୬୦ ବର୍ଷ ପୁରୁଣା ଗଛ ତଳୁ ବାହାରିଲା ଏମିତି ଭୟଙ୍କର ଜିନିଷ, ଯାହାକୁ ଦେଖି ଉଡି ଗଲା ଲୋକଙ୍କ ନିଦ

ଦୁନିଆ ରେ କେତେ ଏମିତି ଘଟଣା ଘଟି ଥାଏ ଯାହା ଆମକୁ ଭାବିବା ପାଇଁ ମଜବୁର କରି ଥାଏ, ଯାହାକୁ ଦେଖିବା ତା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଆପଣ ସମସ୍ତେ ମମି ବିଷୟରେ ଶୁଣି ଥିବେ, ଏହା ମଧ୍ୟ ହୋଇ ପାରେ ଯେ ଆପଣଙ୍କ ମଧ୍ୟରୁ ବହୁତ ଲୋକ ମମି ଦେଖି ଥିବେ କିନ୍ତୁ ଜାରଜିୟା ରେ ଲୋକ ଏମିତି ଗୋଟେ ମମି ଦେଖିଲେ, ଯାହାକୁ ଦେଖି ତାଙ୍କ ମୁଣ୍ଡ କାମ କଲା ନାହିଁ ।

ମମି ବହୁତ ଜାଗା ରେ ଲୋକ ଦେଖିବାକୁ ପାଇଛନ୍ତି କିନ୍ତୁ ଜର୍ଜିଆ ର ଏହି ମମି ସବୁଠାରୁ ଅଲଗା କାହିଁକିନା ଏହା ମଣିଷ ର ନୁହେଁ କୁକୁର ମମି ଥିଲା ।

ତା ଠାରୁ ବି ଅଧିକ ହଇରାଣ କରୁଥିବା କଥା ଏହା ଯେ ଏହି ମମି କୌଣସି କବ୍ରରୁ ବା ବାକ୍ସ ରୁ ନୁହଁ ଗୋଟେ ଗଛ ଭିତରୁ ବାହାରି ଥିଲା । ଏହି ଘଟଣା ଜର୍ଜିଆ ର ଜଙ୍ଗଲ ର ଅଟେ, ଯେଉଁଠି କାଠ କଟୁଥିବା ଲୋକଙ୍କୁ ଏମିତି କିଛି ମିଳିଲା ଯାହା ବହୁତ ଆଶ୍ଚର୍ଯ୍ୟଜନକ ଥିଲା । କିଛି ବର୍ଷ ତଳେ ଏହି ଜଙ୍ଗଲ ରେ କାଠ କାଟିବା କାମ ଚାଲୁଥିଲା ଯାହା ପରେ ଗୋଟେ ଗଛ କାଟିଲା ବେଳେ ହଟାତ ଗୋଟେ ବହୁତ ବର୍ଷ ପୁରୁଣା ଗଛ ରେ ତାଙ୍କୁ କୁକୁର ମମି ଦେଖା ଗଲା ଯାହା ଦେଖି ଲୋକ ବହୁତ ଡଋ ଗଲେ ।

କୁକୁର ଶବ ଦେଖିବା ପାଇଁ ବହୁତ ଭୟଙ୍କର ଡରାବନା ଥିଲା କାହିଁକିନା କୁକୁର ଶରୀର ପଚି ନଥିଲା ଓ ଏହା ପଥର ଭଳି କଠୋର ଥିଲା । ବହୁତ ଲୋକଙ୍କ ବହୁତ ପ୍ରକାର ପ୍ରଶ୍ନ ଅଛି ଯେମିତିକି କୁକୁର ଗଛ ଭିତରେ ଗଲା କେମିତି ? ଏହା କୁକୁର ଶବ ଯଦି ତେବେ ଏହା ପଚି ନାହିଁ କଣ ପାଇଁ ? କୁକୁର ଶରୀର ପଥର ଭଳି କଣ ପାଇଁ ହୋଇ ଯାଇଛି ?

ତେବେ ଏହି ସବୁ ପ୍ରଶ୍ନ ଉତ୍ତର ପାଇଁ ବୈଜ୍ଞାନିକ ମାନେ ଏହି କୁକୁର ମମି ଉପରେ ପରୀକ୍ଷା କଲେ ଓ ପରୀକ୍ଷା ପରେ ଏହା ଜଣା ପଡିଲା ଯେ କୁକୁର ଏହି ଶବ ୨୦ ବର୍ଷ ପୁରୁଣା ଅଟେ । ବୈଜ୍ଞାନିକଙ୍କ ଅନୁମାନ ଅନୁଯାଇ ଏହି କୁକୁର କୌଣସି ଛୋଟ ଜୀବ ଶିକାର ପାଇଁ ତା ପଛରେ ଯାଇଥିବା ଯାହା ପରେ ସେ ଜମି ଖୋଲି ଏହି ଫମ୍ପା ଗଛ ରେ ପଶି ଯାଇଥିବ ଓ ବାହାରିବା ପାଇଁ ଜାଗା ପାଇ ନଥିବ ଯାହା ପରେ ଭୋକ ଓପାସ ରେ ଏହି କୁକୁର ମୃତ୍ୟୁ ହୋଇ ଯାଇଥିବ ।

Leave a Reply

Your email address will not be published. Required fields are marked *