ସେକ୍ସ ଦ୍ଵାରା ବ୍ୟାପୁଥିବା ଚାରୋଟି ନୂଆ ଭୟଙ୍କର ରୋଗ- ଜାଣନ୍ତୁ ଏହା ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ

ଆସନ୍ତା ଦିନମାନଙ୍କରେ ନୂଆ ନୂଆ ରୋଗ ସାମ୍ନାକୁ ଆସୁଛି, ଏହି ରୋଗ ପାଇଁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଅଛି । ଏହି ସାମସ୍ୟାରେ ଆହୁରି ଏକ ସମସ୍ୟା ଯୋଡି ହୋଇ ଯାଇଛି, ଯୌନ ସଂକ୍ରମଣ ଦ୍ଵାରା ହେଉଥିବା ରୋଗ (ଏସଟିଆଇ) କୌଣସି ଅପବାଦ ନୁହେଁ । ଆଜି ଆମେ ଆପଣଙ୍କୁ ଏମିତିକା ଚାରୋଟି ରୋଗ ଓ ତା କୀଟାଣୁ ବିଷୟରେ କହିବୁ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ ଅଟେ ।

କେତେ ପ୍ରକାର ଇନଫେକସନ ତ ବ୍ୟକ୍ତିର ଜୀବନବ ବି ନେଇ ପାରେ, ସେଥିପାଇଁ ସବୁବେଳେ ନିଜକୁ ସଫା ସୁତୁରା ରଖନ୍ତୁ ।

 

ନାଇସେରିୟା ମେନିନ୍ଜାଇଟିସ :

ନାଇସେରିୟା ମେନିନ୍ଜାଇଟିସ କୁ ମେନିନ୍ଗୋକସ ନାଁରେ ବି ଲୋକ ଜାଣିଛନ୍ତି, ଏହି ଜୀବାଣୁ ମୁଣ୍ଡ ଓ ମେରୁ ଦଣ୍ଡ କୁ ସଂକ୍ରମିତ କରିଥାଏ । କିନ୍ତୁ ଏହା ସବୁଠାରୁ ଅଧିକ ୟୁରୋଜେନିଟଲ ସଂକ୍ରମଣ ପାଇଁ ଜଣାଯାଇଥାଏ । ପ୍ରାୟତଃ ୫ରୁ-୧୦% ଯୁବକଙ୍କ ରେ ନାଇସେରିୟା ମେନିନ୍ଜାଇଟିସ ଜୀବାଣୁ ବେକ ବା ନାକ ମାଧ୍ୟମରେ ଶରୀର ଭିତରୁକୁ ପ୍ରବେଶ କରିଥାନ୍ତି, ଗୋଟେ ଅଧ୍ୟୟନ ଅନୁଯାଇ କୁହାଯାଇଛି କି ଏହି ସଂକ୍ରମଣ ଓରଲ ସେକ୍ସ ବା ଅଲଗା ସମ୍ପର୍କ ଦ୍ଵାରା ରୋଗୀ ରୁ ଅନ୍ୟ ଜଣଙ୍କ ଭିତରେ ଯାଇ ଥାଏ ବା ଅନ୍ୟ ଜଣଙ୍କୁ ସଂକ୍ରମିତ କରିଥାଏ ।

ପାଞ୍ଚୋଟି ନାଇସେରିୟା ମେନିନ୍ଜାଇଟିସ ଦୁନିଆ ସାରା ରେ ହେଉଥିବା ଯୌନ ସଂକ୍ରମଣ ପାଇଁ ଦୋଷୀ ଅଟନ୍ତି, ଏହି ଜୀବାଣୁ ପାଇଁ ଦୁଇ ପ୍ରକାର ଭ୍ୟାକ୍ସିନ ଉପଲବ୍ଧ ଅଛି , ଯାହା ଦ୍ଵାରା ଏହି ଜୀବାଣୁ ପ୍ରଭାବକୁ କମ କରା ଯାଇ ପାରେ ।

ମାଇକୋପ୍ଲାଜମା ଜେନିଟେଲିୟମ :

ମାଇକୋପ୍ଲାଜମା ଜେନିଟେଲିଯମ ଦୁନିୟାର ସବୁଠାରୁ ସୂକ୍ଷ୍ମ ଜୀବାଣୁ ଅଟେ, କିନ୍ତୁ ଏହା ଦ୍ଵାରା ସେକ୍ସୁଆଲ ଟ୍ରାଂସମିଟେଡ ସଂକ୍ରମଣ ଦୁନିଆରେ ବହୁତ ବଡ ଚିନ୍ତା ର କାରଣ ହୋଇଛି । ଏହି ସଂକ୍ରମଣ ଦ୍ଵାରା ବିଶେଷ କରି ମହିଳା ମାନେ ପ୍ରଭାବିତ ହୁଅନ୍ତି ଯାହା ଫଳରେ ବନ୍ଧ୍ୟାପଣ, ଗର୍ଭପାତ, ସମୟ ଆଗରୁ ପ୍ରସବ ଏମିତିକି ଭ୍ରୁଣର ମୃତ୍ୟୁ ମଧ୍ୟ ହୋଇପାରେ ।

ଶିଗେଲା ଫ୍ଲେକ୍ଜେନରୀ :

ଶିଗେଲା ଫ୍ଲେକ୍ଜେନରୀ କୁ ଶିଗ୍ଲୋସିସ ବି କୁହାଯାଏ, ଏହି ସଂକ୍ରମଣ ମଣିଷ ର ମଳ ସହ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ରୂପରେ ସମ୍ପର୍କ ରେ ଆସିଲେ ହୋଇଥାଏ । ଏହି ସଂକ୍ରମଣ ପରେ ପେଟରେ ବହୁତ ଜୋର ପୀଡା ହୋଇଥାଏ ଓ ତା ପରେ ଡାଇରିୟା ଭଳି ରୋଗ ହୋଇଥାଏ ଏବଂ ଏହା ପରେ ଏହି ଜୀବାଣୁ ଏହି ସଂକ୍ରମଣକୁ ପୁରା ଦେହ ସାରା ବ୍ୟାପି ଥାଏ ।

ଲିଂଫୋଂଗ୍ରାନୁଲୋମା ୱେନେରେଉମ (ଏଲଜୀୱୀ) :

କ୍ଲୈମାଇଡିୟା ଟ୍ରେକୋମୈଟିସ ଅସାମାନ୍ୟ ଚିନ୍ତା କାରଣରୁ ହୋଇଥାଏ ଏହା ଏସଟିଆଇ (ସେକ୍ସୁଆଲ ଟ୍ରାଂସମିଟେଡ ଇନଫେକସନ) ‘ଭୟଙ୍କର ସଂକ୍ରମଣ’ ହେବାର କାରଣ ହୋଇ ପାରେ । ଏଲଜୀୱୀ ର ସଂକ୍ରମଣ କାରଣରୁ ଅସ୍ଥାଇ ପିମ୍ପ୍ଲ, ଜନନାଙ୍ଗରେ ଅଲ୍ସର ହୋଇଥାଏ ଏବଂ ଏହି ଜୀବାଣୁ ଶରୀରର ଲସିକା ତନ୍ତ୍ର ଉପରେ ଆକ୍ରମଣ କରି ଥାଏ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *