ପୁଣି ଥରେ ପରଦା ଉପରେ ଜମିବ କିଙ୍ଗ ଖାନ ଏବଂ କାଜୋଲଙ୍କ ଯୋଡି, କିନ୍ତୁ ଏଥିରେ ମଧ୍ୟ ଅଛି କିଛି ଟ୍ଵିଷ୍ଟ …

ବଲିଉଡ ରେ କିଛି ଏମିତିକା ଯୋଡି ଅଛି ଯେଉଁମାନେ ସବୁବେଳେ ଦର୍ଶକଙ୍କର ହୃଦୟ ଜିତି ପାରିଛନ୍ତି । ଏଥି ମଧ୍ୟରୁ ଗୋଟିଏ ଶାହରୁଖ ଓ କଜୋଲଙ୍କର ଯୋଡି ଯେଉଁମାନେ ନିଜ ଯୋଡି ଦ୍ଵାରା ଲୋକଙ୍କ ହୃଦୟ ଜିତିଛନ୍ତି । ଯେବେ ବି ଏହି ଯୋଡି ପରଦାରେ ଉପରେ ଆସିଛି ଲୋକମାନେ ଖୁସିରେ ତାଳି ବଜେଇଛନ୍ତି ।

ପୁଣି ଥରେ ଏହି ଯୋଡି ପରଦାରେ ଆସିବ ହିନ୍ଦୀ ମିଡିୟମ ର ପାର୍ଟ-2 ରେ । ଆମେ ଆପଣଙ୍କୁ ଜଣାଇଦଉଛୁ ଯେ ଇରଫାନ ଖାନଙ୍କର ଫିଲ୍ମୀ ହିନ୍ଦୀ ମିଡିୟମ ବଡ ପରଦାରେ ହିଟ ସାବ୍ୟସ୍ତ ହୋଇଥିଲା । ଛୋଟ ବଜେଟର ଏହି ଫିଲ୍ମୀଟି ଦର୍ଶକଙ୍କର ଖୁବ ଭଲ ପାଇବା ପାଇଥିଲା । ଏବେ ଶାହରୁଖ ଓ କାଜୋଲ ଏହାର ଏକ ଅଂଶ ହେବାକୁ ଯାଉଛନ୍ତି କିନ୍ତୁ ଏଥିରେ ବି ଏକ ମୋଡ ଅଛି ।

କୁହା ଯାଉଛି କି ଶାହରୁଖ ଓ କାଜୋଲଙ୍କୁ ଏହି ଫିଲ୍ମର କାହାଣୀ ପସନ୍ଦ ଆସିଛି ଓ ସେମାନେ ଏହି ଫିଲ୍ମୀକୁ କରିବେ କିନ୍ତୁ ଏଥର ଏହି ଫିଲ୍ମୀର ର ସୁଟିଙ୍ଗ ଭାରତରେ ନୁହେଁ ଆମେରିକାରେ ହେବ । ଦର୍ଶକଙ୍କ ପାଇଁ ପୁଣିଥରେ ରାହୁଲ , ଅଞ୍ଜଲି ଓ ରାଜ ସୀମରନ ଭଳି ଯୋଡିକୁ ଦେଖିବା ବହୁତ ରୋମାଞ୍ଚକ ହେବ ।

ଏହା ପୂର୍ବରୁ ଶାହରୁଖ ଓ କାଜୋଲ ରୋହିତ ସେଠୀଙ୍କର “ଡିଲୱାଲେ” ରେ ନଜର ଆସିଥିଲେ । ଫିଲ୍ମୀ ଟି ପରଦାରେ ବିଶେଷ କିଛି କାମାଲ ଦେଖାଇ ପାରି ନଥିଲା, କିନ୍ତୁ ଏମାନଙ୍କ ଯୋଡିକୁ ପରଦାରେ ଖୁବ ପସନ୍ଦ କରାଯାଇଥିଲା ତା ସହିତ ଏହି ଫିଲ୍ମୀର ଗୀତ ଗେରୁଆ ଓ ମେରି ହୋକେ ମେରି ହି ରେହନା ବି ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥିଲା ।

ଆମେ ଜଣାଇ ଦଉଛୁ କି ଶାହରୁଖ ଓ କଜୋଲଙ୍କର ଯୋଡି ନିଜ ଫିଲ୍ମୀ କ୍ୟାରିଅରରେ ସବୁ ହିଟ ଫିଲ୍ମୀ ଦେଇଛନ୍ତି । ଦିଲ ବାଲେ ଦୁଲହନିୟା ଲେ ଯାଏଙ୍ଗେ , କୁଛ କୁଛ ହୋତା ହେ , କଭି ଖୁସି କଭି ଗମ , ବାଜିଗର , ମାଇଁ ନେମ ଇଜ ଖାନ ଆଦି ଫିଲ୍ମୀ ବକ୍ସ ଅଫିସରେ ବହୁତ ହିଟ ସାବ୍ୟସ୍ତ ହୋଇଥିଲା।

ଏହା ପୂର୍ବରୁ ଫିଲ୍ମୀ ବିଲ୍ଲୁରେ ଶାହରୁଖ ଓ ଇରଫାନ ସାଥିରେ କାମ କରିଥିଲେ ଯେଉଁଥିରେ ଇରଫାନ ଗୋଟିଏ ବାରିକ ଭୂମିକାରେ ଓ ଶାହରୁଖ ଗୋଟିଏ ସୁପେରଷ୍ଟାରର ଭୂମିକାରେ ଯିଏ ବିଲ୍ଲୁର ପିଲା ଦିନର ସାଙ୍ଗ ଥିଲା। ଏହି ଫିଲ୍ମୀ ମଧ୍ୟ କିଛି ବିଶେଷ କମାଲ ଦେଖାଇ ପାରି ନ ଥିଲା , କିନ୍ତୁ ଇରଫାନ ଓ ଶାହରୁଖଙ୍କର ଭୂମିକାକୁ ବହୁତ ପସନ୍ଦ କରାଯାଇଥିଲା । ଏବେ ପରଦାରେ ଏହି ଯୋଡି ଆସିବେ , ଆଶା କରାଯାଉଛି ବହୁତ କିଛି ଧମାଲ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *