ଓଡିଶା ରେ ପ୍ରସ୍ତୁତ ହେଉଛି ଦେଶର ସବୁଠୁ ବଡ ଦୁଇଟି କରୋନା ସମର୍ପିତ ହସ୍ପିଟଲ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

କରୋନା ଭାଇରସ ସଂକ୍ରମଣ ସହ ଲଢିବା ପାଇଁ ଓଡିଶାରେ ବିଶେଷ ରୂପରେ କରୋନା ରୋଗୀଙ୍କ ପାଇଁ ସମର୍ପିତ ଦେଶ ର ବଡ ହସ୍ପିଟଲ ତିଆରି କାମ ଚାଲିଛି, ଏହି କାମ ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ଲୋକଙ୍କ ଟିମ ବନେଇଛନ୍ତି ଯାହା ଦ୍ଵାରା ପୁରା କାମ କରା ଯାଉଛି । ବର୍ତମାନ ରେ ଦେଶରେ ସବୁଠାରୁ ବଡ ଦୁଇଟି କରୋନା ସଂକ୍ରମିତ ଲୋକଙ୍କ ପାଇଁ ହସ୍ପିଟଲ ତିଆରି କରା ଯାଉଛି, ମିଡିଆରେ ଏହି ଫଟୋ ଭାଇରାଲ ହୋଇଛି ।

ରାଜ୍ଯରେ ୫୦୦ ବେଡ ରହିତ ହସ୍ପିଟଲ ନିର୍ମାଣ କରା ଯାଉଛି, ଦୁଇ ହସ୍ପିଟଲ ପୁରା କ୍ଷମତା ୧୦୦୦ ବେଡ ଅଟେ, ଏହା ସହ ଓଡିଶା ଦେଶର ପ୍ରଥମ ଏମିତି ରାଜ୍ୟ ଯିଏ କରୋନା ପାଇଁ ବିଶେଷ ହସ୍ପିଟଲ ନିର୍ମାଣ କରୁଛନ୍ତି ।

ଓଡିଶା ସିଏମ ଅଫିସ କେତେକ ଫଟୋ ପୋସ୍ଟ କରି ଜଣେଇଛନ୍ତି ଯେ ରାଜ୍ୟ ସରକାର କରୋନା ଦ୍ଵାରା ସଂକ୍ରମିତ ଲୋକଙ୍କ ପାଇଁ ବିଶେଷ ହସ୍ପିଟଲ ନିର୍ମାଣ କରୁଛନ୍ତି ଯାହା ଫଳରେ ତାଙ୍କୁ ବିଶେଷ ଧ୍ୟାନ ଦିଆ ଯିବ ଏବଂ ଅନ୍ୟ ରୋଗୀଙ୍କୁ ମଧ୍ୟ ଏହା ଦ୍ଵାରା ସୁବିଧା ହବ । ମୁଖ୍ୟମନ୍ତ୍ରୀ ନବୀନ ଏହି କାର୍ଯ୍ୟ ଭାର ମୁଖ୍ୟ ସଚିବ ଓ ବାକି ସିନିୟର ଅଧିକାରୀମାନଙ୍କୁ ଦେଇଛନ୍ତି ଯାହା ଦ୍ଵାରା ଓଡିଶା ଦେଶର ପ୍ରଥମ କରୋନା ବିଶେଷ ହସ୍ପିଟଲ ନିର୍ମାଣ ହୋଇବ ।

ଓଡିଶା ଚିଫ ସେକ୍ରେଟଋଏଟ ଏହା ଟ୍ବିଟ କରିଛନ୍ତି ଯେ ଓଡିଶା ରେ ୫୦୦ ବେଡ ରହିତ ହସ୍ପିଟଲ ନିର୍ମାଣ ହଉଛି, ଯାହା ଖୁବ ଶୀଘ୍ର ନିର୍ମାଣ ହବ ଏହା ଦେଖିକି ଲାଗୁଛି, ଏହି ହସ୍ପିଟଲ ନିର୍ମାଣ ପାଇଁ ସାଂସଦ ଶ୍ରୀ ସାମଂତ, ଓଏମସି (ଓଡିଶା ମାଈନିଙ୍ଗ କର୍ପୋରେଶନ) ଓ ସ୍ୱାସ୍ଥ୍ୟ ବିଭାଗ ଅଥକ ପ୍ରୟାଶ ଅଟେ ଯାହା ପାଇଁ ଆମେ ତାଙ୍କୁ ଧନ୍ଯବାଦ ଜଣାଉଛୁ । ହସ୍ପିଟଲ କାମ ଦେଖିଲା ପରେ ଏହା ଅନୁମାନ ହଉଛି ଯେ ଏହା ସପ୍ତାହ ଭିତରେ ତିଆରି ହୋଇଯିବ ।

ଏହା ଆଗରୁ ଚିନରେ ମଧ୍ୟ ଏମିତିକା କରୋନା ବିଶେଷ ହସ୍ପିଟଲ ତିଆରି କରା ଯାଇଥିଲା ଯାହା ପରେ ସବୁ ରୋଗୀଙ୍କୁ ବିଶେଷ ଉପଚାର ସେହି ହସ୍ପିଟଲ ରେ ଦିଆ ଗଲା । ଚୀନ ମାତ୍ର ୧୦ ଦିନରେ ୧୦୦୦ ବେଡ ହସ୍ପିଟଲ ନିର୍ମାଣ କରିଥିଲା । ଏବେ ଓଡିଶା ରେ ମଧ୍ୟ ୫୦୦ – ୫୦୦ ଦୁଇଟି ହସ୍ପିଟଲ ନିର୍ମାଣ ହଉଛି ଯାହା କରୋନା ବିଶେଷ ସଂକ୍ରମଣ ପାଇଁ ତିଆରି କରା ଯାଉଛି ଏବଂ ଏହା ମଧ୍ୟ ଆଇଏଏସ ସୋମେଷ ଉପାଧ୍ୟାୟ ପୋସ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *