ସହିଦଙ୍କ ପରବାର ପାଇଁ ସହାୟତାର ହାତ ବଢାଇଲେ ସେହୱାଗ୍ – କହିଲେ କିଛି ଏମିତି ଯାହା ଶୁଣି କାନ୍ଦି ପକାଇଲେ ସହିଦଙ୍କ ପରିବାର ଲୋକେ…

ଗତଗୁରୁବାର ଦିନ ହୋଇଥିବା ଟେରରିସ୍ଟ ବା ଆତଙ୍କି ଆକ୍ରମଣକୁ ନେଇ ଏବେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏହି ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୦ରୁ ଅଧିକ ସିଆରପିଏଫ ଯବାନଙ୍କର ମୃତ୍ୟୁ ହେବା ସହ ଅନେକ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଆମେ ଆପଣଙ୍କୁ କହିବୁ ଏହି ଆକ୍ରମଣ କେମିତି ହୋଇଥିଲା, ଏବଂ କିଏ ଓ କାହିଁକି କରିଥିଲେ ଏହି ଆକ୍ରମଣ।  ଗତକାଲି ଜମ୍ମୁ-କାଶ୍ମୀରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଯାଇଛି, ଯେଉଁଥିରେ ୭୦ରୁ ଅଧିକ ବସରେ ୨୫୦୦ରୁ ଅଧିକ ସିଆରପିଏଫ ଯବାନ ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିଲେ ।

ତେବେ ଏହି ଘଟଣା ପରେ ସମସ୍ତ ବଲୀଉଡ ଷ୍ଟାର ଓ କ୍ରିକେଟର ଆଦି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼ାଇଛନ୍ତି । ସେ ମଧ୍ୟରୁ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ୍  ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ପିଲାଙ୍କ ପଢ଼ାଖର୍ଚ୍ଚ ଉଠାଇବେ ବୋଲି କହିଛନ୍ତି । ଆଜି ଟ୍ୱିଟ ଜରିଆରେ ସେହୱାଗ୍ କହିଛନ୍ତି , ଆମେ ସହିଦଙ୍କ ପାଇଁ କିଛି ବି କଲେ ଯଥେଷ୍ଟ ହେବନାହିଁ । କିନ୍ତୁ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ଛୁଆଙ୍କ ପଢ଼ାଖର୍ଚ୍ଚ ବହନ କରିପାରିଲେ ମୁଁ ନିଜକୁ ସୌଭାଗ୍ୟବାନ ମନେକରିବି ।

ଆପଣ ମଧ୍ୟ ଚାହିଁଲେ ଆପ୍ ଓ ୱେବପୋର୍ଟାଲ ଜରିଆରେ ସହାୟତା ପ୍ରଦାନ କରିପାରିବେ । ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା କରିବାକୁ ଚାହୁଁଥିଲେ ଆପଣ ଭାରତ କେ ବୀର ୱେବପୋର୍ଟାଲ ଓ ମୋବାଇଲ ଆପରେ ସହିଦ ଯବାନଙ୍କ ସର୍ମ୍ପକୀୟଙ୍କ ବ୍ୟାଙ୍କ୍ ଖାତା ନମ୍ବର ଦିଆଯାଇଛି ଯାହାଦ୍ୱାରା ଆର୍ଥିକ ସହାୟତା କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ଆକାଉଂଟକୁ ଟଙ୍କା ପଠାଇ ପାରିବେ ।

Leave a Reply

Your email address will not be published. Required fields are marked *