ବୋହୁ ସହିତ ଦୁଷ୍କର୍ମ କରି ଶେଷରେ ଜୀବନ ନେଇ ଗଲା ଶ୍ଵଶୁର – ଜାଣନ୍ତୁ ପୁରା ଘଟଣା କଣ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତା ବିଷୟରେ ଜାଣିଲେ ଆପଣଙ୍କର ହୋସ ଉଡିଯିବ । ଆପଣ ଭବିବେ ସଂସାରରେ ଏମିତି ବି ଶ୍ଵଶୁର ଅଛନ୍ତି ? ବିବାହ ଏକ ପବିତ୍ର ବନ୍ଧନ ବୋଲି ଆମେ ମାନିଥାଉ । ଏହା ସହ ଯେତେବେଳେ ଗୋଟେ ଝିଅ ନିଜ ଘର ପରିବାରକୁ ଛାଡି ଅନ୍ୟ ଏକ ଅଜଣା ଘରକୁ ଆସେ ତା ମନରେ ବହୁତ କିଛି ସ୍ଵପ୍ନ ଓ ଆଶା ନେଇ ଆସିଥାଏ । ସେ ସେହି ନୂଆ ଘରେ ମା ଜାଗାରେ ସାସୁ ଓ ବାପା ଜାଗାରେ ଶ୍ଵଶୁର ପାଇଥାଏ । ସେମିତି ଭାଇ ଭଉଣୀ ଭାବେ ନଣନ୍ଦ ଓ ଦିଅର ପାଇଥାଏ । ଆପଣ ମାନେ ଜାଣିଥିବେ ଯେ ଗୋଟେ ଶ୍ଵଶୁର ବହୁର ସମ୍ପର୍କ କଣ ହୋଇଥାଏ ।

ସେହି ସମ୍ପର୍କ ହେଉଛି ବାପ ଝିଅର ସମ୍ପର୍କ । କିନ୍ତୁ ଯଦି ସେହି ବାପା ନିଜ ଝିଅ ସହ ଖାରପ ବ୍ୟବହାର କରେ ବା ଦୁଷ୍କର୍ମ କରେ ତେବେ ଏହି କଥା ଠାରୁ ଲଜ୍ୟାଜନକ କଥା ଆଉ କଣ ବା ହେଇପାରେ । କେବଳ ସେତିକି ନୁହେଁ ଦୁଷ୍କର୍ମ କରି ତାକୁ ମୃତ୍ୟୁ ମୁହଁକୁ ଠେଲି ଦିଏ । ଆଜି ସେହି ଭଳି ଏକ ମର୍ମତୁଣ୍ଡ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଘଟଣାଟି ହେଉଛି ରାଇରଙ୍ଗପୁର ସହରର । ଯେଉଁଠି ରାମଗୋପାଲ ଙ୍କ ପୁଅ ଅବିନାଶ ଙ୍କ ସହିତ ଜାମିନୀଙ୍କର 2014 ମସିହାରେ ବିବାହ ହୋଇଥିଲା । ବିବାହ ପରଠୁ ହିଁ ତାଙ୍କ ଶ୍ଵଶୁରଙ୍କର ତାଙ୍କ ଉପରେ ଖରାପ ନଜର ଥିଲା ଓ ସୁଯଗ ପାଇ ସେ ତାଙ୍କର ବଳାତ୍କାର କରିଥିଲେ ।

କେବଳ ଥରେ ନୁହେଁ ବରଂ ସାରା ପରିବାରକୁ ବାହାରକୁ ପଠାଇ ସେ ବହୁ ସହ ପ୍ରତ୍ୟକ ଦିନ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ଜାମିନୀ ଏହି କଥା ନିଜ ପରିବାର ଲୋକଙ୍କୁ ଜଣାଇବାର ଧମକ ଦେଇଥିଲେ ତ ସେହି ରାକ୍ଷସ ରୂପୀ ଶ୍ଵଶୁର ତାକୁ ଗୋଟେ ଘରେ ବନ୍ଦ କରି କିରୋସିନ ଢାଳି ନିଆଁ ଲଗାଇଥିଲେ, ଯେଉଁଥିରେ ତାଙ୍କର ସଂପୂର୍ଣ୍ଣ ଶରୀର ପୋଡିଯାଇଥିଲା ଓ ସେ ବହୁତ କଷ୍ଟ ପାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ସ୍ଵାମୀ ମଧ୍ୟ କ୍ଷତ ହୋଇଥିଲେ ।

ସେହି ଅବସ୍ଥାରେ ତାଙ୍କୁ ପ୍ରଥମେ ସେଠାକାର ହସ୍ପିଟଲକୁ ନିଆ ଯାଇଥିଲା କିନ୍ତୁ ସେଠାରେ ତାଙ୍କର ଚିକିତ୍ସା ଠିକ ଭାବେ ନ ହେଇ ପାରିବାରୁ ତାଙ୍କୁ ଜାମେସେଦପୁର ଟାଟା ମେମୋରିଆଲ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିଛି ଦିନ ଚିକିତ୍ସା ହେବା ପରେ ଜାମିନୀ ଗତ ଶନିବାର ଦିନ ସବୁଦିନ ପାଇଁ ଆଖି ବୁଜି ଦେଲେ । ତାଙ୍କ ସ୍ଵାମୀ ତାଙ୍କ ପାଇଁ କିଛି କରିପାରିଲେ ନାହିଁ, ତାଙ୍କର ଗୋଟେ 5 ମାସର ଛୋଟ ପୁଅଟିଏ ମଧ୍ୟ ଅଛି ଯିଏ ଆଜି ମା କୁ ଯେତେ ଖିଜିଲେ ବି ତାକୁ ତାର ମା ମିଳୁ ନାହିଁ । କାହିଁକି ନା ସେହି ରାକ୍ଷସ ବାପା ଶ୍ଵଶୁର ତାର ମାକୁ ସବୁଦିନ ପାଇଁ ଦୂରକୁ ପଠେଇଡିଛି । ଏବେ ରାମଗୋପାଲଙ୍କୁ ପୁଲିସ କୋର୍ଟ ଚାଲାଣ କରିସାରିଛି । ଆପଣ ହିଁ କୁହନ୍ତୁ ଏହିଭଳି ମାନସିକତା ଥିବା ଲୋକଙ୍କ ଠାରୁ ମହିଳାମାନେ କେତେ ସୁରକ୍ଷିତ । ବାପା ହୋଇ ଝିଅ ସହ ଯଦି ଏମିତି କରି ପାରୁଛି ତେବେ ଅଜଣା ଲୋକଙ୍କଠାରୁ ଆମେ କଣ ଆଶା ରଖିବା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *