ବିବାହ ପୂର୍ବରୁ ଏହିପରି ନିୟନ୍ତୁ ନିଜ ତ୍ଵଚାର ଯତ୍ନ, ୬ ସପ୍ତାହରେ ଚମକିବ ଆପଣଙ୍କ ସ୍କିନ

ବାହାଘରର ଋତୁ ଆସିବାକୁ ଯାଉଛି , ବଲିଉଡରେ ବି କିଛି ଏମିତି ବିବାହ ହୋଇଛି ଯାହାକୁ ଦେଖି ଆପଣ ଚକିତ ହୋଇଯାଇଥିବେ । ବଲିଉଡ ଅଭିନେତ୍ରୀ ତ ସବୁବେଳେ ସୁନ୍ଦର ଦେଖାଯାନ୍ତି କିନ୍ତୁ ନିଜ ବାହାଘରରେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ସେମାନଙ୍କୁ ଦେଖି ଆପଣଙ୍କୁ ବି ଏହା ଲାଗୁଥିବ ଯେ ଏମାନଙ୍କ ଭଳି ସୁନ୍ଦର ଦେଖାଯିବା ପାଇଁ କଣ କରାଯାଇ ପାରିବ ।

ତେବେ ଆମେ ଜଣେଇ ଦଉଛୁ କି କେବଳ ମହଙ୍ଗା ମେକଅପ ହିଁ ନୁହଁ ଯଦି ଆପଣ କିଛି ଜିନିଷର ଧ୍ୟାନ ରଖିବେ ତେବେ ଆପଣଙ୍କ ସ୍କିନ ସଫା ରହିବ ଓ ସାଇନ ମଧ୍ୟ କରିବ । ତେବେ ଚାଲନ୍ତୁ ଜାଣିବା କିଛି ଟିପ୍ସ ଯିଏ ଆପଣଙ୍କୁ କିଛି ସପ୍ତାହ ଭିତରେ ବହୁତ ଭଲ ସ୍କିନ ସହିତ ଆପଣଙ୍କୁ ସୁନ୍ଦର ମଧ୍ୟ କରିବ ।

୧ । କେବଳ ବିବାହ ଦିନ ହିଁ ନୁହେଁ ତା ପର ଦିନ ଗୁଡିକରେ ମଧ୍ୟ ସୁନ୍ଦର ଦେଖାଯିବା ପାଇଁ ଆପଣଙ୍କୁ ନିଜର ସ୍କିନର ବିଶେଷ ଧ୍ୟାନ ରଖିବାକୁ ହେବ । ଯଦି ଆପଣ ବିବାହର ୬ ସପ୍ତାହ ପୁର୍ବରୁ ଏହି ଯତ୍ନ ଆରମ୍ଭ କରିଦେବେ ତେବେ ବିବାହ ଦିନ ଓ ତା ପରେ ମଧ୍ୟ ଆପଣଙ୍କ ସ୍କିନ ସଫା, ଗ୍ଲୋଇଙ୍ଗ ଓ ଫ୍ରେସ ଦେଖାଯିବ ।

୨ । ବିବାହର ୪ ଓ ୬ ସପ୍ତାହ ପୂର୍ବର ଡିପ କ୍ଲିଜିଙ୍ଗ ଫେସିଆଲ କରାନ୍ତୁ । ଯାହା ଦ୍ଵାରା ଆପଣଙ୍କ ମୁହଁର ଟ୍ୟାନିଙ୍ଗ ଓ ମଇଳା ଓ ଡେଡ ଟିସୂ ଚର୍ମରୁ ବାହାରି ଜିବ।

୩ । ଦିନରେ ଖୁବ କମରେ ଦୁଇଥର ନିଜ ମୁହଁକୁ ମଇସ୍ତ୍ଚୁରାଇଜ କରନ୍ତୁ , କହୁଣି , ଆଣ୍ଠୁ , ହାତ ଓ ଗୋଡରେ ମସାଜ କରନ୍ତୁ ।

୪ । ଘରେ କିଛି ଏମିତିକ ଫେସ ପ୍ୟାକ ତିଆରି କରି ନିଅନ୍ତୁ ଯାହାକୁ ଆପଣ ପ୍ରତି ସପ୍ତାହରେ ନିଜ ମୁହଁରେ ଲଗାଇ ପାରିବେ ।

୫ । ମୁହଁର ବ୍ରଣକୁ ସଫା କରିବା ପାଇଁ ପୁଦିନା ପତ୍ର ର ପେଷ୍ଟ ତିଆରି କରି ତାକୁ ରାତି ସାରା ମୁହଁରେ ଲଗାଇ ଛାଡି ଦିଅନ୍ତୁ ।

୬ । ଯଦି ଆପଣଙ୍କ ମୁହଁ ତେଲିଆ ଅଟେ ତେବେ ମୁଲତାନି ମାଟିର ଫେସପ୍ୟକ ତିଆରି କରି ମୁହଁରେ ଲଗାଇ ନିଅନ୍ତୁ ଏବଂ ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ନିଅନ୍ତୁ ।

୭ । ଗୋଟିଏ ଛୋଟ ଚାମଚରେ ଗୋଟିଏ ଚାମଚ ଚନ୍ଦନ ପାଉଡର ଓ ଗୋଲାପ ଜଳର ପେଷ୍ଟ ତିଆରି କରି ମୁହଁ ଓ ବେକରେ ଲଗାନ୍ତୁ ଓ ଶୁଖିଲା ପରେ ସାଧା ପାଣିରେ ଧୋଇନିଆନ୍ତୁ । ଏମିତି ସପ୍ତାହରେ ତିନିଥର କରନ୍ତୁ ।

୮ । ଯଦି ଆପଣଙ୍କ ସ୍କିନ ଡ୍ରାଇ ହୋଇଥାଏ ତା ପାଇଁ ଗୋଟେ ଛୋଟ ଚାମଚ ମିଲ୍କ ପାଉଡର ରେ କିଛି ଲେମ୍ବୁ ରସ ମିଶାଇ ତାହାର ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ ।

୯ । ଗାଧୋଇବା ପୂର୍ବରୁ ନିୟମିତ ମିଲ୍କ ସ୍କ୍ରବ କରନ୍ତୁ । ତୁଳାକୁ କ୍ଷୀରରେ ବୁଡାଇ ମୂହଁରେ ସ୍କ୍ରବ କରନ୍ତୁ ।

Leave a Reply

Your email address will not be published. Required fields are marked *