ସାତ ଫେରା ପରେ ଆସିଲା ବିଦାୟୀ ସମୟ, ବରର ଗୋଡ଼ ଦେଖି ଶାଶୂ ଘର ଯିବାକୁ ମନା କଲା କନ୍ୟା

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ରହିଯିବେ । ୟୁପି ର ମହୋବା ରେ ବିବାହ ର ସବୁ ରୀତି ପୁରା ହେବା ପରେ ବିଦାୟୀ ସମୟରେ କନ୍ୟା ,ବର ସହ ଯିବା ପାଇଁ ମନା କଲା ବହୁତ ବୁଝେଇଲା ପରେ ବି ସେ ଜିଦି ରେ ଅଟଳ ରହିଲେ, ଏମିତି କି ପୋଲିସ ବି ବୁଝାଇଲେ  ସେ ରାଜି ହେଲେ ନାହିଁ ।

କଣ ଥିଲା ସମ୍ପୂର୍ଣ ଘଟଣା –

ଘଟଣା ଟି କୁଳପାହାଡ ସ୍ଥାନ ର ଅଟେ । ବୁଧବାର ଦିନ ସହର ରେ ରହୁଥିବା ଦେବେନ୍ଦ୍ର କୁମାର ଙ୍କ ବିବାହ ଅଜନର ଥାନା ପାଖରେ ରହୁଥିବା ଝିଅ ସହ ଧୁମ୍ ଧାମରେ ହେଇଥିଲା । ବିଧିବିଧାନ ଅନୁଯାୟୀ ସବୁ ରୀତି ନୀତି ପୁରା ହେଇଥିଲା,  ବର ବଧୂ ଦିଜଣ ଦିଜଣକୁ ଫୁଲମାଳ ପିନ୍ଧେଇଥିଲେ ଓ ଅଗ୍ନି ଚାରିପଟେ ସାତ ଫେରା ବି ନେଇଥିଲେ । ଗୁରୁବାର ବିଦାୟୀ ର ପ୍ରସ୍ତୁତି ଚାଲିଲା ବେଳେ, କନ୍ୟା ଯିବା ପାଇଁ ମନା କରିଦେଲା ।

ଶଶୁର ଘର ନଯିବା ର ଏ କାରଣ କହିଲେ କନ୍ୟା

ତେବେ କନ୍ୟାକୁ ଯେବେ ପଚରା ଗଲା କି ସେ କାହିଁକି ଯିବାକୁ ମନା କରୁଛି ତେବେ ସେ କହିଲେ ରାତି ରେ ବେଶୀ ଭିଡ଼ ପାଇଁ ସେ ବର କୁ ଭଲ ରେ ଦେଖିନଥିଲେ । କିନ୍ତୁ ସକାଳୁ ଯେତେବେଳେ ତାଙ୍କ ଗୋଡ଼ ଦେଖିଲି ତ ଜୋର ରେ ଥରୁଥିଲା ଓ ହାତ ମଧ୍ୟ ଥରୁଥିଲା । ଏଥିପାଇଁ ତାଙ୍କ ସହ ରହି ପାରିବିନି । ଏସବୁ ଶୁଣି ବାପଘର, ଶଶୁରଘର ଏବଂ ବର ମଧ୍ୟ ବହୁତ ବୁଝେଇବା ଚେଷ୍ଟା କଲେ ହେଲେ ସେ ମନା କଲେ ।

ପୋଲିସ ଏ ସମ୍ପର୍କ ର ଶେଷ କରିଥିଲେ-

ସୂଚନା ପାଇ ସେ ସମୟ ରେ ସବ୍-ଇନ୍ସପେକ୍ଟର ଆରବୀ ଶୁକ୍ଳା ପହଞ୍ଚି କନ୍ୟା କୁ ବୁଝାଇଥିଲେ , ହେଲେ କିଛି ଲାଭ ହେଲାନି । ପୋଲିସ ରହିବା ସହ ଦୁଇ ପକ୍ଷର ସହମତି ପରେ ବିବାହ ସମ୍ବନ୍ଧ କୁ ଭାଙ୍ଗି ଦିଆଗଲା । ବାରତ୍ ବିନା ବୋହୂ ରେ ଫେରିଗଲେ । ତେବେ କଣ ପାଇଁ ପୁଅର ଏଭଳି ଅବସ୍ଥା ଥିଲା ସେ ବିଷୟରେ ଏବେ ବି କିଛି ଜଣା ଯାଇ ନାହିଁ ।

Leave a Reply

Your email address will not be published. Required fields are marked *