ଆମେରିକା ରେ କରୋନା ଦ୍ଵାରା ଅବସ୍ତା ଖରାପ, ଟ୍ରମ୍ଫ ଦେଲେ ଚେତାବନୀ- ଦୁଇ ସପ୍ତାହ ବହୁତ ଭୟଙ୍କର ହବାକୁ ଯାଉଛି

ଦୁନିଆର ସବୁଠାରୁ ମହାଶକ୍ତି ଦେଶ ଆମେରିକା କରୋନା ଭାଇରସ ଦ୍ଵାରା ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଆମେରିକା ରେ କୋରୋନା ସଂକ୍ରମଣ ବହୁତ ଶୀଘ୍ର ବଢି ଚାଲିଛି ଓ ସଂକ୍ରମିତ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢି ବଢି ଯାଉଛି, କରୋନା ଭାଇରସ ଘଟଣା ଆମେରିକା ପାଇଁ ସ୍ଥିତି ଚୀନ ଠାରୁ ବହୁତ ଅଧିକ ଖରାପ ହୋଇଯାଇଛି । ଗତ ୨୪ ଘଣ୍ଟା ରେ କରୋନା ଦ୍ଵାରା ମୃତ୍ୟୁ ପାଇଥିବା ଲୋକଙ୍କ ସଂଖ୍ୟା ୮୬୫ ହୋଇଯାଇଛି, କରୋନା ଭାଇରସ ଆମେରିକାକୁ ବହୁତ ଅସୁବିଧା ରେ ପକେଇ ଦେଇଛୁ ।

କରୋନା ପାଇଁ ଆମେରିକା ଅବସ୍ତା ଖରାପ :

ଗତ ୨୪ ଘଣ୍ଟେ ରେ ଆମେରିକା ରେ କରୋନା ଦ୍ଵାରା ହୋଇଥିବା ମୃତ୍ୟୁ ସଂଖ୍ୟା ୮୬୫ ହୋଇ ଗଲାଣି, ତେବେ ଆମେରିକା ରେ କରୋନା ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢି ଯାଇ ୧ଲକ୍ଷ ୮୮ହଜାରରୁ ବି ଅଧିକ ହୋଇଯାଇଛି । ଏପର୍ଯ୍ୟନ୍ତ ୟୁଏସରେ ୪୦୫୫ ଲୋକଙ୍କ ମୃତ୍ୟୁ ହୋଇଯାଇଛି, ମୃତ୍ୟୁ ସଂଖ୍ୟା ରେ ଆମେରିକା ଚୀନକୁ ମଧ୍ୟ ପଛ କରି ଦେଇଛି ।

୯/୧୧ ଠାରୁ ବଡ ତ୍ରାହି :

୯/୧୧ ହମଲା ରେ ଆମେରିକା ରେ ୨୯୯୬ ଲୋକଙ୍କ ମୃତ୍ୟୁ ହୋଇଥିଲା, କିନ୍ତୁ କରୋନା ଦ୍ଵାରା ସଂକ୍ରମିତ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢିଯାଇ ୪୦୫୫ ହୋଇଯାଇଛି । କେବଳ ଗୋଟେ ସପ୍ତାହ ରେ ଆମେରିକା ରେ କରୋନା ଭାଇରସ ସଂକ୍ରମଣ ୨୫୦୦ ଠାରୁ ବଢି ଯାଇ ୧,୮୮,୫୯୨ ହୋଇଯାଇଛି ଯାହା ଆମେରିକା ନିୟନ୍ତ୍ରଣ ରେ ନାହିଁ । ସୋମବାର ଦିନ ଆମେରିକା ରେ କୋରୋନା ଦ୍ଵାରା ସଂକ୍ରମିତ ଲୋକଙ୍କ ମଧ୍ୟରୁ ୫୦୦ ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ତେବେ ମଙ୍ଗଳବାର ଦିନ ଏହି ସଂଖ୍ୟା ବଢି ଯାଇ ୮୬୫ ହୋଇଯାଇଛି ।

ତେବେ ଏହି ସଂଖ୍ୟା ଓ ବଢୁଥିବା ସଂକ୍ରମଣ ଦେଖି ଆମେରିକା ହେଲ୍ଥ ଏଜେନ୍ସି ଏହା କହିଛନ୍ତି ଯେ ଆମେରିକା ରେ କରୋନା ଦ୍ଵାରା ଗୋଟେ ଲକ୍ଷ୍ୟ ଠାରୁ ଅଧିକ ଲୋକଙ୍କ ଜୀବନ ଯିବ ବୋଲି ସନ୍ଦେହ ଅଟେ । କରୋନା ଦ୍ଵାରା ଆମେରିକା ରେ ସବୁଠାରୁ ଅଧିକ ମୃତ୍ୟୁ ନ୍ୟୂୟର୍କ ରେ ହୋଇଛି, ଏଠାରେ ସଂକ୍ରମଣ ଦ୍ଵାରା ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୧୭୧୪ ଅଟେ, ତେବେ ନ୍ୟୂ ଜର୍ସି ରେ ୨୬୭ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୱାସିଙ୍ଗଟନ ରେ ୨୨୫ ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକା ଏହି ଅବସ୍ତା ଦେଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଛନ୍ତି ଆସନ୍ତା ଦୁଇ ସପ୍ତାହ ଆମେରିକା ପାଇଁ ବହୁତ କଷ୍ଟକର ହବାକୁ ଯାଉଛନ୍ତି । ଦେଶ ଲଢେଇ ଗୋଟେ ଭାଇରସ ସହ ଅଟେ ଯାହା ସହ ଆମକୁ ପୁରା ବଳ ସହ ବୁଦ୍ଧି ପ୍ରୟୋଗ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *