୭ବର୍ଷ ବୟସରେ ହରାଇଥିଲେ ଆଖି, କିନ୍ତୁ ଆଜି ଅଟନ୍ତି ଓଡିଶାର…

୭ ବର୍ଷ ବୟସରେ ଆଖି ଖରାପ ହୋଇଥିଲା,ଏବେ ଓଡ଼ିଶା ଲୋକ ସେବା ଆୟୋଗ (opsc) ଏକ୍ସାମ ରେ ପାସ ହୋଇ ବନାଇଛନ୍ତି ନିଜର ପରିଚୟ । ଜାଣନ୍ତୁ ଓଡ଼ିଶାର ତପସ୍ଵିନୀ ଦାସ୍ ଙ୍କ ବିଷୟରେ ।  କଥାରେ ଅଛି ଯେଉଁଠି ଇଛା ଅଛି ସେଥି ଉପାୟ ବି ଅଛି । ଏଠାରେ ଏହି ଝିଅଟି ପ୍ରମାଣ କରି ଦେଖାଇଛନ୍ତି, ଓଡ଼ିଶାର ତପସ୍ଵିନୀ ଦାସ । ଓପିଏସସି ରେ ଆୟୋଜିତ ଓଡ଼ିଶା ସିବିଲ ସେବା ପରୀକ୍ଷା ୨୦୧୮ ରେ ପାସ କରିଛନ୍ତି । ଯେଉଁଥିରେ ସେ ୧୬୧ ଶ୍ରେଣୀରେ ଆସିଥିଲେ । କହିବାକୁ ଚାହୁଁଛି କି ସେ ଦୃଷ୍ଟିହୀନ ଅଟନ୍ତି, ସେ ଦେଖିପରନ୍ତି ନାହିଁ । ବହୁସାରା ବାଧା ଦୂର କରି ସେ କୃତ କାର୍ଯ୍ୟ ହୋଇଛନ୍ତି ।

ତପସ୍ଵିନୀ ସାତବର୍ଷ ବୟସରେ ନିଜ ଆଖି ହରାଇଥିଲେ ଯେବେ ଭୁବନେଶ୍ୱର ର ଗୋଟେ ପ୍ରିମିୟର ସ୍କୁଲରେ ୨ୟ ଶ୍ରେଣୀରେ ପଢୁଥିଲେ । ଏହା ପରେ ତାଙ୍କୁ ନେତ୍ର ହିନ ସ୍କୁଲ କୁ ଶିଫ୍ଟ କରାଯାଇଥିଲା । କମ ବୟସରେ ଦୃଷ୍ଟିହୀନ ହେଲାପରେ ସେ କେବେ ହାର ମାନି ନଥିଲେ, ନେତ୍ର ହିନ ହେବାର ପ୍ରଭାବ ନିଜ ପାଠପଢ଼ା ଉପରେ ପକାଇ ନଥିଲେ । କେହି କଳନା ବି କରିନଥିଲେ ଦିନେ ସେ ଓଏଏସ ଏକ୍ସମ୍ କ୍ଳୀୟର କରିବେ । ଏହି ଏକ୍ସାମ ସେ ପ୍ରଥମ ପ୍ରୟାସ ରେ ପାସ କରିଥିଲେ ।

ଏଥିରେ ସେ ନିଜ ପରିବାର ,ସାଙ୍ଗ ସାଥି ଓ ସମାଜକୁ ପ୍ରମାଣ କରିଦେଲେ ଶାରୀରିକ ରୂପରେ ବିକଳାଙ୍ଗ ଲୋକ ଚାହିଁଲେ ,ତାକୁ ପୁରା କରିବାର ଶକ୍ତି ଆପେ ଆପେ ମିଳିଯିବ । ତପସ୍ଵିନୀ କଲେଜ ରେ ପାଞ୍ଚ ଜଣ ଛାତ୍ରଙ୍କ ମଦ୍ଧ୍ୟରେ ଥିଲେ । ଯେଉଁଥି ପାଇଁ ତାକୁ ରିଲାନସ ଫାଉନ୍ଡେଶନ ତରଫରୁ ସମ୍ମାନିତ କରାଯାଇଥିଲା ,ସେ ରାଜ ନୀତି ବିଜ୍ଞାନରେ ସ୍ନାତକ କରିଛନ୍ତି । ତାଙ୍କ ବିଭାଗରେ ଟପର ଥିଲେ, ବର୍ତ୍ତମାନ ସେ ପିଜି କରୁଛନ୍ତି ।

ତପସ୍ଵିନୀ ସେ ଲୋକମାନଙ୍କୁ ପ୍ରେରଣା ଦେଇଛନ୍ତି ଯିଏ ଶାରୀରିକ ଭାବେ ବିକଳାଙ୍ଗ ଅଛନ୍ତି । ସେ କହିଛନ୍ତି ଜୀବନରେ କେବେ ନିରାଶ ହୁଅନ୍ତୁ ନାହିଁ, ସବୁବେଳେ ମନ ସକାରାତ୍ମକ ମନୋ ଭାବନା ଆଣି ନିଜ ଉପରେ ଭରସା ରଖ ।  ସେ କହିଛନ୍ତି କି ଯଦି ଆପଣ ଚାହୁଁଛନ୍ତି( ଓଏଏସ) ସାମିଲ ହେବା ପାଇଁ ତ ଏଥିଲାଗି କଠିନ ପରିସ୍ରମ କରିବାକୁ ପଡ଼ିବ । ଏଥିଲାଗି ବହୁ କିଛି କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *