଉଁଠି ରହୁଛି । ତାପରେ ସେହି ବ୍ୟକ୍ତି ବାଙ୍କେ ବିହାରୀ ମନ୍ଦିର ପଛରେ ଯାଇ ପହଞ୍ଚିଥିଲା, ସେଠାରେ ଏକ ୭୫ ବର୍ଷୀୟ ବୃଦ୍ଧ ଆସିଲେ ଯାହାଙ୍କ ହାତରେ ଏକ ବାଡିଥିଲା, ସେହି କୋର୍ଟର କର୍ମଚାରୀ ତାଙ୍କୁ ପଚାରିଲେ କି କେଉଁ ବିହାରୀ ଲାଲ୍ ବ୍ୟକ୍ତି ଏଠାରେ ରହୁଛନ୍ତି କି ? ସେହି ବୃଦ୍ଧା କହିଲେ କି ମୋର ନାଁ ହିଁ ବିହାରୀ ଲାଲ୍ ଅଟେ ତା ପରେ କର୍ମଚାରୀ କହିଲେ କି ଆପଣଙ୍କ ନାଁରେ ସମନ୍ ଅଛି ଓ ସେ ସେହି ସମନ୍ କୁ ନେଲେ ଓ ହସ୍ତାକ୍ଷର କରିଥିଲେ ।
ଯେବେ ମୁକଦ୍ଧମା ନମ୍ବର ଆସିଲା ତେବେ କୋର୍ଟରେ ନାଁ ଡକା ଗଲା । ବିହାରୀ ଲାଲ୍ ହାଜିର୍ ହୋ, ବିହାରି ଲାଲ୍ ହାଜିର୍ ହୋ, ଦୁଇ ଥର ଆବାଜ୍ ଲାଗିଲା ପରେ ବି କେହି ଆସିଲେ ନାହିଁ । ପୁଣି ଆବାଜ୍ ଲଗାଇଲା ପରେ ସେହି ବୃଦ୍ଧ ବ୍ୟକ୍ତି କୋର୍ଟରେ ବାଡିଧରି ହାଜିର୍ ହୋଇଥିଲା । ସେ ଜର୍ଜ ଆଗରେ କହିଲା କି ଏହି ଚାଷୀ ମହାଜନର ସବୁ ପଇସା ସୁଝିଦେଇଛି । ଜର୍ଜ ପଚାରିଲେ କି ଏହାର କିଛି ପ୍ରମାଣ ଅଛି କି ?
ସେହି ବୃଦ୍ଧା ବ୍ୟକ୍ତି କହିଲେ କି ତା ଘରର ଆଲମାରୀରେ ହିସାବ ବହି ରଖା ହୋଇଛି ଏବଂ ସେ ମହାଜନ ମିଛ କହୁଛି । କୋର୍ଟ କର୍ମଚାରୀ ସେହି ମହାଜନର ଘରକୁ ଗଲା ଓ ସେହି ହିସାବ ବହି ନେଇକରି ଆସିଲା । ଜର୍ଜ ଯେବେ ସେହି ବହି ଦେଖିଲେ ସବୁ କିଛି ହିସାବ ସୁଝା ହୋଇସାରିଥିଲା । ଏହା ସବୁ ପରେ ସେହି ବୃଦ୍ଧା ବ୍ୟକ୍ତି କୋର୍ଟରୁ ଅନ୍ତର୍ଦ୍ଧାନ ହୋଇଗଲେ ଓ ଜର୍ଜ ପଚାରିଲେ କି ଆପଣ ବିହାରୀ ଲାଲ୍ କୁ ଜାଣିଛନ୍ତି କି ଆପଣଙ୍କର ସେ ସଂମ୍ପର୍କିୟ ଅଟନ୍ତି କି ?
ଗରିବ ଚାଷୀ କହିଲା କି ସାର୍ ମୋତେ ଜଣା ନାହିଁ ସେ କିଏ । ଗାଁର କୌଣସି ଲୋକ ମୋ ପାଇଁ ସାକ୍ଷୀ ଦେବାକୁ ପ୍ରସ୍ତୁତ ନଥିଲା, ତେବେ ମୋର ଜଣଙ୍କ ଉପରେ ଭରସା ଥିଲା ଓ ସେ ଥିଲେ ବାଙ୍କେ ବିହାରୀ । ତାଙ୍କ କଥାରେ ଭାବବିହ୍ଵଳ ହୋଇ ପଡିଥିଲେ ଜର୍ଜ । ଏହା ପରେ ସେହି ଜର୍ଜ ସବୁ ତ୍ୟାଗ କରି ବୃନ୍ଦାବନରେ ବିହାରୀ ଜୀ ଙ୍କ ମନ୍ଦିରରେ ପଡିରହୁଥିଲେ ଓ ବାଙ୍କେ ବିହାରୀଙ୍କ ସହ ତାଙ୍କର ଅଗାଢ ଭକ୍ତି ଓ ପ୍ରେମ ଜାଗ୍ରତ ହୋଇଗଲା ।