ଗାଁରେ ଚାଷି ପରିବାରରେ ଜନ୍ମ ହୋଇଥିବା ପିଲାଙ୍କ ଜୀବନରେ ବହୁତ ପ୍ରକାର ଅଭାବ ଦେଖିବାକୁ ମିଳିଥାଏ, ସେ ଗାଁ ସରକାରୀ ସ୍କୁଲରେ ପାଠ ପଢନ୍ତି ଓ ବହୁତ କଷ୍ଟ କରି ସହର କଲେଜରେ ଗ୍ରାଜୁଏସନ କରନ୍ତି । ଚାଷ ଦ୍ଵାରା ଯାହା ରୋଜଗାର ହୋଇଥାଏ ଏହା ତାଙ୍କ ପରିବାର ଖର୍ଚରେ ଲାଗିଥାଏ । ଜନ୍ମ ଭୂମି ଓ ବିଲ ଠାରୁ ହୋଇଥିବା ପ୍ରେମ ପାଇଁ ସେ ଗାଁ ଛାଡି ରୋଜଗାର ପାଇଁ ସହର ଯାଇ ପାରନ୍ତି ନାହିଁ ।
ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଚାଷୀ ପରିବାର ବିଷୟରେ କିଛି କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଗର୍ବ ହବ ।
ଆଜି ଆମେ ଯାହା କାହାଣୀ କହିବାକୁ ଯାଉଛୁ ସେ ରାଜସ୍ଥାନ ବାସୀ ପ୍ରହଲାଦ ମିଣାଙ୍କର ଅଟେ, କେମିତି ସେ ଗୋଟେ ରେଲୱେରେ ଜ୍ଞାଙ୍ଗମେନ ଭାବେ ଚାକିରି କରି ମଧ୍ୟ ଓଡିଶା ରେ ଆଇପିଏସ ଅଧିକାରୀ ହେଲେ । ପ୍ରହଲାଦ ଦୋସା ଜିଲ୍ଲାର ଗୋଟେ ଗରିବ ଗାଁରେ ଛୁଆ ବେଳୁ ରହିଥିଲେ, କିନ୍ତୁ ସେ ପାଠରେ ବହୁତ ଭଲ ଥିଲେ ଓ ଆଗକୁ ବହୁତ ପଢିବା ପାଇଁ ଇଛା କରୁଥିଲେ ।
ସେ ଆଗକୁ କହିଲେ ତାଙ୍କ ଗାଁ ବହୁତ ଗରିବ ଅଟେ ସେଠି କେବଳ ଗୋଟେ ସରକାରୀ ସ୍କୁଲ ଥିଲା ଯେଉଁଠି ପିଲା ପାଠ ପଢିବା ପାଇଁ ଯାନ୍ତି ପ୍ରହଲାଦ ପରିବାର ବହୁତ ଗରିବ ଅଟେ, ତାଙ୍କ ନିଜ ଜମି ବହୁତ କମ ଥିଲା ଯାହା ପରେ ସେ ଅନ୍ୟ ଲୋକଙ୍କ ବିଲ ଧାରରେ ଆଣି ଚାଷ କରୁଥିଲେ ଓ ମାଲିକ ତାଙ୍କୁ ଚାଷ ଫଳରୁ ଅଧା ଦେଇ ଦଉଥିଲେ ଏମିତି ତାଙ୍କ ପରିବାର ରୋଜଗାର କରୁଥିଲେ ଓ ଘରେ ରୋଷେଇ ହଉଥିଲା । ପ୍ରହଲାଦ ଆଗକୁ କହିଲେ ସେ ସେହି ସରକାରୀ ସ୍କୁଲରେ ପାଠ ପଢିଲେ ୧୦ (ଦଶମ) ପରୀକ୍ଷା ପରିଣାମ ଆସିଲା ଓ ସେ ତାଙ୍କ ସ୍କୁଲରେ ପ୍ରଥମ ସ୍ଥାନରେ ଥିଲେ ଯାହା ପରେ ବହୁତ ଲୋକ ତାଙ୍କୁ ସାଇନ୍ସ ପଢିବା ପାଇଁ କହିଲେ ଓ ସେ ନିଜେ ମଧ୍ୟ ଇଞ୍ଜିନିୟର ହବାକୁ ଚାହୁଁଥିଲେ କିନ୍ତୁ ପରିବାର ପରିସ୍ଥିତି ଦେଖି ସେ ଗାଁ ସ୍କୁଲରେ ୧୧ ପଢିଲେ ।
୧୨ ରେ ମଧ୍ୟ ମୁଁ ମୋ ସ୍କୁଲରେ ପ୍ରଥମ ସ୍ଥାନ ପ୍ରାପ୍ତ କଲି କିନ୍ତୁ ଏବେ ମୋ ପ୍ରାଥମିକତା ବଦଳି ଯାଇଥିଲା ମତେ ଚାକିରି ଦରକାର ଥିଲା ଯାହା ପରେ ମୋର କିଛି ସାଙ୍ଗ ଯିଏ ଜୟପୁରରେ ପାଠ ପଢୁଥିଲେ କହିଲେ ତୁ ସିଭିଲ ପାଇଁ ପ୍ରସ୍ତୁତି କର ଯାହା ପରେ ମୁଁ ମନ ଦେଇ ସିଭିଲ ପାଇଁ ପ୍ରସ୍ତୁତି ଆରମ୍ଭ କଲି ଓ ଟ୍ରେନ ଲାଇନ ମଧ୍ୟ ସଜାଡିବା କାମ କଲି ଓ ଆଜି ମୁଁ ଆପଣ ମାନଙ୍କ ସାମ୍ନାରେ ଗୋଟେ ଆଇପିଏସ ହୋଇ ଠିଆ ହୋଇଛି ।