ଶାଶୁଘରେ ସ୍ତ୍ରୀ ସହ ଯାହା ବି ହେବ ସେଥି ପାଇଁ ହେବ କେବଳ ସ୍ଵାମୀ ଦାୟୀ- Supreme Court

ସୁପ୍ରିମ କୋର୍ଟର ବଡ ନିଷ୍ପତ୍ତି । ଏବେ ସାବାଡ ହେବେ ସବୁ ସ୍ଵାମୀ । ଘରୋଇ କଳହ କୁ ନେଇ ସୁପ୍ରିମ କୋର୍ଟ ଦେଇ ନୂଆ ରାୟ । ଯଦି ଶାଶୁଘରେ ବୋହୁ ଉପରେ କିଏ ହାତ ଦିଏ କି କିଛି କୁହେ ତେବେ ଏଥିପାଇଁ ହେବେ ସ୍ଵାମୀ ଦାୟୀ । ତେବେ ସୁପ୍ରିମ କୋର୍ଟ ଏହି ନିସ୍ପତି ନେବା ପଛରେ ଯେଉଁ କାରଣ ରହିଛି ତାହା ଜାଣି ଆପଣ ବିଶ୍ଵାସ କରିପାରିବେନି । ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯିଏ ଏଭଳି ଅମାନବୀୟ କାମ କରିବା ଆଗରୁ ଟିକେ ବି ପଛାଉ ନାହାନ୍ତି ।

ଘଟଣାଟି ହେଲା ଜଣେ ମହିଳା ଅଭିଯୋଗ ଆଣି ଥିଲେ ଯେ ଟଙ୍କା ପାଇଁ ତାଙ୍କ ସ୍ଵାମୀ ତାଙ୍କ ଉପରେ ଅମାନବୀୟ ବ୍ଯବହର କରୁଛନ୍ତି । ଏମିତି କି ସେ ଗର୍ଭବତୀ ଥିବା ସମୟରେ ତାଙ୍କୁ ବହୁତ ପ୍ରକାର ଶାରୀରିକ କଷ୍ଟ ଦେଉଥିଲେ । କେବଳ ତାଙ୍କ ସ୍ଵାମୀ ନୁହେଁ ଶାଶୁ, ଶଶୁର ମଧ୍ୟ ତାଙ୍କ ସହ ଏଭଳି ଖରାପ ବ୍ଯବହାର କରୁଥିଲେ । ଯାହା କହିବା ବେଳେ ସେ ନିଜ ଆଖିର ଲୁହ ଅଟକାଇ ପାରୁ ନଥିଲେ। ସେ ତାଙ୍କ ସହ ବହୁତ ଖରାପ ବ୍ୟବହାର କରିବା ସହ ହାତ ଓ ବ୍ୟାଟ ମଧ୍ୟ ଉଠେଇ ତାଙ୍କୁ ଶାରୀରିକ କଷ୍ଟ ଦେଇଛନ୍ତି ।

ତେବେ ମହିଳାଙ୍କ ଅଭୋଜିଗ ଆଧାରରେ ତାଙ୍କ ଶାଶୁ ଓ ଶଶୁର ଏବଂ ସ୍ଵାମୀକୁ ହାଜତକୁ ନେଇ କୋର୍ଟ ଚାଲାଣ କରା ଯାଇଛି । ଯେତେବେଳେ ଜାମିନ ପାଇଁ ଓକିଲ ଆବେଦନ କଲେ କୋର୍ଟ ଏହାକୁ ଖାରଜ କଲା । ଓକିଲଙ୍କ କହିବା ଅନୁସାରେ ମିହିଳା ଅଭିଯୋଗ କରିଛନ୍ତି ତାଙ୍କ ଶାଶୁ ଶଶୁର ବିରୋଧରେ କିନ୍ତୁ ଓକିଲଙ୍କ ଯୁକ୍ତିକୁ ଖାରଜ କରି କୋର୍ଟ କହିଛନ୍ତି ଏଥିରେ କିଛି ଫରକ ନାହିଁ କି କିଏ କରିଛି, ଯଦି ମହିଳା ସହ ଏମିତି ହେଇଛି ତାର ପ୍ରଥମ ଦାଇ ହେଉଛି ସ୍ଵାମୀ ।

ମୁଖ୍ୟ ବିଚାରପତି ଏକଥା ସ୍ପଷ୍ଟ କରି କହିଛନ୍ତି କି ମହିଳା ଉପରେ ତାର ଶାଶୁ ଘରର କେହି ବ୍ୟକ୍ତି ଖରାପ ବ୍ୟବହାର କଲେ ଏଥି ପାଇଁ ବି ସ୍ଵାମୀକୁ ଦାୟୀ କରାଯିବ । ତେବେ ଏହା କେତେ ଦୂର ଯୁକ୍ତି ଯୁକ୍ତ ? ଆପଣଙ୍କ ମତରେ ସୁପ୍ରିମ କୋର୍ଟଙ୍କ ରାୟ ଠିକ ନା ଭୁଲ ? କଣ ଆପଣଙ୍କ ମତାମତ କମେଣ୍ଟ କରି ନିଶ୍ଚୟ କହିବେ ।

Leave a Reply

Your email address will not be published. Required fields are marked *