ଲିଫ୍ଟ ଦେଉ ଦେଉ ହେଲା ପ୍ରେମ! 5 ବର୍ଷର ସମ୍ପର୍କ ପରେ ଯାହା ହେଲା ଜାଣି ଆପଣଙ୍କ ରକ୍ତ ବି ହେବ ଗରମ…. ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରେମ କେତେବେଳେ କାହାକୁ ହୋଇଯିବ ତାହା କେହି ଜାଣିପାରନ୍ତି ନାହି । ଯିଏ ପ୍ରେମରେ ପଡିଛି ସେ ଏ ବିଷୟରେ ଜାଣିଛି । ସେଥିପାଇଁ ତ କୁହାଯାଇଛି ପ୍ରେମରେ ପଡିଲେ ସବୁ ସମ୍ଭବ । ଘଟଣା ଅନୁଯାୟୀ ସୁଶାନ୍ତ ନାମକ ଯୁବକ ଟ୍ୟାକ୍ସି ଚଲାଇ ଯାଉଥିବା ବେଳେ ଜଣେ ମହିଳାଙ୍କ ସହ ଭେଟ ହୋଇଥିଲା । ଲିଫ୍ଟ ଦେବା ସମୟରେ ଦୁହେଁ ପରସ୍ପରର ଫୋନ ନମ୍ବର ନେଇଥିଲେ ତାହା ନୁହେଁ ବରଂ ଦୁହିଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପୁଣି ପ୍ରେମିକା ଶୁଭଲକ୍ଷ୍ମୀ ପ୍ରଧାନ ବିବାହିତ ହୋଇଥିବା ପରେ ବି ଟ୍ୟାକ୍ସି ଡ୍ରାଇଭର ପ୍ରେମରେ ପଡି ଯାଇଥିଲେ ।

ଏମିତିକି ଉଭୟଙ୍କ ମଧ୍ୟରେ ପ୍ରେମ ପରେ ବିବାହ କରିଲେ । କିନ୍ତୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସୁଶାନ୍ତଙ୍କୁ ନିଜ ବିବାହ ବିଷୟରେ କିଛି କହି ନ ଥିଲେ ଶୁଭଲକ୍ଷ୍ମୀ । ତେବେ ଶୁଭଲକ୍ଷ୍ମୀ ଙ୍କ ଘର ପୁରୀ ଚନ୍ଦନପୁର ହାନା ଜେରାଖଣ୍ଡି ଗାଁ ରେ ବୋଲି ଜଣା ପଡିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଦୁହିଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ବିଷୟରେ ଶୁଭଲକ୍ଷ୍ମୀ ଙ୍କ ମା ମଧ୍ୟ ଜାଣିଥିଲେ ।

ଏମିତିକି ମା ଙ୍କ ଉପସ୍ଥିତିରେ ସୁଶାନ୍ତ ଓ ଶୁଭଲକ୍ଷ୍ମୀଙ୍କ ପୁରୀ ବାଟ ମଙ୍ଗଲା ମନ୍ଦିରରେ ବିବାହ ହୋଇଥିଲା । କିନ୍ତୁ ବିବାହ ପରେ ସୁଶାନ୍ତ ଜାଣିଥିଲେ ଶୁଭଲକ୍ଷ୍ମୀ ପୂର୍ବରୁ ମ୍ୟାରେଜ କରିଛନ୍ତି । ଦୀର୍ଘ ୫ ବର୍ଷ ହେବ ସୁଶାନ୍ତଙ୍କର ସବୁ କିଛି ଲୁଟ କରିଥିବା ନେଇ ଅଭିଯୋଗ କରିଛନ୍ତି ଶୁଭଲକ୍ଷ୍ମୀ ଙ୍କ ବିରୁଦ୍ଧରେ । ତେବେ ସୁଶାନ୍ତ ଙ୍କ ଅଭିଯୋଗ ଅନୁଯାୟୀ ଶୁଭଲକ୍ଷ୍ମୀ ପୁରୀ ବାଙ୍କି ମୁହାଣ ତଳ ନୂଆ ସାହିର ପ୍ରହଲ୍ଲାଦ ପ୍ରଧାନ ଙ୍କୁ ପୂର୍ବରୁ ବିବାହ କରିଥିଲେ ଓ ତାଙ୍କର ଗୋଟେ ପୁଅ ମଧ୍ୟ ରହିଛି ।

ମାତ୍ର ଶୁଭଲକ୍ଷ୍ମୀ ସୁଶାନ୍ତ ଙ୍କ ଠାରୁ ସବୁ ଲୁଟି ସାରି ଫେରାର ହୋଇ ଯାଇଥିଲେ । ସୁଶାନ୍ତ ଏ ନେଇ ପ୍ରଥମେ ସି ବିଚ ଥାନା ଓ ପରେ ପୁରୀ ଏସପି ଙ୍କ ଦ୍ଵାରସ୍ଥ ହୋଇଥିଲେ । କିନ୍ତୁ କୌଣସି କାର୍ଯ୍ୟ ଅନୁଷ୍ଠାନ ପୋଲିସ ନ ନେବାରୁ ସୁଶାନ୍ତ ପୁରୀ ଏସଡିଜେଏମ କୋର୍ଟ ରେ ମାମଲା ରୁଜୁ କରିଛନ୍ତି ।

ଏମିତିକି ସୁଶାନ୍ତ ଅଭିଯୋଗ କରିଛନ୍ତି କି ଶୁଭଲକ୍ଷ୍ମୀ ତାଙ୍କୁ ଏବେ ହତ୍ୟା ଧମକ ଦେଇଛନ୍ତି । ତେଣୁ ଜୀବନ ବଞ୍ଚାଇବା ପାଇଁ ବର୍ତ୍ତମାନ ନୟାଗଡ ଜିଲ୍ଲା ସୁନାଖଳ ଅଞ୍ଚଳ ରେ ଆତ୍ମଗୋପନ କରି ରହୁଛନ୍ତି । ଅନ୍ୟ ପକ୍ଷରେ ସୁଶାନ୍ତ ଓ ଶୁଭଲକ୍ଷ୍ମୀ ଙ୍କ ସମ୍ପର୍କ କୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ସୁଶାନ୍ତ କ ଅଭିଯୋଗ କୁ ଶୁଭଲକ୍ଷ୍ମୀ ଓ ପୁରୀ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହି ।

ତେବେ ନିଜ ଜୀବନର ଏହି କାହାଣୀ କହି ସୁଶାନ୍ତ ସବୁ ପୁରୁଷ ଭାଇ ମାନଙ୍କୁ କହିଛନ୍ତି କି ଏଭଳି ସ୍ତ୍ରୀ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ନଚେତ ଆଗକୁ ଅନେକ ସମସ୍ୟର ସମୁଖୀନ ହେବାକୁ ପଡିପାରେ ଯେମିତି ଆଜି ସେ ନିଜେ ଭୋଗ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ସୁଶାନ୍ତ ଓ ଶୁଭଲକ୍ଷ୍ମୀ ଙ୍କ ସମ୍ପର୍କ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *