ହେ ଭଗବାନ! ୬୦ବର୍ଷ ଏହି ବ୍ୟକ୍ତି ନିଜ ମୁହଁରେ ପିନ୍ଧିଛନ୍ତି ୪୫୦ଟି କାନ ଫୁଲ- କଣ ପାଇଁ ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା

ଦୁନିଆରେ ବହୁତ ପ୍ରକାର ଲୋକ ଅଛନ୍ତି କାହାକୁ କିଛି ଭଲ ଲାଗେ ତ କାହାକୁ ନୁହେଁ, ଏହି ସପ୍ତାହ ଅନ୍ତିମ ରେ ବ୍ରସେଲ୍ସ ରେ ଟ୍ୟାଟୁ ସମ୍ମେଳନ ହୋଇଛି, ଏହି ସମ୍ମେଳନ ରେ ବିଶ୍ଵ ସାରାର ଟ୍ୟାଟୁ ପ୍ରେମୀ ଆସି ଥିଲେ, ଏହି ଥର ଜଣେ ୬୦ ବର୍ଷ ଜର୍ମନ ରାଲ୍ଫ ବୁଚୋଲଜ ନାମକ ବୃଦ୍ଧ ବ୍ୟକ୍ତି ବିଶେଷ ଆକର୍ଷଣ ହୋଇ ଥିଲେ । ତେବେ କାହିଁକି ସେ ସମସ୍ତଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲେ ଆସନ୍ତୁ ଜାଣିବା ।

ସେ ନିଜ ସାରା ଶରୀରରେ ଟାଟୂ ତ କରି ହିଁ  ଥିଲେ ଏହା ସହ ନିଜ ମୁହଁ ସରା କିଛି ଏମିଟି କାମ କରିଥିଲେ ଯାହା ସମସ୍ତଙ୍କୁ ଆକର୍ଷିତ କରିଥିଲା ।

ଏହି ବୃଦ୍ଧ ମଣିଷ ମୁଣ୍ଡ ଉପରେ ଦୁଇଟି ଶିଙ୍ଘ ଅଛି, ଆଖି ନୀଳ ବିସ ପରି ଏବଂ ମୁଖ ଉପରେ ହଜାରେ କାନ ଫୁଲ ଧାରଣ କରିଛନ୍ତି । ଆପଣଙ୍କ ଜାଣିବା ପାଇଁ କହି ଦେଉଛୁ ଯେ ଏହି ବୃଦ୍ଧ ଲୋକ ନିଜ ଏହି ଲୁକ ପାଇଁ ଲକ୍ଷେ ଲକ୍ଷେ ଟଙ୍କା ଖର୍ଚ କରିଛନ୍ତି । ବ୍ୟକ୍ତି ଜଣକ ଚେହେରା ସହ ଶରୀର ଅନ୍ୟ ଅଙ୍ଗରେ ୪୫୦କାନ ଫୁଲ ଧାରଣ କରିଛନ୍ତି, ମୁଣ୍ଡ ଉପରେ ଶିଙ୍ଘ ପାଇଁ ବ୍ୟକ୍ତି ଜଣକ ଦେଢ ଲକ୍ଷ ଖର୍ଚ କରିଛନ୍ତି ।

ବୃଦ୍ଧ ଲୋକ ଅନୁଯାଇ ତାଙ୍କୁ ନିଜ ଏହି ଲୁକ ପାଇଁ କିଛି ସମସ୍ୟା ନାହିଁ, ତାଙ୍କ କହିବା ଅନୁଯାଇ ଯଦି ତାଙ୍କୁ କୌଣସି ଅସୁବିଧା ହୋଇ ଥାନ୍ତା ତେବେ ସେ ବହୁତ ପୂର୍ବରୁ ଏହା ଠାରୁ ଦୂର ହୋଇ ଯାଇ ଥାନ୍ତେ । ବ୍ୟକ୍ତି ଜଣେ ଦୂରସଂଚାର କାର୍ଯ୍ୟକର୍ତା ଅଟନ୍ତି ତଥା ନିଜ ଟ୍ୟାଟୁ ଶୌକ ପୂର୍ଣ ପାଇଁ ଚାକିରି ମଧ୍ୟ କରୁଛନ୍ତି ।

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକେ ବସ ବାସ କରୁଛନ୍ତି ସେମାନଙ୍କ ମଧ୍ୟରୁ ଏମିତି ବି କିଛି ଲୋକ ଅଛନ୍ତି ଯିଏ ନିଜର ଏହି ସବୁ କାରନାମା ପାଇଁ ସାରା ବିଶ୍ବରେ ପ୍ରସିଦ୍ଧ ହେଉଛନ୍ତି । ଏହିଭଳି ଅନେକ ଲୋକ ଅଛନ୍ତି ଯିଏ ନିଜ ସାରା ଶରୀରକୁ ଟାଟୂ ରେ ଭରପୁର କରି ବୁଲୁଛନ୍ତି । ଆଉ କିଛି ଏମିତି ଲୋକ ଅଛନ୍ତି ଯିଏ ଟାଟୁ ନାଁ ଶୁଣିଲେ ହିଁ ଡଋ ଛାନିଆ ହୁଅନ୍ତି ।

Leave a Reply

Your email address will not be published. Required fields are marked *