ଜାଣନ୍ତୁ କାହିଁକି ଯଜ୍ଞ ସମୟରେ କୁହାଯାଏ ସ୍ଵାହା- ଏଥିରେ ଲୁଚି ରହିଛି ବଡ ରହସ୍ୟ

ଆମ ହିନ୍ଦୁ ଧର୍ମ  ବହୁତ ପ୍ରାଚୀନ ଓ ବହୁତ ପବିତ୍ର ଅଟେ ଆଉ ଏହି ଧର୍ମରେ ମହାତ୍ମା ମାନଙ୍କୁ ବହୁତ ସମ୍ମାନ ଦିଆଯାଏ । ଆମ ହିନ୍ଦୁ ଧର୍ମରେ କୌଣସି ଶୁଭ କାମ କରିବା ପୂର୍ବରୁ ଲୋକମାନେ ସବୁବେଳେ ଯଜ୍ଞ କରନ୍ତି , ଆପଣ ଯଜ୍ଞ ବେଳେ ଗୋଟେ ଜିନିଷ ଧ୍ୟାନ ରଖିଥିବେ କି ଯଜ୍ଞ ରେ ଲୋକମାନେ ଆହୁତି ଦେବା ସମୟରେ ସ୍ଵାହା ଶବ୍ଦର ଉଚାରଣ କରନ୍ତି । ଏହା ଦେଖିବା ଏବଂ ଶୁଣିବାକୁ ବହୁତ ଭଲ ଲାଗେ କିନ୍ତୁ ବହୁତ କମ ଲୋକ ଜାଣିଥିବେ କି ସ୍ଵାହା ଶବ୍ଦ କଣ ପାଇଁ ଉଚାରଣ କରାଯାଏ ।

ଆମ ହିନ୍ଦୁ ଧର୍ମରେ ଯଜ୍ଞକୁ  ସବୁଠୁ ପବିତ୍ର ଅନୁଷ୍ଟାନ ବୋଲି ମାନନ୍ତି । ଯଜ୍ଞ ସମୟରେ ବହୁତ ମନ୍ତ୍ର ଉଚାରଣ କରାଯାଏ , ଆଉ ମଧ୍ୟ ସ୍ଵାହା କହିକି ସାମଗ୍ରୀକୁ ଭୋଗ ଲଗାନ୍ତି , ସେଇ ସ୍ଵାହା ଶବ୍ଦ କାହିଁକି ଉଚାରଣ କରାଯାଏ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ।

କୌଣସି ଯଜ୍ଞରେ ମନ୍ତ୍ର ପାଠ କରି  ସ୍ଵାହା କହିକି  ଯଜ୍ଞ ସାମଗ୍ରୀ ହେଉ କି ଘିଅ ହେଉ କି ଭୋଗ ଭଗବାନଙ୍କୁ ଅର୍ପଣ କରନ୍ତି । ଏମିତି ବି ଅଛି ଯଦି କୌଣସି ଯଜ୍ଞ ସେତେବେଳ ପର୍ଯ୍ୟନ୍ତ ସଫଳ ହୋଇନଥାଏ ଯେ ପର୍ଯ୍ୟନ୍ତ ଦେବତା ଯଜ୍ଞକୁ ଗ୍ରହଣ କରି ନାହାନ୍ତି । କିନ୍ତୁ ଦେବତା ଏହାକୁ ସେତେବଳେ ଗ୍ରହଣ କରିବେ ଯେତେବେଳେ ଅଗ୍ନି ଦ୍ଵାରା ସ୍ଵାହା ମାଧ୍ୟମରେ ଅର୍ପଣ କରାଯିବ ।

ସ୍ଵାହାର ମାନେ ଠିକ ନୀତି ନିୟମରେ ସେହି ବସ୍ତୁକୁ ତା ପ୍ରିୟ ପର୍ଯ୍ୟନ୍ତ ପହଞ୍ଚାଇବା । ବାସ୍ତବରେ ଅଗ୍ନି ଦେବଙ୍କ ପତ୍ନୀଙ୍କ ନାମ ସ୍ଵାହା ଅଟେ । ସେଥିପାଇଁ ସବୁ ମନ୍ତ୍ର ପରେ ତାଙ୍କ ନାମ ଉଚାରଣ କରିବା ଜରୁରୀ ଅଟେ । ଆହୁତିକୁ ସବୁବେଳେ ନଇଁକି ଦେବା ଉଚିତ, ଏହା ଦ୍ଵାରା ଆହୁତି ପୁରା ଅଗ୍ନିରେ ପଡେ ଏବଂ ଏହି ସମୟରେ ସ୍ଵାହା ଶବ୍ଦ ଉଚାରଣ କରିବା ନିହାତି ଜରୁରୀ ।

ଅଗ୍ନି ଦେବତା ତାଙ୍କ ପତ୍ନୀଙ୍କ ମାଧ୍ୟମରେ ହିଁ ଆହୁତି ଗ୍ରହଣ କରିଥାନ୍ତି । ସ୍ଵାହା ପ୍ରକୂତିର ଏକ କଳା ଥିଲେ , ଯାହାଙ୍କର ବିବାହ ଅଗ୍ନି ଦେବତାଙ୍କ ସହ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ନିଜେ ସ୍ଵାହାଙ୍କୁ ବରଦାନ ଦେଇଥିଲେ , ଏହାପର ଠାରୁ ହିଁ ସବୁଆଡେ ଯଜ୍ଞରେ ସ୍ଵାହା ଶବ୍ଦ ଉଚାରଣ କରାଯାଏ ।

Leave a Reply

Your email address will not be published. Required fields are marked *