ମିଳିଲା ଆଶ୍ବସ୍ଥି! ଶସ୍ତା ହେଲା LPG Gas… ଦେଖନ୍ତୁ କେତେ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ପ୍ରତେକ ମାସରେ ଏଲିପିଜି ସିଲିଣ୍ଡର କୁ ନେଇ କିଛି ନା କିଛି ପରିବର୍ତ୍ତନ କରା ଯାଉଛି । ତେବେ ପ୍ରତେକ ମାସରେ ସିଲିଣ୍ଡର ଦର ବଢିବାରେ ଲାଗିଛି ଯାହା ପାଇଁ ସାଧାରଣ ଗ୍ରାହକ ମାନେ ନାହି ନ ଥିବା ସୁବିଧାର ସମୁଖିନ୍ନ ହେଉଛନ୍ତି । ତେବେ କିଛି ମାସରେ ଏମିତି ବି ଦେଖା ଯାଉଛି କି ସିଲିଣ୍ଡର ଦର ବହୁତ ଅଧିକ ବଢି ଯାଇଛି ଯାହାକୁ ନେଇ ଖାଉଟି ମାନେ ଚିନ୍ତ ରେ ପଡି ଯାଇଛି । କାରଣ ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତି ଯାହା ସେଥିରେ ପୁଣି ସବୁ ସାମଗ୍ରୀ ଉପରେ ଦର ବୃଦ୍ଧି ହେବା ନେଇ ମଧ୍ୟବିତ୍ତ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି ।

କିନ୍ତୁ ଚଳିତ ମାସ ରେ ଗ୍ରାହକ ମାନଙ୍କୁ ମିଳିବାକୁ ଯାଉଛି ବଡ ଖବର । ସେପ୍ଟେମ୍ବର ଆରମ୍ଭ ରୁ ଗ୍ରାହକ ମାନଙ୍କୁ ମିଳିଛି ଏକ ବଡ ଖୁସି ଖବର । ଆଜି ଠାରୁ ଏଲପିଜି ସିଲିଣ୍ଡର ୧୦୦ ଟଙ୍କା ଶସ୍ତା ବୋଲି ଜଣା ପଡିଛି । ଚଳିତ ମାସ ବାଣିଜିକ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । ଇଣ୍ଡିଆନ ଅଏଲ ଦ୍ଵାରା ଏଲପିଜି ର ନୂଆ ହାର ବା ରେଟ ଆଜି ଅର୍ଥାତ ସେପ୍ଟେମ୍ବ ୧ ତାରିଖରେ ପ୍ରକାଶ ପାଇଛି । ତେବେ ସୂଚନା ଅନୁଯାୟୀ ଦିଲ୍ଲୀ ରେ ଇଣ୍ଡିଆନ ସିଲିଣ୍ଡର ୯୧.୫୦ ଟଙ୍କା, କୋଲକାତା ରେ ୧୦୦ ଟଙ୍କା, ମୁମ୍ବାଇ ରେ ୯୨.୫୦ ଟଙ୍କା, ଚେନ୍ନାଇ ରେ ୯୬ ଟଙ୍କା ଶସ୍ତା ହୋଇଛି ।

ଏହି ହ୍ରାସ ଦିଲ୍ଲୀ ରୁ ପାଟଣା, ଜଯପୁର ରୁ ଦିସପୁର, ଲଦାଖ ରୁ କନ୍ୟାକୁମାରୀ ଯାଏଁ ହ୍ରାସ ପାଇଛି । ଆଜି ଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦିଲ୍ଲୀ ରେ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି । ଏଠି ସହ କୋଲକାତାରେ ୨୦୯୫.୫୦ ଟଙ୍କାରେ ଉପଲବ୍ଧ ହେଉଥିବା ଏଲପିଜି ସିଲିଣ୍ଡର ଆଜି ଠାରୁ ୧୯୯୫.୫୦ ଟଙ୍କା ରେ ଉପଲବ୍ଧ ହେବ । ବାଣିଜ୍ୟିକ ସିଲିଣ୍ଡର ର ମୂଲ୍ୟ ମୁମ୍ବାଇ ରେ ୧୮୪୪ ଟଙ୍କା ଥିବା ବେଳେ ଚେନ୍ନାଇ ରେ ୨୦୪୫ ଟଙ୍କା କୁ ଖସି ଆସିଛି ।

ତେବେ ଏହି ସବୁ ଜାଗା ଗୁଡିକରେ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇ ଥିବାର ଖବର ମିଳିଛି ଯାହାକୁ ନେଇ ଗ୍ରାହକ ଙ୍କ ମଧ୍ୟରେ ଅଳ୍ପ ମାତ୍ରା ରେ ଆଶ୍ଵସ୍ତି ହେବାର ଦେଖା ଯାଉଛି । ତେବେ ଆଗାମୀ ସମୟରେ ଏଲପିଜି ସିଲିଣ୍ଡର ଦର ଏଭଳି ହ୍ରାସ ପାଇବ ତାହା ହେଲେ ହୁଏ ତ ମଧ୍ୟବିତ୍ତ ପରିବାରର ଲୋକେ ଆଶ୍ଵସ୍ତି ହୋଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇବାକୁ ନେଇ ମତାମତ ଆମକୁ ଆମକୁ କେମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *