ପୁଣି ହୋଇପାରେ ନୋଟବନ୍ଦି ! ଏଥର ୨୦୦୦ ଟଙ୍କା ନୋଟକୁ କରାଯିବ ବ୍ୟାନ

ନୋଟବନ୍ଦି ଆଜିକୁ ୩ବର୍ଷ ହୋଇଗଲା, କଳା ଧନ ଉପରେ ଲଗାମ ଲଗେଇବା ପାଇଁ ଏହି ନଭମ୍ବର ରେ ରାତି ରାତି ୫୦୦ ଓ ୧୦୦୦ଟଙ୍କା ନୋଟ ସରକାର ବନ୍ଦ କରିଥିଲେ । ତିନି ବର୍ଷ ପରେ ପୁଣି ଶୁଣିବାକୁ ମିଳୁଛି ଯେ ୨୦୦୦ଟଙ୍କା ନୋଟ ବନ୍ଦ ହେବ ବୋଲି । ମିଡିଆ ରିପୋର୍ଟ ଅନୁଯାଇ ଏହି ଖବର ସାମ୍ନାକୁ ଆସୁଛି । ଏହି ନୋଟ ବନ୍ଦ ପାଇଁ ଏହି କାରଣ କୁହା ଯାଉଛି ଯେ ଏହି ନୋଟ ଅଧିକ ଚାଲୁନି ଓ ଲୋକଙ୍କୁ ଏହାକୁ ଉପଯୋଗରେ ବହୁତ ଅସୁବିଧା ହେଉଛି ।

ପୂର୍ବ ବିତ୍ତ ସଚିବ କହିବା ଅନୁଯାଇ ୨୦୦୦ଟଙ୍କା ବନ୍ଦ କରାଯାଇ ପାରେ, ୩୧ଅକ୍ଟୋବର କୁ ଭିଆରଏସ ନେଇ ଥିବା ପୂର୍ବ ବିତ୍ତ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ୨୦୦୦ଟଙ୍କା ବନ୍ଦ କରିବା ପାଇଁ ସରକାର ଆଗରେ ପ୍ରସ୍ତାବ ରଖିଛନ୍ତି ।

ସୁଭାଷ ଗର୍ଗଙ୍କ ଅନୁଯାଇ ୨୦୦୦ଟଙ୍କା ର ବଡ ମାତ୍ରା ଉପଯୋଗ ହେଉ ନାହିଁ, ଏହା ପାଇଁ ଗଡବଡ ଚାଲିଛି ସେଥିପାଇଁ ଗର୍ଗ ସିଷ୍ଟମକୁ ଜମା ପୁଞ୍ଜି ପାଇଁ ୨୦୦୦ଟଙ୍କା ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ।

ପୂର୍ବ ବିତ୍ତ ସଚିବ ଗର୍ଗ କହିବା ଅନୁଯାଇ ଦୁନିଆ ଡିଜିଟଲ ପେମେଣ୍ଟ ଆଡୁକୁ ଅଗ୍ରସର ହେଉଛି, ଭାରତ ଲୋକ ବି ଏହାକୁ ଉପଯୋଗ କରୁଛନ୍ତି କିନ୍ତୁ ଏବେ ବହୁତ କମ ଲୋକ ଏହାର ଉପଯୋଗ କରୁଛନ୍ତି । ଭାରତକୁ କ୍ୟାସଲେସ କରିବା ପାଇଁ ଗର୍ଗ ୭୨ପେଜ ପ୍ରସ୍ତାବ ସରକାରଙ୍କୁ ପଠାଇଛନ୍ତି ଓ ଏଥିରେ ବଡ ମାତ୍ରା ଆଦାନ ପ୍ରଦାନ ଉପରେ ଟ୍ୟାକ୍ସ ଓ ଡିଜିଟଲ ପେମେଣ୍ଟ ସହଜ କରିବା ପାଇଁ ଅନୁରୋଧ କରା ଯାଇଛି ।

ଅଲଗା ଅଲଗା ମିଡିଆ ରିପୋର୍ଟ ଅନୁଯାଇ ସରକାର ଧୀରେ ଧୀରେ ୨୦୦୦ଟଙ୍କା ନୋଟ ବନେଇବା କମ କରିଦେଇଛନ୍ତି ଓ ଏହି ବର୍ଷ ଗୋଟେ ବି ୨୦୦୦ଟଙ୍କା ନୋଟ ତିଆରି ହୋଇ ନାହିଁ । ସରକାର ତରଫରୁ ଗୋଟେ ଆରଟିଆଇ କହିଲେ ଯେ ୨୦୦୦ ଟଙ୍କା ପ୍ରାୟତଃ ଭୁଲ କାମ ପାଇଁ ପ୍ରୟୋଗ ହେଉଛି ।

ବିଶେଷ କରି ୨୦୦୦ଟଙ୍କା ସ୍ମଗଲିଙ୍ଗ ଭଳି ଘୋର ଅପରାଧ ପାଇଁ କରାଯାଉଛି, ଆରଟିଆଇ କହିବା ଅନୁଯାଇ ସେ ଆନ୍ଧ୍ର ଓ ତାମିଲନାଡୁ ସୀମାରୁ ୨୦୦୦ଟଙ୍କା ନୋଟ ର ୬କୋଟି ଟଙ୍କା ନଗଦ ବରାମଦ କରିଥିଲେ । ଏହି ଟଙ୍କା ସାମାନ୍ୟ ଲୋକ ପାଇଁ ଏହି ରାସୀ ବଡ ଅଟେ ଓ ତାଙ୍କୁ ଏହାର ଚେଞ୍ଜ କରିବା କଷ୍ଟକର ହେଉଛି ସେଥିପାଇଁ ୨୦୦୦ଟଙ୍କା ତାଙ୍କ ଅନୁଯାଇ ବନ୍ଦ କରୀଦବା ଉଚିତ ଅଟେ ।

ସରକାର ଙ୍କର ଏହି ନିଷ୍ପତ୍ତି ଉପରେ ଆପଣମାନଙ୍କ ମତ ନିଶ୍ଚୟ ଦେବେ । ଏହିଭଳି ଅନେକ ଖବର ସହ ଅପଡେଟ ରହିବାକୁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *